କଳାହାଣ୍ଡିରେ ହୋଲିର ଧୁମ, ଅବିର ଲଗାଇ ପାଳିଲେ ରଙ୍ଗର ପର୍ବ
🎬 Watch Now: Feature Video
ଭବାନୀପାଟଣା: ଆସିଛି ରଙ୍ଗର ପର୍ବ ହୋଲି। ରଙ୍ଗର ପର୍ବ ହୋଲିକୁ ନେଇ ଚାରିଆଡେ ଉତ୍ସାହର ଧୁମ। ହୋଲି ରଙ୍ଗରେ ରଙ୍ଗେଇ ହେଲେ କଳାହାଣ୍ଡିବାସୀ । ପରସ୍ପରକୁ ଫଗୁ ଅବିର ଲଗାଇ ରଙ୍ଗର ପର୍ବ ପାଳୁଛନ୍ତି ଲୋକେ । ପୂର୍ବ ଶତ୍ରୁତାକୁ ଭୁଲି ପରସ୍ପରକୁ ରଙ୍ଗ ଲଗାଇ ଭାଇଚାରାର ବାର୍ତ୍ତା ବାଣ୍ଟୁଛନ୍ତି ଜିଲ୍ଲାବାସୀ । ସେପଟେ ହୋଲି ରଙ୍ଗରେ ରଙ୍ଗୀନ ହୋଇଛନ୍ତି ନେତା। ଲୋକଙ୍କ ସହ ହୋଲି ପାଳିଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମାର। ଏହାସହ ଭବାନୀପାଟଣା ସହରରେ ଥିବା ସ୍ବଧାର ଗୃହକୁ ଯାଇ ଅନ୍ତେବାସୀଙ୍କ ସହ ହୋଲି ପାଳିଛନ୍ତି ସାଂସଦ ସୁଜିତ କୁମାର।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST