14 ଦିନିଆ ଲକଡାଉନରେ ରାଜଧାନୀରେ ଘନ ଘନ ଚେକିଂ

By

Published : Jul 18, 2020, 3:28 PM IST

thumbnail
ଭୁବନେଶ୍ବର: 14 ଦିନିଆ ଲକଡାଉନ ଘୋଷଣା ପରେ ରାଜଧାନୀରେ ଚେକିଂକୁ ଜୋରଦାର କରାଯାଇଛି। ଡିସିପି ସିକ୍ୟୁରିଟିଙ୍କ ନେତୃତ୍ବରେ ରାଜଧାନୀର 45 ଟି ସ୍ଥାନରେ ଚେକ୍ ପଏଣ୍ଟ ଲାଗିଛି। ସହରକୁ ଏଣ୍ଟ୍ରି ଏବଂ ଏକଜିଟରେ କାହାରିକୁ ଛଡାଯାଉନାହିଁ। କେବଳ ଯେଉଁମାନେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବା କାର୍ଯ୍ୟରେ ନିୟୋଜିତ ଅଛନ୍ତି, ସେମାନଙ୍କୁ ଛଡାଯାଉଛି । ବାହାଘର ଏବଂ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ମଧ୍ୟ ସ୍ବତନ୍ତ୍ର ପାସ ଜରିଆରେ ଅନୁମତି ରହିଛି । ତେବେ ସରକାରୀ ଏବଂ ଗଣମାଧ୍ୟମ ସହ ଆଇଟି କର୍ମଚାରୀଙ୍କର ଆଇକାର୍ଡ଼ ସହ ଅଫିସ ଲେଟର ଦେଖାଇବାକୁ ପଡୁଛି । ଏୟାରପୋର୍ଟ, ରେଳ ଷ୍ଟେସନ, ବସଷ୍ଟାଣ୍ଡକୁ ଟିକେଟ ଦେଖାଇ ଯାଉଛନ୍ତି ଯାତ୍ରୀ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.