ସମ୍ବଲପୁର ହିଂସା ଘଟଣାରେ ତେଜିଲା ବଜରଙ୍ଗ ଦଳ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

🎬 Watch Now: Feature Video

thumbnail

ଜଗତସିଂହପୁର: ସମ୍ବଲପୁର ହିଂସା ଘଟଣାକୁ ନେଇ ବଜରଙ୍ଗ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବଜରଙ୍ଗ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଏହାସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ବଜରଙ୍ଗ ଦଳ ଦାବିପତ୍ରରେ ଉଲ୍ଲେଖ କରିଛି, ରାଜ୍ୟରେ ବାଂଲାଦେଶୀ ଶରଣାର୍ଥୀ ମାନେ ସାମ୍ପ୍ରଦାୟୀକ ହିଂସା ପରିସ୍ଥିତି ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛନ୍ତି । ଫଳରେ ବିଭିନ୍ନ ସ୍ଥାନରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେଉଛି । ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। ଭାଇଚାରାରେ ମାଧ୍ୟମରେ ବିଭିନ୍ନ ଧର୍ମାବଲମ୍ବୀ ଏଠାରେ ବସବାସ କରିଛନ୍ତି । ମାତ୍ର କେତେକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟକ୍ତିମାନେ ବାଂଲାଦେଶୀ ଶରଣାର୍ଥୀମାନଙ୍କ ସହାୟତାରେ ଓଡିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ଆସନ୍ତା ବାତାବରଣ ସୃଷ୍ଟି କରୁଛନ୍ତି । ଏହା ସମ୍ବଲପୁର ଘଟଣାରୁ ସ୍ପଷ୍ଟ ହୋଇଥିବା ବଜରଙ୍ଗ ଦଳ ପକ୍ଷରୁ ଉଲ୍ଲେଖ କରାଯାଇଛି । ରାଜ୍ୟରେ ଏବେ ବାଂଲାଦେଶୀ ଶରଣାର୍ଥୀଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଉଛି । ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ବାଂଲାଦେଶୀ ଶରଣାର୍ଥୀ ମାନଙ୍କୁ ବିତାଡିତ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.