Watch: ସଜେଇ ହୋଇଛି ପୁରଠୁ ପଲ୍ଲୀ, ଜମୁଛି ଦୀପାବଳି

🎬 Watch Now: Feature Video

thumbnail

ନୂଆପଡା: ପୁରଠୁ ପଲ୍ଲୀ ସବୁଠି ଜମୁଛି ଦୀପାବଳି । ରଙ୍ଗୀନ ଆଲୋକମାଳାରେ ଘରକୁ ସଜାଇ ରଙ୍ଗବେରଙ୍ଗର ବାଣ ଫୁଟାଇ, ଦୀପ ଜଳାଇ ଲୋକମାନେ ପାଳନ କରୁଛନ୍ତି ଦୀପାବଳି । ତେବେ ନୂଆପଡା ଜିଲ୍ଲାରେ ବି ଆଲୋକର ପର୍ବ ଦୀପାବଳିକୁ ନେଇ ଉତ୍ସବମୁଖର ହୋଇଉଠିଛି । ନୂଆପଡା ଜିଲ୍ଲାର ଖଡ଼ିଆଳ, ବୋଡେ଼ନ, ସିନାପାଲି, କୋମନା, ନୂଆପଡା ବ୍ଲକ ଅଞ୍ଚଳରେ ପବିତ୍ର ଦୀପାବଳି ପର୍ବ ଧୁମଧାମ ସହକାରେ ପାଳନ କରାଯାଉଥିବା ବେଳେ ଜିଲ୍ଲାର ପ୍ରମୁଖ ସହର ଖଡ଼ିଆଳ ଠାରେ ପବିତ୍ର ଦୀପାବଳିକୁ ନେଇ ଚଳଚଞ୍ଚଳ ହୋଇ ଉଠୁଛି । ଝିକମିକ ରଙ୍ଗୀନ ଆଲୋକ ସଜ୍ଜାରେ ଝଲସି ଉଠୁଛି ଖଡ଼ିଆଳ ସହରର ଚତୁଃପାର୍ଶ୍ବ । ଘରେ ଘରେ ରଙ୍ଗୋଲି ଝୋଟି ପକାଇ ଦୀପ ପ୍ରଜ୍ଜ୍ୱଳନ କରି ଦୀପାବଳି ପାଳନ କରାଯାଉଛି । 

ଏହାମଧ୍ୟ ପଢନ୍ତୁ..Diwali 2023: ଜଗତସିଂହପୁରର ବିଭିନ୍ନ ସ୍ଥାନରେ ମା' ଶ୍ୟାମାକାଳୀଙ୍କ ଆରାଧନା

ପୌରାଣିକ କଥା ଅନୁଯାୟୀ, ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ପିତାଙ୍କ ସତ୍ୟ ପାଳନ କରି ଭ୍ରାତା ଲକ୍ଷ୍ମଣ, ଦେବୀ ସୀତା ମାତାଙ୍କ ସହିତ 14 ବର୍ଷ ବନବାସ କରିଥିଲେ । ଆଜିର ଦିନରେ 14ବର୍ଷ ବନବାସ ସାରି ଆଯୋଧ୍ୟା ନଗରୀକୁ ଫେରିଥିଲେ । ସେହି ଶୁଭ ମୂହୁର୍ତ୍ତକୁ ମନେପକାଇବା ପାଇଁ ଘରେ ଘରେ ଦୀପ ପ୍ରଜ୍ଜ୍ୱଳନ କରିବା ସହ ଝୋଟି ପକାଇବାର ପରମ୍ପରା ରହିଛି । ଏହା ସହିତ ଆଜିର ଦିନରେ ଅନ୍ନଦାତା ମାଆ ମହାଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କଲେ ଧନ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ବାସ କରାଯାଏ । 

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.