ଜାଲରେ ପଡିଲା 10 ଫୁଟର ବିରାଟ ଅଜଗର... ତାପରେ - ବିହାର ଅଜଗର ସାପ ଉଦ୍ଧାର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/09-09-2023/640-480-19471143-thumbnail-16x9-snake.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Sep 9, 2023, 10:07 PM IST
ପାଟଣା: ମତ୍ସ୍ୟଜୀବୀଙ୍କ ଜାଲରେ ବିରାଟ ଅଜଗର। ମାଛ ମାରିବା ପାଇଁ ପକାଇଥିବା ଜାଲରେ ଫସିଗଲା ପାଖାପାଖି 10 ଫୁଟ ଲମ୍ବାର ଅଜଗର । ବିହାରର କୈମୁର ଅଞ୍ଚଳରୁ ଏହି ବିରାଟ ଅଜଗରକୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, କୈମୁର ଅଞ୍ଚଳର କିଛି ମତ୍ସ୍ୟଜୀବୀ ମାଛ ମାରିବା ପାଇଁ କର୍ମନାଶା ନଦୀରେ ଜାଲ ପକାଇଥିଲେ। ତେବେ ମତ୍ସ୍ୟଜୀବୀମାନେ ନଦୀରୁ ଜାଲ କଢ଼ିବା ବେଳେ ଜାଲରେ ଭାରି ଓଜନ ଅନୁଭବ କରିଥିଲେ। ଜାଲରେ ଅଧିକ ମାଛ ଲାଗିଥିବା ନେଇ ସେମାନେ ଅନୁମାନ କରିଥିଲେ। କିନ୍ତୁ ଯେତେବେଳେ ଜାଲକୁ ପାଣିରୁ ବାହାର କଲେ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଏହା ମଧ୍ୟ ପଢ଼ନ୍ତୁ...ମାଛ ପାଇଁ ପକାଯାଇଥିଲା ଜାଲ, ଫସିଲା ଅହିରାଜ
ତେବେ ଜାଲରେ ମାଛ ବଦଳରେ ଏକ ବିରାଟ ଅଜଗର ସାପ ପଡ଼ିଥିଲା। ଯାହାର ଲମ୍ବା ପ୍ରାୟ 10 ଫୁଟ ହେବ। ତେବେ ଏନେଇ ମତ୍ସ୍ୟଜୀବୀମାନେ ତୁରନ୍ତ ବନ ବିଭାଗକୁ ସୂଚନା ଦେଇଥିଲେ। ସେପଟେ ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଅଜଗର ସାପକୁ ଉଦ୍ଧାର କରିବା ସହ ତାକୁ ଜଙ୍ଗଲରେ ଛାଡିଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ