ନବରଙ୍ଗପୁରରେ ଖରିଫ ଋତୁ ପାଇଁ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ବୈଠକ

By ETV Bharat Odisha Team

Published : Nov 18, 2023, 10:56 PM IST

thumbnail

ନବରଙ୍ଗପୁର: ଖରିଫ ଋତୁ ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ବୈଠକ ସ୍ଥାନୀୟ ମିଶନ ଶକ୍ତି ହଲଠାରେ ଅନୁଷ୍ଠିତ ହୋଇଛି । ବୈଠକରେ ଆସନ୍ତା ଡିସେମ୍ବର ୧୦ ତାରିଖ ଦିନ ଜିଲ୍ଲାରେ ମଣ୍ଡି ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ଚଳିତ ବର୍ଷ ଜିଲ୍ଲାକୁ ମୋଟ ୨ଲକ୍ଷ ୮ହଜାର ମେଟ୍ରିକ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଧାନ ବିକ୍ରି ପାଇଁ ୪୬ ହଜାର ୬୩୯ ଜଣ ଚାଷୀ ରେଜିଷ୍ଟ୍ରିଭୁକ୍ତ ହୋଇଛନ୍ତି । ୧୩ଟି ଲ୍ୟାମ୍ପ ଓ ୪୫ ମହିଳା ସ୍ୱୟଂ ସହାୟକ ସଂସ୍ଥା ଓ ୨ ଟି ପାଣି ପଞ୍ଚାୟତ ଦ୍ୱାରା ଧାନ ସଂଗ୍ରହ କରାଯିବ । ଧାନ ସଂଗ୍ରହ ପାଇଁ ମୋଟ ୬୦ଟି କେନ୍ଦ୍ର ସ୍ଥାପନ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା।

ଏହା ବି ପଢନ୍ତୁ...ବୌଦ୍ଧରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ

ଏହି ବୈଠକରେ ଧାନ ମଣ୍ଡିରେ କଟନି ଛଟନୀ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା । ଏଥିସହ ମଣ୍ଡିରେ ହେଉଥିବା ଅବ୍ୟବସ୍ଥା ନେଇ କମିଟି ସଦସ୍ୟମାନେ ଅଭିଯୋଗ କରିଥିଲେ । ତୁରନ୍ତ ଓଜନ ସୁବିଧା ଯୋଗାଇବା ପାଇଁ ୨ଟି ସ୍ଥାନରେ ୱେଇଙ୍ଗ ମେସିନ ସ୍ଥାପନ କରିବା ସହ ୨ଟି ମୋବାଇଲ ୱେ ବ୍ରିଜ ପରୀକ୍ଷାମୂଳକ ବ୍ୟବହାର କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା ।  ମଣ୍ଡିରେ ଚାଷୀଙ୍କ ସୁବିଧା ପାଇଁ ବିଶ୍ରାମ ସ୍ଥାନ, ଆଲୋକୀକରଣ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ସହ ବର୍ଷା ଦାଉରୁ ରକ୍ଷା କରିବା ପାଇଁ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । 

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.