ରାଜଧାନୀରେ ବିଭତ୍ସ ହତ୍ୟା, ଯୁବକଙ୍କୁ ହାଣି ଦେଲେ ଦୁର୍ବୃତ୍ତ - ଗୋଡାଇ ଗୋଡାଇ ହାଣିଲା ଦୁର୍ବୃତ୍ତ

🎬 Watch Now: Feature Video

thumbnail

By

Published : Mar 6, 2021, 10:44 PM IST

ଭୁବନେଶ୍ବର: ସିଆରପି ଛକରେ ବିଭତ୍ସ ହତ୍ୟାକାଣ୍ଡ । ଦିନ ଦ୍ବିପ୍ରହରରେ ଭୁବନେଶ୍ବର ସିଆରପି ଛକରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ପୂର୍ବ ଶତୃତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିବା ବେଳେ ନୟାପଲ୍ଲୀ ପୋଲିସ ଘଟଣାରେ 2 ଅଭିଯୁକ୍ତକୁ ଅଟକ ରଖିଛି । ଏପଟେ ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ଘଟଣାବଳୀ ବଖାଣିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ । ଡିସିପିଙ୍କ ସୂଚନା ଅନୁଯାୟୀ, ଶନିବାରଏକ ପିକଅକ ଭ୍ୟାନରେ ସୁଧୀର, ସାଗର ଏବଂ ଟୁକୁନା ନାମକ ତିନିଜଣ ବ୍ୟକ୍ତି ଆସୁଥିଲେ। ସିଆରପି ଛକ ଏଣ୍ଟ୍ରିରେ ହଠାତ ଗାଡିରେ ଥିବା ସୁଧୀର ଏବଂ ସାଗର ଗାଡିରୁ ଓହ୍ଲାଇ ଭୁଜାଲିରେ ଗାଡି ଭିତରେ ଥିବା ଟୁକୁନାକୁ ଆକ୍ରମଣ କରିଥିଲେ। ଯେଉଁଥିରେ ଟୁକୁନାଙ୍କର ଘଟଣା ସ୍ଥଲରେ ମୃତ୍ୟୁ ଘଟିଛି।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.