thumbnail

By ETV Bharat Odisha Team

Published : Nov 10, 2023, 10:06 PM IST

ETV Bharat / Videos

ଆମ ଓଡ଼ିଶା ନବୀନ ଓଡ଼ିଶାରେ ଯୋଡି ହେଲା ନୂଆପଡା, ଜିଲ୍ଲାର ବିକାଶ ପାଇଁ 65 କୋଟି 50 ଲକ୍ଷ ମଞ୍ଜୁର

ନୂଆପଡା: ସରକାରଙ୍କ ବିକାଶର ଗାଡି ଗଡିବ ନୂଆପଡା ଜିଲ୍ଲାରେ । ଆମ ଓଡ଼ିଶା ନବୀନ ଓଡ଼ିଶାରେ ଯୋଡି ହେଲା ନୂଆପଡା । ଆଜି (ଶୁକ୍ରବାର) ନୂଆପଡା ଜିଲ୍ଲାର ୫ଟି ବ୍ଲକରେ ଭର୍ଚୁଆଲ ମୋଡ଼ରେ "ଆମ ଓଡ଼ିଶା ନବୀନ ଓଡ଼ିଶା" କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଉଦଘାଟନ କରିଛନ୍ତି । ଏହି କ୍ରମରେ ନୂଆପଡା ଜିଲ୍ଲାରର ସର୍ବାଙ୍ଗୀନ ବିକାଶ ପାଇଁ ସମୁଦାୟ 1ହଜାର 765ଟି  ଉନ୍ନୟନ ପ୍ରକଳ୍ପ ପାଇଁ ସର୍ବ ମୋଟ 65 କୋଟି 50 ଲକ୍ଷ ଅର୍ଥ ବରାଦ କରିଛନ୍ତି ।

ଏହି କାର୍ଯ୍ୟକ୍ରମ ନୂଆପଡା ଜିଲ୍ଲାର ୫ଟି ବ୍ଲକ ଯଥା କୋମନା, ବୋଡେ଼ନ,ସିନାପାଲି, ଖଡ଼ିଆଳ, ନୂଆପଡା ବ୍ଲକରେ ଆୟୋଜନ କରାଯାଇଥିଲା । ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ 65 କୋଟି 50 ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି । ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସ୍ଥାନୀୟ ବିଡ଼ିଓ, ତହସିଲଦାର, ମିଶନ ଶକ୍ତି ମହିଳା,ଅଙ୍ଗନବାଡ଼ି କର୍ମୀ ଏବଂ ଜିଲ୍ଲା ପ୍ରଶାସାନ ସମ୍ପୁର୍ଣ୍ଣ ସହଯୋଗ କରିଛନ୍ତି । ଜିଲ୍ଲାର ବିକାଶ ପାଇଁ ସରକାର 1ହଜାର 765ଟି ପ୍ରକଳ୍ପକୁ ମଞ୍ଜୁରୀ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାବାସୀ ।

ଏହା ମଧ୍ୟ ପଢନ୍ତୁ...ଆମ ଓଡିଶା ନବୀନ ଓଡିଶାରେ ଯୋଡି଼ ହେଲା କୋରାପୁଟ

ଇଟିଭି ଭାରତ, ନୂଆପଡା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.