ଭାଇରାଲ ହେଉଛି 'ହାତୀ ମେରେ ସାଥୀ' ଭିଡିଓ - elephant video viral

🎬 Watch Now: Feature Video

thumbnail

By

Published : Jul 26, 2020, 10:57 PM IST

ଆଜିକାଲି ସୋସିଆଲ ମିଡିଆରେ ହାତୀର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭାଇରାଲ୍ ଭିଡିଓରେ ହାତୀଟି ନିଜ ମାଲିକ ପିଠିରେ ତେଲ ଲଗାଇ ମାଲିସ୍ କରୁଥିବା ଦେଖିବାକୁ ମିଳିଛି । ଏହାକୁ ଲୋକେ ବହୁତ ପସନ୍ଦ କରିବାରେ ଲାଗିଛନ୍ତି । ଏହି ଭିଡିଓକୁ ରାଜୀବ ଅଗ୍ରୱାଲ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଭିଡିଓରେ ଆପଣ ସ୍ପଷ୍ଟ ଭାବରେ ଦେଖିପାରିବେ ଯେ ହାତୀ କିପରି ତାଙ୍କ ମାଲିକଙ୍କୁ ତାଙ୍କ ପେଟରେ ବସାଇ ତାଙ୍କ ପିଠିରେ ତେଲ ଲଗାଉଛି । ରାଜୀବ ଅଗ୍ରୱାଲ ହାତୀର ଏକ ଭିଡିଓ ଟୁଇଟ୍ କରି ଲେଖିଛନ୍ତି 'ହାଥୀ ମେରେ ସାଥି' । ହାତୀର ଏହି ଭିଡିଓ ବହୁତ ରୋମାଞ୍ଚକର ହୋଇଛି । ଏହି 2 ମିନିଟର ଭିଡିଓରେ ମାଲିକ ବିନା ହେଲମେଟକରେ ସ୍କୁଟି ଚଲାଇବାକୁ ଯାଉଛନ୍ତି ହେଲେ ହାତୀଟି ତୁରନ୍ତ ମାଲିକଙ୍କୁ ହେଲମେଟ ପିନ୍ଧାଇ ଦେଉଛି । ସେହିପରି ମାଲିକ ଜଣକ ବାସ୍କେଟବଲ ଖେଳିବା ବେଳେ ହାତୀ ନିଜ ପିଠିରେ ମାଲିକକୁ ବସାଇ ବଲ ଖେଳିବାର ସାହାଯ୍ୟ କରୁଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.