Rathakhala Halchal: ଚାଲିଛି ପନ୍ଦାରି ବଳା ନିର୍ମାଣ, ଶେଷ ପର୍ଯ୍ୟାୟରେ ତୁମ୍ବ ବିନ୍ଧ କାର୍ଯ୍ୟ - ପୁରୀ ଖବର

🎬 Watch Now: Feature Video

thumbnail

By

Published : May 1, 2023, 4:22 PM IST

ପୁରୀ: ମହାପ୍ରଭୁଙ୍କ ଘୋଷ ଯାତ୍ରା ପାଇଁ ରଥ ନିର୍ମାଣରେ ଲାଗି ପଡ଼ିଛନ୍ତି ସେବକ ।  ପ୍ରତିଦିନ ଭଳି ଆଜି ସେବକମାନେ ସକାଳ ୮ଟାରେ ରଥଖଳାଠାରେ ଉପସ୍ଥିତ ହୋଇଥିଲେ। ପରେ ଉପସ୍ଥାନ ଦେଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ତିନିରଥର ମୁଖ୍ୟ ମହାରଣାଙ୍କ ଦ୍ବାରା ତୁମ୍ବ ବିନ୍ଧ ଅନୁକୂଳ ପୂଜା ସମ୍ପନ୍ନ ପରେ ତିନି ରଥର ମୋଟ ୪୨ଗୋଟି ତୁମ୍ବରେ ବିନ୍ଧ କାର୍ଯ୍ୟ ମହାରଣା ସେବକମାନେ ଆରମ୍ଭ କରିଥିଲେ ।  ପ୍ରତି ତୁମ୍ବ ପାଇଁ ଆବଶ୍ୟକ ଥିବା ୧୬ ଯୋଡ଼ାବିନ୍ଧରୁ ତିନିରଥର ଅଧିକାଂଶ ତୁମ୍ବଗୁଡିକରେ ପ୍ରାୟ ୮ଯୋଡ଼ା ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ତାଳଧ୍ବଜ ରଥର ମୋଟ ୧୪ ଗୋଟି ତୁମ୍ବରୁ ୫ ଗୋଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇଛି ।  ବାକି ୯ ଗୋଟି ତୁମ୍ବର ୭୦% ଭାଗ ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ଦେବଦଳନ ରଥର ୧୨ ତୁମ୍ବର ଏବଂ ନନ୍ଦିଘୋଷ ରଥର ୧୬ ଗୋଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେପଟେ ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାର ଶାଳରେ ତିନିରଥର କମାର ସେବକମାନେ ପ୍ରତି ରଥର ପ୍ରାୟ ୬/୬ ଟି ତୁମ୍ବ ପାଇଁଆବଶ୍ୟକୀୟ ଅର କଣ୍ଟା ପ୍ରସ୍ତୁତ ଶେଷ କରି ବାକି ତୁମ୍ବଗୁଡିକ ପାଇଁ ଅର ଅଣ୍ଟା ପ୍ରସ୍ତୁତ ସହ ତୁମ୍ବ ପାଇଁ ପନ୍ଦାରି ବଳା ନିର୍ମାଣ ଆରମ୍ଭ କରିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.