ଭୋଟ ଦେଲେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ

By

Published : Mar 24, 2022, 8:50 PM IST

Updated : Feb 3, 2023, 8:20 PM IST

thumbnail
ଭୁବନେଶ୍ବର: ଭୋଟ ଦେଲେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ମାଆ ଓ ଭଉଣୀଙ୍କ ସହ ଆସି ଭୋଟ ଦେଇଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା । ଗୋପବନ୍ଧୁ ସରକାରୀ ଉଚ୍ଚ ପ୍ରାଥମିକ ବିଧ୍ୟାଳୟର ୟୁନିଟ 9 ର ୱାର୍ଡ ନମ୍ବର ୩୫ ଓ ବୁଥ ନଂ ୩୭୩ ରେ ଭୋଟ ଦେଇଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା । ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇ ବେଶ ଖୁସି ବ୍ୟକ୍ତ କରିଛନ୍ତି । କାରଣ ଗୋଟିଏ ଗୋଟିଏ ଭୋଟ ବି ଜଣେ ପାର୍ଥୀର ଭାଗ୍ୟ ବଦଳାଇବା ବୋଲି ସେ କହିଛନ୍ତି ତେଣୁ ନେତା ହୁଅନ୍ତୁ ବା ଅଭିନେତା ବା ସାଧାରଣ ଜନତା ସମସ୍ତେ ଆସି ନିଜର ମତଦାନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.