ଜଗତସିଂହପୁର: ସଦର ବ୍ଲକ ଅନ୍ତର୍ଗତ ସଂପୁର ଗ୍ରାମର ପ୍ରଥମ ଶ୍ରେଣୀରେ ପାଠ ପଢ଼ୁଥିବା 5 ବର୍ଷର କୁନିଝିଅ କ୍ରୀତ୍ତି କାଜଲ । ତାଙ୍କ ପ୍ରତିଭାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି । ଏହି କୁନି ଝିଅଟି ବିଭିନ୍ନ କାର୍ଯ୍ୟକ୍ରମରେ ସୁନ୍ଦର ଗୀତ ପରିବେଷଣ କରି ବେଶ ପ୍ରଶଂସା ସାଉଁଟିଛନ୍ତି । ଗାୟତ୍ରୀ ମନ୍ତ୍ର ଠାରୁ ଆରମ୍ଭ କରି ହନୁମାନ ଚାଳିଶା ଜଗନ୍ନାଥଷ୍ଟକ ବିମଳାଷ୍ଟକ ସ୍ପଷ୍ଟ ଭାବେ ଉଚ୍ଚାରଣ କରିବା ସହିତ ଜଗନ୍ନାଥଙ୍କ ଭଜନ ଅତି ସୁନ୍ଦର ଭାବେ ପରିବେଷଣ କରି ପାରୁଛନ୍ତି । କୁନିଝିଅ କୀର୍ତ୍ତି କାଜଲ ବିଭିନ୍ନ ସଙ୍ଗୀତ କାର୍ଯ୍ୟକ୍ରମରେ ଭାଗ ନେଇ ପ୍ରଶଂସା ସାଉଁଟୁଛନ୍ତି । ବିଶେଷ ଭାବରେ ପାରାଦ୍ୱୀପ ବାଲିଯାତ୍ରା ଠାରୁ ଆରମ୍ଭ କରି ବହୁତ ବଡ଼ବଡ଼ କାର୍ଯ୍ୟକ୍ରମରେ ସେ ସଙ୍ଗୀତ ପରିବେଷଣ କରି ସାରିଲେଣି । କୀର୍ତ୍ତିଙ୍କ ବାପାଙ୍କ କହିବା କଥା ଯେ ପ୍ରଥମ ଶ୍ରେଣୀରୁ ସେ ଗୀତ ପ୍ରତି ଆକର୍ଷିତ ହୋଇଥିଲେ । ଗୀତପ୍ରତି ଆଗ୍ରହ ଦେଖି ପରିବାର ଲୋକେ ତାଙ୍କୁ ଗୀତ ଗାଇବା ପାଇଁ ଉତ୍ସାହିତ କରିଥିଲେ । ଟିଭି ଓ ମୋବାଇଲରେ ଗୀତ ଶୁଣି ସେ ମନ ରଖିବା ସହିତ ଅତି ସୁନ୍ଦର ଭାବେ ଗାଇପାରୁଥିବା କହିଥିଲେ । ଇଟିଭି ଭାରତ ଜଗତସିଂହପୁର