thumbnail

By ETV Bharat Odisha Team

Published : Nov 17, 2023, 3:03 PM IST

ETV Bharat / Videos

ଆନ୍ଦୋଳନ ବେଳେ ଅସୁସ୍ଥ ହୋଇପଡିଲେ ମହିଳା କର୍ପୋରେଟର

କଟକ: ତେଜିବାରେ ଲାଗିଛି ସିଏମସି ବିରୋଧୀ କର୍ପୋରେଟରଙ୍କ ଆନ୍ଦୋଳନ । ୫ ଦିନ ହେଲାଣି ତଥାପି ଥମୁନି ବିବାଦ । ଆଜି ଆନ୍ଦୋଳନ କରୁଥିବା ଜଣେ ମହିଳା କର୍ପୋରେଟର ଅସୁସ୍ଥ ହୋଇପଡିଥିଲେ । ଏକ ନମ୍ବର ୱାର୍ଡ କର୍ପୋରେଟର ଭାନୁ ସେନାପତି ଗୁରୁତର ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ କଟକ ବଡ଼ମେଡିକାଲ ନିଆଯାଇଥିଲା । ଏହି ସମୟରେ ପୋଲିସ ଏବଂ କର୍ପୋରେଟରଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାର ଦେଖିବାକୁ ମିଳିଥିଲା ।

ଏହାମଧ୍ୟ ପଢନ୍ତୁ..୫ମ ଦିନରେ କର୍ପୋରେଟର ଆନ୍ଦୋଳନ; ସିଏମସି ଅଫିସର ମୁଖ୍ୟ ଫାଟକ ତାଲା ପକାଇଲା କଂଗ୍ରେସ

ଗୁରୁତର କର୍ପୋରେଟରଙ୍କ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲର ଡାକ୍ତର ଆସିଥିବାରୁ ତାଙ୍କୁ ସିଏମସି ମଧ୍ୟକୁ ଛାଡିନଥିଲା ପୋଲିସ । ଯାହାକୁ ନେଇ ବିରୋଧୀ କର୍ପୋରେଟର ମାନେ ପୋଲିସ ସହ ଯୁକ୍ତିତର୍କ କରିଥିବା ଦେଖିବାକୁ ମିଳିଥିଲା । ଏହାପରେ ସରକାରୀ ଆମ୍ବୁଲାନ୍ସ ଆସି ଅସୁସ୍ଥ କର୍ପୋରେଟରଙ୍କୁ ମେଡିକାଲ ନେଇଥିଲା । ପରେ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । 

ଇଟିଭି ଭାରତ, କଟକ
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.