ଫଗୁ ରଙ୍ଗରେ ରଙ୍ଗୀନ ଗାଁରୁ ସହର - ବାଲେଶ୍ବରରେ ହୋଲି ପାଳନ

🎬 Watch Now: Feature Video

thumbnail

By

Published : Mar 19, 2022, 2:10 PM IST

Updated : Feb 3, 2023, 8:20 PM IST

ବାଲେଶ୍ବର: ପବିତ୍ର ଦୋଳ ପୂର୍ଣ୍ଣିମା ପରେ ଆଜି ସାରା ଓଡି଼ଶାରେ ହୋଲି ଉତ୍ସବ ପାଳନ ହେଉଛି । ରଙ୍ଗର ପର୍ବକୁ ନେଇ ପଲ୍ଲୀରୁ ସହର ସବୁଠି ଉତ୍ସବ ମୁଖର । କୋରୋନା କଟକଣା ଥିବାରୁ ପରିବାର ଓ ନିଜ ସମ୍ପର୍କୀୟଙ୍କ ସହ ରଙ୍ଗ ଖେଳୁଛନ୍ତି । ୨ ବର୍ଷ ହେବ କୋରୋନା ମହାମାରୀର ପାଇଁ ରଙ୍ଗ ଖେଳକୁ ନେଇ ସରକାର କଟକଣା ଜାରି କରିଥିଲେ । ହେଲେ ଚଳିତ ଥର କରୋନାର ପ୍ରକୋପ କମ୍ ଥିବାରୁ ଲୋକେ ହୋଲି ଖେଳର ମଜା ନେଉଛନ୍ତି । ତେବେ ଓଡ଼ିଶାରେ ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବାକୁ ଲୋକଙ୍କୁ ବାରଣ କରାଯାଇଛି । କେବଳ ପରିବାର ଭିତରେ ହୋଲି ଖେଳିବାକୁ ଅନୁମତି ରହିଛି । ହୋଲିର ରଙ୍ଗରେ ରାଗ ହିଂସା ଦୁରେଇ ଯାଉ ବୋଲି କାମନା କରାଯାଇଛି। ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.