thumbnail

Viral Video: ଜାଲିକାଟ୍ଟୁ ପ୍ରତିଯୋଗିତା ବେଳେ ଯୁବକଙ୍କୁ ଘୋଷାଡି ନେଲା ଷଣ୍ଢ

By

Published : Jan 16, 2022, 10:40 AM IST

ଚେନ୍ନାଇ: ଜାଲିକାଟ୍ଟୁ ପ୍ରତିଯୋଗିତାର ବେଳେ ଅଘଟଣ । ଯୁବକଙ୍କୁ ରାସ୍ତାରେ ଘୋଷାଡି ନେଲା ଷଣ୍ଢ । ତାମିଲନାଡୁ ଭେଲୋର ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଘଟଣା । ପୋଙ୍ଗଲ ଅବସରରେ ଶନିବାର ଭେଲୋରର ବିଭିନ୍ନ ସ୍ଥାନରେ ଜାଲିକାଟ୍ଟୁ ପ୍ରତିଯୋଗିତାର ଆୟୋଜିତ ହୋଇଥିଲା । ସମାନ ଭାବେ ଭେଲୋରସ୍ଥିତ ମଞ୍ଜୁପଟ୍ଟୁ ଗାଁରେ ମଧ୍ୟ ପ୍ରତିଯୋଗିତା କରାଯାଇଥିଲା । ପ୍ରତିଯୋଗିତାରେ ଭାଗ ନେଇଥିବା ଉକ୍ତ ଯୁବକଙ୍କୁ ଏକ ଷଣ୍ଢ ଟାଣିନେଇଥିଲା । ଷଣ୍ଢଟି ଖୁବ୍ ଦ୍ରୁତଗତିରେ ଦୌଡିବା ସହ ରଶିରେ ଫସି ରହିଥିବା ଯୁବକଙ୍କ ମଧ୍ୟ ବହୁତ ବାଟ ଯାଏଁ ରାସ୍ତାରେ ଘୋଷାଡି ହୋଇଯାଇଥିଲେ । ହେଲେ ଆଶ୍ଚର୍ଯ୍ୟକର ବିଷୟ ହେଉଛି ଏତ ବଡ ଅଘଟଣ ସତ୍ତ୍ବେ ବି ଯୁବକ ଜଣକ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ତାଙ୍କ ଶରୀରରେ କୌଣସି କ୍ଷତ ମଧ୍ୟ ହୋଇନାହିଁ । ଦେଖନ୍ତୁ ଏହି ଅଘଟଣ ସମୟର ଭିଡିଓ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.