ଅଯୋଧ୍ୟା ଅଭିମୁଖେ ୧୦୮ଫୁଟ ଲମ୍ବର ବିଶାଳ ଧୂପକାଠି, ରାସ୍ତାରେ ଶୋଭାଯାତ୍ରାକୁ ଭବ୍ୟ ସ୍ବାଗତ - ୧୦୮ଫୁଟ ଲମ୍ବର ଧୂପକାଠି
🎬 Watch Now: Feature Video
Published : Jan 2, 2024, 6:34 PM IST
Procession of 108 feet long incense sticks: ଗାନ୍ଧୀନଗର: ଆସନ୍ତା ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା । ଏଥିଲାଗି ଜୋରସୋରରେ ଚାଲିଛି ପ୍ରସ୍ତୁତି । ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରଭୁ ରାମଲାଲାଙ୍କ ବିଭିନ୍ନ ସାମଗ୍ରୀ ଅଯୋଧ୍ୟାରେ ପହଞ୍ଚୁଛି । ଏହାରି ମଧ୍ୟରେ ଗୁଜୁରାଟ ଭଦୋଦରାରୁ ରାମଲାଲାଙ୍କ ପାଇଁ ଯାଉଛି ୩୫୦୦ କେଜି ଓଜନର ୧୦୮ ଫୁଟ ଲମ୍ବର ଧୂପକାଠି । ଏକ ବିରାଟ ଶୋଭାଯାତ୍ରାରେ ଟ୍ରକରେ ଧୂପକାଠିଗୁଡ଼ିକୁ ନେଇ ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି ଭକ୍ତ । ଏହି ବିଶେଷ ଧୂପକାଠିର ଆକାର ୧୦୮ ଫୁଟ ଲମ୍ବ ଓ ୩.୫ ଫୁଟ ଚଉଡ଼ା ରହିଛି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ଏହି ଧୂପକାଠିକୁ ରାମଲାଲାଙ୍କ ଆରାଧନା ଲାଗି ବ୍ୟବହାର କରାଯିବ । ଭଦୋଦରା ଅଧିବାସୀ ବିହାଭାଇ ଭରୱାଦ ଏହି ଧୂପକାଠି ତିଆରି କରିଛନ୍ତି । ଗତ ୬ ମାସ ଧରି ସେ ଏହି ବିଶେଷ ଧୂପକାଠିରେ ତିଆରି କରିବା କାର୍ଯ୍ୟରେ ଲାଗିଥିଲେ । ତେବେଏହି ପୂଜା ସାମଗ୍ରୀ ଟ୍ରକରେ ଲଦା ହୋଇ ଅଯୋଧ୍ୟା ଅଭିମୁଖେ ବାହାରିଥିବା ବେଳେ ରାସ୍ତାଘାଟରେ ଶ୍ରଦ୍ଧାଳୁମାନେ ଟ୍ରକକୁ ସ୍ବାଗତ କରୁଥିବା ବେଳେ କିଛି କ୍ଷଣ ପାଇଁ ଉକ୍ତ ସ୍ଥାନ ହୋଇଉଠୁଛି ରାମମୟ । ଏହି ଦୃଶ୍ୟ ଲୁନାୱାଡା ଅଞ୍ଚଳର । ଯେତେବେଳେ ଏହି ବିଶେଷ ଧୂପକାଠି ବୁହା ଟ୍ରକ ରାଜ୍ୟର ଲୁନାୱାଡା ଅଞ୍ଚଳରେ ପହଞ୍ଚିଥିଲା ଦେଖନ୍ତୁ ସେଠାକାର ଦୃଶ୍ୟ କିପରି ଥିଲା...
ଏହା ବି ପଢନ୍ତୁ- ହାଇଦ୍ରାବାଦରେ ନିର୍ମିତ ହୋଇଛି ପ୍ରଭୁ ଶ୍ରୀରାମଙ୍କ ପାଦୁକା
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ