ବାଣପୁର ଜେଲ ଭିତରେ ବୁଲୁଥିଲା 10 ଫୁଟିଆ ଅହିରାଜ, ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ - ଅହିରାଜ ଉଦ୍ଧାର

🎬 Watch Now: Feature Video

thumbnail

By

Published : Apr 14, 2023, 10:40 AM IST

ଖୋର୍ଦ୍ଧା: ବାଣପୁର ଉପଖଣ୍ଡ କାରାଗାରରୁ ଏକ ବିରାଟ ଅହିରାଜ ସାପ ଉଦ୍ଧାର । 10 ଫୁଟ ଲମ୍ବର ସାପକୁ ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ଵପ୍ନାଲୋକ ମିଶ୍ର । ଉଦ୍ଧାର ପରେ ନାରାୟଣୀ ପାହାଡରେ ଥିବା ଜଙ୍ଗଲରେ ଛାଡିଲା ସାପଟିକୁ ଛାଡି ଦିଆଯାଇଥିବା ସୂଚନା ମିଳିଛି । ଗୁରୁବାର ସନ୍ଧ୍ୟା ସମୟରେ ବିଜୁଳି କାଟ ଯୋଗୁଁ ଅନ୍ଧାର ଥିଲା ଜେଲ ପରିସର । ଏହି ସମୟରେ ଜେଲ ପରିସରକୁ ପ୍ରବେଶ କରିଥିଲା ଅହିରାଜ ସାପ । ଜେଲ ଭିତରେ ଥିବା ଏକ ପାଇପ ଭିତରେ ସାପ ଲୁଚି ଯାଇଥିବା ବେଳେ ଏନେଇ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ ଜେଲର ।

ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ଵପ୍ନାଲୋକ ମିଶ୍ର । କିନ୍ତୁ ଘଟଣାସ୍ଥଳରେ କରେଣ୍ଟ ଆସିବା ପର୍ଯ୍ୟନ୍ତ ପ୍ରାୟ ଅଧା ଘଣ୍ଟାଏ କାଳ ଅପେକ୍ଷା କରିବାକୁ ପଡିଥିଲା । ଏହାପରେ ପରେ ସ୍ୱପ୍ନାଲୋକ ଅହିରାଜ ସାପକୁ ଉଦ୍ଧାର କରିଥିଲେ । ଯାହାର ଲମ୍ବ 10 ଫୁଟରୁ ଅଧିକ ହେବ । ଉଦ୍ଧାର ସାପକୁ ବନ ବିଭାଗ ଉପସ୍ଥିତିରେ ନାରାୟଣୀ ପାହାଡରେ ଥିବା ଜଙ୍ଗଲ ଭିତରେ ଛାଡି ଦିଆଯାଇଛି । ପୂର୍ବରୁ ଭୁବନେଶ୍ୱର ସ୍ଥିତ ଝାରପଡ଼ା ଜେଲ ହେଉ କିମ୍ବା କଟକ ଚୌଦ୍ଵାର ଜେଲ, ବ୍ରହ୍ମପୁର ଜେଲ, ପୁରୀ, ଯାଜପୁର ଜେଲରୁ ବିଷଧର ନାଗ ସାପଙ୍କୁ ସ୍ନେକ ହେଲ୍ପ ଲାଇନ ପକ୍ଷରୁ ଉଦ୍ଧାର କରାଯାଇଥିଲା ।  

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.