କମିଶନରେଟ୍ ପୋଲିସର ହୋଲି ସେଲିବ୍ରେସନ: ନାଚିଲେ ସିନିୟର୍ ଅଫିସର, ରଙ୍ଗ ମାରିଲେ ଜୁନିୟର
🎬 Watch Now: Feature Video
ଭୁବନେଶ୍ବର: କମିଶନରେଟ ପୋଲିସର ହୋଲି ସେଲିବ୍ରେସନ । ଏକାଠି ହେଲେ ଅଫିସର । ସଭିଏଁ ମିଶି ପାଳିଲେ ହୋଲି ଉତ୍ସବ । ବର୍ଷକ ବାରମାସ ଲୋକଙ୍କ ସେବା କରୁଥିବାବେଳେ ଆଜି ସେମାନେ ଲୋକଙ୍କ ସେବା ସହ ନିଜେ ବି ପାଳିଛନ୍ତି ହୋଲି । ସହରର ସମସ୍ତ ଆଇଆଇସି ଓ ଏସିପି ବୁଲି ବୁଲି ନିଜ ଅଞ୍ଚଳର ସୁରକ୍ଷାର ଯାଞ୍ଚ ସହ ବରିଷ୍ଠ ଅଧିକାରୀଙ୍କ କ୍ବାର୍ଟର ବୁଲି ବୁଲି ଦେଇଛନ୍ତି ଶୁଭେଚ୍ଛାର ବାର୍ତ୍ତା । ଆଉ କ୍ବାର୍ଟରରେ ଜୁନିୟର ଅଫିସରଙ୍କ ରଙ୍ଗରେ ରଙ୍ଗିନ ହୋଇଛନ୍ତି ସିନିୟର୍ ପୋଲିସ ଅଫିସର ।
ଏଭଳି କିଛି ସେଲିବ୍ରେସନ ଦେଖିବାକୁ ମିଳିଥିଲା ପୋଲିସ କମିଶନର, ପୋଲିସ ଡିଜି ଓ ଅତିରିକ୍ତ କମିଶନରଙ୍କ କ୍ବାର୍ଟରରେ । କିଛି ସମୟ ପାଇଁ ପୋଲିସ ଅଧିକାରୀ ପରସ୍ପରକୁ ରଙ୍ଗ ଲଗାଇ, ଅବିର ବୋଳି ଶୁଭେଚ୍ଛା ଦେବା ସହ ହୋଲି ପାଳିଛନ୍ତି । ଆଉ ମ୍ୟୁଜିକ ତାଳେ ତାଳେ ଝୁମିବା ସହ ନିଜ ଡିପାର୍ଟମେଣ୍ଟର ଜୁନିୟର ଅଫିସରଙ୍କ ସହ ନାଚି, ଗୀତ ଗାଇ ହୋଲି ପାଳିଛନ୍ତି ସମସ୍ତ ଅଫିସର । କେବଳ ସେତିକି ନୁହେଁ, ଖରା, ବର୍ଷା ଓ ଶୀତରେ ଯେଉଁମାନେ ରାସ୍ତା ଉପରେ ଡ୍ୟୁଟି କରୁଛନ୍ତି, ଟ୍ରାଫିକ କର୍ମଚାରୀ ହୁଅନ୍ତୁ ବା ସ୍ପେଶାଲ ଫୋର୍ସ କିମ୍ବା ଷ୍ଟ୍ରାଇକିଂ ଫୋର୍ସ । ସେମାନଙ୍କ ପାଖରେ ସିନିୟର ଅଫିସର ପହଞ୍ଚି ସେମାନଙ୍କୁ ମିଠା ଖୁଆଇ ରଙ୍ଗ ଲଗାଇ ହୋଲି ସେଲିବ୍ରେସନ କରିଛନ୍ତି । ଯାହାଦ୍ବାରା ସେମାନଙ୍କର ମନୋବଳ ବଢିବ । ସିନିୟର୍ ଅଫିସରଙ୍କ ଭଲ ପାଇବା ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କୁ ଏକ ମନୋବଳ ଯୋଗାଇବ ।
ଏହି ଅବସରରେ ଟ୍ବିନସିଟିବାସୀଙ୍କୁ ବାର୍ତ୍ତା ଦେଇ ପୋଲିସ କମିଶନର କହିଛନ୍ତି, "ସହରବାସୀଙ୍କୁ ସୁରକ୍ଷିତ ହୋଲିର ଶୁଭକାମନା । ବିପଦପୂର୍ଣ୍ଣ ରଙ୍ଗ ଠାରୁ ସମସ୍ତେ ଦୂରେଇ ରଙ୍ଗ ଖେଳିବେ । ସହର ଭିତରେ ସୁରକ୍ଷିତ ଭାବେ ରଙ୍ଗର ପର୍ବକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପାଳନ କରିବେ ।" ଆଉ ବିଶେଷ କରି ରଙ୍ଗ ଖେଳ ପରେ ଗାଧୋଇବା ସମୟରେ ବିଶେଷ କରି ଯୁବପିଢି ମାନେ କିପରି ସତର୍କର ସହ ଜଳାଶୟରେ ଗାଧୋଇବେ ଏବଂ ନିଜ ପ୍ରତି ସାବଧାନ ରହିବେ ଏହା ସହରବାସୀଙ୍କୁ ଅପିଲ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ଲୋକଙ୍କ ପାଇଁ ସଦା ସର୍ବଦା ଆମେ କର୍ତ୍ତବ୍ୟ ପଥରେ ସଜାଗ ରହିଛୁ ବୋଲି ପୋଲିସ କମିଶନର କହିଛନ୍ତି । ସଭିଏଁ ସୁରକ୍ଷିତ ହୋଲି ପାଳିବାକୁ ସେ ଅନୁରୋଧ କରିଛନ୍ତି । ସେହିପରି ହୋଲିକୁ ଦୃଷ୍ଟିରେ ରଖି ହୋଇଥିବା ସୁରକ୍ଷା ବ୍ୟବସ୍ଥାକୁ ନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ କହିଛନ୍ତି, "ସହରରେ ଆମର ଅଫିସର ନଜର ରଖିଛନ୍ତି । ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ପୁରା ଆଲର୍ଟ ରହିଛି । ସହରରେ ୧୭ଟି ପିସିଆର ଓ ୩୧ ସ୍ଥାନରେ ଫୋର୍ସ ମୁତୟନ ସହ ୧୫ ପ୍ଲାଟୁନ ଅଫିସର ବାଟରେ ଘାଟରେ ଜଗିଛନ୍ତି । ତେଣୁ ଲୋକଙ୍କ ସୁରକ୍ଷା ଆମର ଦାୟିତ୍ବ । ସେ ଦିଗରେ ଧ୍ୟାନ ଦିଆଯାଉଛି ।
ଇଟିଭି ଭାରତ, ଭୁବନେଶ୍ବର