ଜଗତସିଂହପୁରର ବିଭିନ୍ନ ଶୈବପୀଠରେ ବଡଓଷା - ବଡଓଷା ୨୦୨୩

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 26, 2023, 7:07 AM IST

ଜଗତସିଂହପୁର: ଜିଲ୍ଲାର ବିଭିନ୍ନ ଶୈବପୀଠ ମାନଙ୍କରେ ପଞ୍ଚୁକ ବ୍ରତ ବଡଓଷା ପାଳିତ ହେଉଛି । ବ୍ରତଧାରୀମାନେ ପଞ୍ଚୁକ ବ୍ରତ ପାଳନ କରିବା ସହିତ ଆଜି ବଡଓଷା କରିଥିଲେ । ଶନିବାର ବିଭିନ୍ନ ଶୈବ ପୀଠ ମାନଙ୍କରେ ଶିବ ଉଥାପନ ନୀତି ସମାପନ ପରେ ଶ୍ରଦ୍ଧାଳୁମାନଙ୍କର ଭିଡ ପରିଲକ୍ଷିତ ହୋଇଥିଲା । ଆଜି ସକାଳୁ ବ୍ରତଧାରୀମାନେ ଉପବାସ ରହି ବ୍ରତ ପାଳନ କରିବା ସହିତ ସନ୍ଧ୍ୟାରେ ମନ୍ଦିରରେ ପ୍ରଭୁ ଆଶୁତୋଷଙ୍କ ଦର୍ଶନ କରିଥିଲେ । ଆଜି ରାତିରେ ଗଜବ ତରଣ ଭୋଗ ବସିବା ସହିତ ରବିବାର ଦିନ ବ୍ରତଧାରୀମାନେ ଏହି ପ୍ରସାଦ ଗ୍ରହଣ ପରମ୍ପରା ରହିଛି । ବଡ଼ଓଷାକୁ ନେଇ ଜଗତସିଂହପୁର ସହରର ପ୍ରସିଦ୍ଧ ଶୈବପୀଠ ସୋମନାଥ ମହାଦେବଙ୍କ ମନ୍ଦିରରେ ପ୍ରବଳ ଜନ ସମାଗମ ହୋଇଛି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଜଗତସିଂହପୁର ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସେହିପରି ବିରିଡି ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଅଷ୍ଟସମ୍ଭୁ ମହାଦେବ, ଗତେଶ୍ୱର ମହାଦେବ ମନ୍ଦିର ଓ ଗୋରେଖ ନାଥଙ୍କ ପୀଠରେ ମଧ୍ୟ ବଡଓଷା ଅନୁଷ୍ଠିତ ହେଉଛି । ହଜାର ହଜାର ଲୋକେ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ମନ୍ଦିରରେ ଦୀପଦାନ କରୁଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ...ପଞ୍ଚୁକର ତ୍ରୟୋଦଶୀ ତିଥି: ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.