Famous Jallikattu: ବାଇକ୍‌ରେ ଯାଉଥିବା ମହିଳାଙ୍କୁ ଷଣ୍ଢର ଅତର୍କିତ ଆକ୍ରମଣ, ଦେଖନ୍ତୁ ଛାତିଥରା ଭିଡ଼ିଓ

By

Published : Jan 3, 2022, 4:35 PM IST

thumbnail
ଚେନ୍ନାଇ: ତାମିଲନାଡୁ ଥିରୁଭନ୍ନମଲାଇ ଜିଲ୍ଲା କନ୍ନାମାଙ୍ଗଲମ ନିକଟ ଅରାନି ଗ୍ରାମରୁ ଆସିଛି ଏକ ଛାତିଥରା ଦୃଶ୍ୟ । ପ୍ରତିବର୍ଷ ଜାନୁଆରୀ ଅମାବାସ୍ୟାରେ ଏଠାରେ ଆୟୋଜିତ ଜାଲିକାଟୁ ଉତ୍ସବ ପାଳନ ବେଳେ ଘଟିଛି ଏହି ଘଟଣା । ଯେଉଁଠି ବାଇକରେ ବସି ଯାଉଥିବା ମହିଳାଙ୍କୁ ଆକ୍ରମଣ କରିଛି ଏକ ଜାଲିକାଟୁ ଷଣ୍ଢ । ଚଳିତ ବର୍ଷ ଜାନୁଆରୀ ୨ ତାରିଖରେ ପ୍ରଶାସନର ବାରଣ ସତ୍ତ୍ବେ ଗ୍ରାମବାସୀ ଏହି ଉତ୍ସବକୁ ପାଳନ କରିଥିଲେ । ଏହି ଉତ୍ସବରେ ପାଖ ଜିଲ୍ଲା ଭେଲ୍ଲୋର, ରାଣିପେଟ୍ଟାଇ, କାଞ୍ଚିପୁରମ ଓ କ୍ରୀଷ୍ଣାଗିରିରୁ ସାମିଲ ହୋଇଥିଲେ ଏକ ହଜାରରୁ ଅଧିକ ବୁଲ୍‌ ଟେମର (ଲଢେଇରେ ଷଣ୍ଢକୁ ଉସକାଉଥିବା ବ୍ୟକ୍ତି) । ଏହି ଉତ୍ସବ ଚାଲିଥିବା ସମୟରେ ରାସ୍ତାରେ ବାଇକ୍‌ ପଛରେ ବସି ଯାଉଥିବା ଜଣେ ମହିଳାଙ୍କୁ ଆକ୍ରମଣ କରିଥିଲା ଷଣ୍ଢ । ଫଳରେ ମହିଳାଙ୍କୁ ଗଭୀର ଆଘାତ ଲାଗିଛି । ସେ ନିକଟସ୍ଥ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାରେ କନ୍ନାମାଙ୍ଗଲମ ପୋଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ଏହି ଭିଡ଼ିଓଟି ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.