ବାୟୂ ପ୍ରଦୂଷଣରେ ଘାଣ୍ଟି ହେଉଛନ୍ତି ଦିଲ୍ଲୀବାସୀ, ଆକାଶ ମାର୍ଗରୁ ଦେଖନ୍ତୁ ଜାତୀୟ ରାଜଧାନୀର ଧୂଆଁଧୂଆଁ ଦୃଶ୍ୟ - ବିଷାକ୍ତ ବାୟୁରେ ଅଣନିଶ୍ବାସୀ ଦିଲ୍ଲୀବାସୀ
🎬 Watch Now: Feature Video
Published : Nov 9, 2023, 10:19 AM IST
ନୂଆଦିଲ୍ଲୀ: ବିଷାକ୍ତ ବାୟୁରେ ଅଣନିଶ୍ବାସୀ ଦିଲ୍ଲୀବାସୀ। ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ବାୟୁ ପ୍ରଦୂଷଣର ମାତ୍ରା । ବାୟୁର ମାନ ଅତି ନିମ୍ନ ସ୍ତରକୁ ଖସିବାରେ ଲାଗିଛି । ଆଜିବି ଦିଲ୍ଲୀର ବିଭିନ୍ନ ସ୍ଥାନରେ ବାୟୁର ଗୁଣବତ୍ତା ଅତି ଖରାପ ସ୍ଥିତିରେ ରହିଥିବା ବେଳେ କୁହୁଡ଼ିରେ ଢାଙ୍କି ହୋଇଛି ରାଜଧାନୀ ଦିଲ୍ଲୀ । ଆନନ୍ଦ ବିହାରରେ ବାୟୁ ଗୁଣବତ୍ତା ସୂଚକାଙ୍କ 500 ରହିଥିବା ବେଳେ ଆର୍କେପୁରମ ଏରିଆରେ 453 ରହିଛି । ସେହିପରି ପଞ୍ଜାବବାଗ୍ରେ 444 ଓ ଆଇଟିଓରେ ବାୟୁର ଗୁଣବତା 441 ରେକର୍ଡ କରାଯାଇଛି । ଏନେଇ ସିଷ୍ଟମ ଅଫ୍ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(SAFAR) ପକ୍ଷରୁ ସୂଚନା ମିଳିଛି । ପ୍ରଦୂଷଣ ସଙ୍କଟକୁ ମୁକାବିଲା କରିବା ପାଇଁ କୃତ୍ରିମ ବର୍ଷା କରାଇବା ଉପରେ ଦିଲ୍ଲୀ ସରକାର ବିଚାର ବିମର୍ଶ ଆରମ୍ଭ କରିଛନ୍ତି । ଦିଲ୍ଲୀ ଓ ଏନସିଆରରେ ବର୍ଷା କରାଇବା ଫଳରେ ବାୟୁମଣ୍ଡଳରେ ବୁଲୁଥିବା ବିଷାକ୍ତ କଣିକାକୁ ହ୍ରାସ କରିବା ଉପରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ସକାଳ 8ଟା ସମୟରେ ବାୟୁ ପ୍ରଦୂଷଣ ସାଙ୍ଗକୁ ଘନ କୁହୁଡ଼ି ଯୋଗୁଁ ରାସ୍ତାଘାଟ ଦୃଶ୍ୟମାନ ହେଉନଥିଲା ।
ଏହା ମଧ୍ୟ ପଢନ୍ତୁ-Delhi pollution: ପ୍ରଦୂଷଣ ରୋକିବ କୃତ୍ରିମ ବର୍ଷା, ନିଆଯାଉଛି IIT କାନପୁରର ସହଯୋଗ