Rourkela to Kolkata flight service: ନଭେମ୍ବର 1ରୁ ରାଉରକେଲାରୁ କୋଲକାତାକୁ ଉଡିବ ବିମାନ - rourkela Airport Flight service
🎬 Watch Now: Feature Video
Published : Oct 29, 2023, 5:15 PM IST
ରାଉରକେଲା: ପୂରଣ ହେବାକୁ ଯାଉଛି ରାଉରକେଲାବାସୀଙ୍କ ବହୁ ଦିନର ସ୍ବପ୍ନ । ନଭେମ୍ବର ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ରାଉରକେଲା-କୋଲକାତା ବିମାନ ସେବା । ଭୁବନେଶ୍ବର- ରାଉରକେଲା ମଧ୍ୟରେ ଉଡ଼ୁଥିବା ଆଲାଏନ୍ସ ଏୟାରଲାଇନ୍ସ ବିମାନ କମ୍ପାନୀ ହିଁ କୋଲକାତାକୁ ବିମାନ ସଂଯୋଗ କରିବ । ବିମାନ ପରିଚାଳନାକାରୀ ସଂସ୍ଥା ଏଲାଏନ୍ସ ଏୟାର୍ ପକ୍ଷରୁ ଏଥି ପାଇଁ ଟିକଟ ବିକ୍ରି ଆରମ୍ଭ ହୋଇଯାଇଛି ।
ଏହି ବିମାନ କୋଲକାତାରୁ ଦିନ ୧ଟା ୫୦ରେ ବାହାରି ଅପରାହ୍ନ ୩ଟା ୨୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବ । ସେଠାରେ ୨୫ ମିନିଟ୍ର ରହଣି ପରେ ଅପରାହ୍ନ ୩.୪୫ ମିନିଟ୍ରେ ଭୁବନେଶ୍ବରରୁ ବାହାରି ରାଉରକେଲାରେ ସନ୍ଧ୍ୟା ୪.୪୦ ମିନିଟ୍ରେ ପହଞ୍ଚିବ । ରାଉରକେଲା ବିମାନବନ୍ଦରରେ ରହଣି ସମୟ ୨୫ ମିନିଟ୍ ଧାର୍ଯ୍ୟ କରାଯାଇଛି । ତେଣୁ ରାଉରକେଲାରୁ ପୁଣି ସନ୍ଧ୍ୟା ୫ଟା ୫ ମିନିଟରେ ବାହାରି ଭୁବନେଶ୍ବରରେ ସନ୍ଧ୍ୟା ୫ଟା ୫୫ରେ ପହଞ୍ଚିବ । ସେଠାରେ ୩୦ ମିନିଟ୍ ରହିବାପରେ ସନ୍ଧ୍ୟା ୬ଟା ୨୫ରେ ଭୁବନେଶ୍ବରରୁ ବାହାରି ରାତି ୮ଟା ୫ ମିନିଟ୍ରେ କୋଲକାତା ବିମାନବନ୍ଦରରେ ପହଞ୍ଚିବ ।
ଏହା ମଧ୍ୟ ପଢ଼ନ୍ତୁ.......ରାଉରକେଲା ବିମାନବନ୍ଦରକୁ ଅଣଦେଖା, ମେଘୁଆ ପାଗରେ ଉଡ଼ୁି ପାରୁନି ବିମାନ
ଅନ୍ୟପକ୍ଷେ ରାଉରକେଲା ବିମାନବନ୍ଦରରେ ଇନ୍ଷ୍ଟ୍ରୁମେଣ୍ଟ୍ ଲ୍ୟାଣ୍ଡିଂ ସିଷ୍ଟମ୍ (ଆଇଏଲଏସ୍) ନଥିବାରୁ ଏଠାରେ ପାଣିପାଗ ଖରାପ ହେଲେ ବିମାନ ଅବତରଣ ସମ୍ଭବ ହେଉନାହିଁ । ଏହି କାରଣରୁ ନିୟମିତ ବ୍ୟବଧାନରେ ବିମାନ ସେବା ବାତିଲ ହେଉଛି । ଏହାର ସମାଦାନ ପାଇଁ ଦାବି ହେଉଥିବା ବେଳେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରମାନଙ୍କ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନାହିଁ । ଯାହାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ଅଶନ୍ତୋଷ ପ୍ରକାଶ ଦେଖାଦେଇଛି ।
ଇଟିଭି ଭାରତ, ସୁନ୍ଦରଗଡ଼