thumbnail

Watch: ବିରଳ ଧଳା ଅଜଗର ଉଦ୍ଧାର

By ETV Bharat Odisha Team

Published : Aug 31, 2023, 7:05 AM IST

ବେଙ୍ଗାଲୁରୁ: ଘରୁ ମିଳିଲା ବିରଳ ଧଳା ଅଜଗର । ଗତ ମଙ୍ଗଳବାର ବେଙ୍ଗାଲୁରୁର ଉତ୍ତର କନ୍ନଡ ଜିଲ୍ଲାର କୁମଟାର ହେଗଡେ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଘରୁ ଏହି ବିରଳ ସାପଟି ଉଦ୍ଧାର ହୋଇଛି । ପ୍ରଥମ ଥର ଏପରି ଧଳା ରଙ୍ଗର ଅଜଗର ଦେଖିଥିବାରୁ ପରିବାର ଲୋକେ ଭୟଭୀତ ହୋଇଥିଲେ । ପରେ ସାପଟିକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସୂଚନା ଥାଉକି, ସାଧାରଣ ଅଜଗର ଠାରୁ ଧଳା ଅଜଗର ଆକାରରେ 3 ଗୁଣ ବଡ ହୋଇଥାଏ । ଏହି ସାପଟି ଲମ୍ବ ପ୍ରାୟ ୯ ଫୁଟ ହୋଇଥିବା ବେଳେ ଏହା ପ୍ରାୟ ୮ ବର୍ଷ ହୋଇପାରେ ବୋଲି ସ୍ନେକହେଲ୍ପ ଲାଇନ ସଦସ୍ୟ ପୱନ ନାଏକ କହିଛନ୍ତି । ଏହା ପୂର୍ବରୁ ମଧ୍ୟ ମିରିଜାନ ଅଞ୍ଚଳରୁ ଧଳାରଙ୍ଗର ଅଜଗର ଉଦ୍ଧାର ହୋଇଥିଲା । ଏହି ଧଳା ଅଜଗରକୁ ଆସବିନୋ ସାପ ମଧ୍ୟ କୁହାଯାଇଥାଏ । ସାଧାରଣତଃ ଏହି ସାପ ବିରଳ ପ୍ରଜାତିର ଅଟନ୍ତି । ଏହି ସାପକୁ ଦେଖିବା ପାଇଁ ଲୋକଙ୍କ ମନରେ କୌତୁହଳ ଦେଖିବାକୁ ମିଳେ ।

ଏହା ମଧ୍ୟ ପଢନ୍ତୁ:Watch: ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିଲେ ଭୂପେଶ ବଘେଲ, ହଠାତ୍‌ ପହଞ୍ଚିଗଲା ସାପ ତା’ ପରେ...

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.