Cyclone Jawad: ଭୟଭୀତ ନ ହେବାକୁ ବାଲୁକାକଳାରେ ବାର୍ତ୍ତା - ପୁରୀ ଖବର
🎬 Watch Now: Feature Video
ପୁରୀ : ବାତ୍ୟା ଜଓ୍ବାଦ ( cyclone jawad)କୁ ନେଇ ପୁରୀବାସୀଙ୍କ ସମେତ ଉପକୂଳବାସୀ ଭୟଭୀତ ହୋଇ ପଡିଛନ୍ତି । ତେବେ ଏହି ସମୟରେ ଭୟଭିତ ନ ହୋଇ ଧର୍ଯ୍ୟର ସହ ସ୍ଥିତିକୁ ମୁକାବିଲା କରିବାକୁ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ପୁରୀ ବେଳାଭୂମିରେ ଏନେଇ ଏକ ବାଲୁକା ଚିତ୍ରକଲା କରିଛନ୍ତି। ବାତ୍ୟା ଜଓ୍ବାଦକୁ ନେଇ ଭୟଭୀତ ନ ହେବାକୁ ବାଲୁକା ଚିତ୍ରକଳାରେ ବାର୍ତ୍ତା ମଧ୍ୟ ଦେଇଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର ,ଇଟିଭି ଭାରତ