କାଲି ଆସିବ ପୌର ରେଜଲ୍ଟ, ଫଳାଫଳକୁ ନେଇ ଏମିତି କହିଲେ ଶ୍ରୀତମ

By

Published : Mar 25, 2022, 12:39 PM IST

Updated : Feb 3, 2023, 8:20 PM IST

thumbnail

କଟକ: ଆସନ୍ତାକାଲି(ଶନିବାର) ପ୍ରକାଶ ପାଇବ ପୌର ଫଳାଫଳ । ଏନେଇ ଆଜିଠୁ ଆକଳନ ଆରମ୍ଭ କରିଦେଇଛନ୍ତି ସମସ୍ତ ରାଜନୈତିକ ଦଳ । ତେବେ କଟକରେ ତ୍ରିମୁଖୀ ମେୟର ଲଢେଇ କାହା ସପକ୍ଷରେ ତାହାକୁ ନେଇ ଆରମ୍ଭ ହୋଇଯାଇଛି ମାନସ ମନ୍ଥନ । ଏହି କ୍ରମରେ ବିଜେପି ମେୟର ପ୍ରାର୍ଥୀ ତଥା ଅଭିନେତା ଶ୍ରୀତମ କହିଛନ୍ତି ଯେ ନିର୍ବାଚନରେ ଜିତିବି ନହେଲେ ହାରିଲେ ଏଥିରୁ ଶିଖିବି ବୋଲି ସେ କହିଛନ୍ତି । ନିର୍ବାଚନ ଫଳାଫଳ ଯାହା ହେଉ କିନ୍ତୁ କଟକ ବାସୀଙ୍କ ସହ ସେ ସର୍ବଦା ରହିଛନ୍ତି ଓ ଆଗକୁ ମଧ୍ୟ ରହିବେ । ନହେଲେ ଶିଖିବି । କାରଣ ଶିଖି ଶିଖି ଜଣେ ମଣିଷ ଜିତିଥାଏ । ତେବେ ବିଜେପି କଟକରେ ଚଳିତ ପୌର ନିର୍ବାଚନ ଯେଉଁ ଜନ ସମର୍ଥନ ପାଇଛି ତାହା ବେଶ ଉଚ୍ଚକୋଟୀର ବୋଲି କହିଛନ୍ତି ଶ୍ରୀତମ । ନିର୍ବାଚନ ଆସିବା ପୂର୍ବରୁ ବିଜେପି ତାର ସଙ୍ଗଠନ ମଜବୁତ କରିଥିଲା । ସବୁ ୱାର୍ଡରେ ଲୋକଙ୍କ କଥା ବୁଝିବାଠୁ ଆରମ୍ଭ କରି ସମର୍ଥନ ମଧ୍ୟ ଲୋଡିଥିଲା ବିଜେପି । ତେବେ ଫଳାଫଳ ଯାହା ହେଲେବି ମନ ଉଣା ନୁହେଁ ବୋଲି ସେ କହିଛନ୍ତି । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.