ETV Bharat / sukhibhava

ଏସିଡିଟି ଓ ବ୍ଲୋଟିଂରୁ ବର୍ତ୍ତିବା ପାଇଁ ଯୋଗାସନ

author img

By

Published : Mar 18, 2021, 7:31 PM IST

ପେଟ ଯନ୍ତ୍ରଣା ହେବା ସହ କୋଷ୍ଠକାଠିନ୍ୟତା ଦେଖାଯାଏ ଓ କିଛି କ୍ଷେତ୍ରରେ ଭୋକ ହୁଏ ନାହିଁ । ଏଭଳି ସବୁ ସମସ୍ୟା ଏଡାଇବା ପାଇଁ ନିୟମିତ ଯୋଗ ଅଭ୍ୟାସ କରିବା ଦରକାର । ଯୋଗ କଲେ ଏସିଡିଟିରୁ ଆଶ୍ୱସ୍ତି ମିଳିବା ସହ ସ୍ୱାସ୍ଥ୍ୟ ଭଲ ରହେ । ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢେ । ଗ୍ରାଣ୍ଡ ମାଷ୍ଟର ଅକ୍ଷର ୪ଟି ସରଳ ଯୋଗାସନ ସଂପର୍କର କହିଛନ୍ତି, ଯାହା କି ଆପଣଙ୍କୁ ଏସିଡିଟି ଓ ବ୍ଲୋଟିଂରୁ ଆଶ୍ୱସ୍ତି ଦେଇପାରିବ ।

ଏସିଡିଟି ଓ ବ୍ଲୋଟିଂରୁ ବର୍ତ୍ତିବା ପାଇଁ ଯୋଗାସନ
ଏସିଡିଟି ଓ ବ୍ଲୋଟିଂରୁ ବର୍ତ୍ତିବା ପାଇଁ ଯୋଗାସନ

ଅତ୍ୟଧିକ ପ୍ରକ୍ରିୟାକୃତ, ତୈଳଯୁକ୍ତ ଜଙ୍କ ଖାଦ୍ୟ ଖାଇଲେ ଏସିଡିଟି, ବ୍ଲୋଟିଂ ଓ ଗ୍ୟାସ ଭଳି ସମସ୍ୟା ଦେଖାଯାଇଥାଏ । ଏପ୍ରକାର ଖାଦ୍ୟ ଅତ୍ୟଧିକ ଏସିଡ୍ ପେଟରେ ସୃଷ୍ଟି କରେ । ଗ୍ୟାସଟ୍ରିକ୍ ଗ୍ଲାଣ୍ଡ୍ ଦ୍ୱାରା ପେଟରେ ଏସିଡ୍ ଉତ୍ପାଦନ ହୁଏ । ଆବଶ୍ୟକତାଠାରୁ ଅଧିକ ପରିମାଣରେ ଏସିଡ୍ କ୍ଷରଣ ହେଲେ ପେଟରେ ସମସ୍ୟା ସୃଷ୍ଟି ହୁଏ । ପେଟ ଯନ୍ତ୍ରଣା ହେବା ସହ କୋଷ୍ଠକାଠିନ୍ୟତା ଦେଖାଯାଏ ଓ କିଛି କ୍ଷେତ୍ରରେ ଭୋକ ହୁଏ ନାହିଁ । ଏଭଳି ସବୁ ସମସ୍ୟା ଏଡାଇବା ପାଇଁ ନିୟମିତ ଯୋଗ ଅଭ୍ୟାସ କରିବା ଦରକାର । ଯୋଗ କଲେ ଏସିଡିଟିରୁ ଆଶ୍ୱସ୍ତି ମିଳିବା ସହ ସ୍ୱାସ୍ଥ୍ୟ ଭଲ ରହେ । ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢେ । ଗ୍ରାଣ୍ଡ ମାଷ୍ଟର ଅକ୍ଷର ୪ଟି ସରଳ ଯୋଗାସନ ସଂପର୍କର କହିଛନ୍ତି, ଯାହା କି ଆପଣଙ୍କୁ ଏସିଡିଟି ଓ ବ୍ଲୋଟିଂରୁ ଆଶ୍ୱସ୍ତି ଦେଇପାରିବ ।

ବଜ୍ରାସନ

ଏହି ଆସନ ଖାଇବା ପରେ ବି କରାଯାଇପାରେ ।

ସୂତ୍ର

. ସମସ୍ଥିତିରେ ଛିଡା ହୁଅନ୍ତୁ, ଧୀରେ ଧୀରେ ନିଶ୍ୱାସ ନିଅନ୍ତୁ ଓ ଛାଡନ୍ତୁ

. ଆଖି ବନ୍ଦ ରଖିପାରିବେ

. ବାହୁକୁ ସିଧା ଆପଣଙ୍କ ପାଶ୍ୱର୍ରେ ରଖନ୍ତୁ

. ଧୀରେ ଆଖି ଖୋଲନ୍ତୁ ଓ ମ୍ୟାଟ୍ ଉପରେ ଆଣ୍ଠେଇ ଯାଆନ୍ତୁ

. ପାଦର ଅଙ୍ଗୁଳିଗୁଡିକୁ ବାହାରକୁ ବୁଲାଇ ଗୋଡ ଉପରେ ବସନ୍ତୁ

. ଗୋଡକୁ ପାଖାପାଖି ରଖନ୍ତୁ

. ପାପୁଲିକୁ ଆଣ୍ଠୁରେ ରଖନ୍ତୁ

. ମେରୁଦଣ୍ଡକୁ ସିଧା ରଖି ଆଗକୁ ଦେଖନ୍ତୁ

. ଏଭଳି ଆସନରେ କିଛି ମିନିଟ ରହନ୍ତୁ

ମାଳାସନ

ଆସନର ସୂତ୍ର

. ସମସ୍ଥିତିରୁ ଆଣ୍ଠୁକୁ ନୁଆଁନ୍ତୁ ଓ ପେଲଭିକ୍ ତଳକୁ କରନ୍ତୁ

. ଫୁଲ୍ ସ୍କ୍ୱାଟ୍ ପୋଜିସନରେ ରହନ୍ତୁ

.ପାଦକୁ ଚଙ୍କାଣରେ ଫ୍ଲାଟ ରଖନ୍ତୁ ଓ ଆଣ୍ଠୁକୁ ମେଲାଇ ରଖନ୍ତୁ

. ବାହୁକୁ ପ୍ରସାର କରି ଆଣ୍ଠୁ ଉପରେ ରଖନ୍ତୁ

. ମେରୁଦଣ୍ଡ ସିଧା ହେବା ଦରକାର

ଏକପାଦ ବଢା ମାଳାସନ

ମୁଦ୍ରାର ସୂତ୍ର

. ସମସ୍ଥିତିରୁ ଆଂଠୁଙ୍କୁ ବେଣ୍ଡ୍ କରନ୍ତୁ । ପେଲଭିକ ତଳକୁ କରନ୍ତୁ

. ଫୁଲ୍ ସ୍କ୍ୱାଟ୍ ପୋଜିସନକୁ ଆସିଯାଆନ୍ତୁ

. ପାଦକୁ ଚଙ୍କାଣରେ ଫ୍ଲାଟରଖନ୍ତୁ ଓ ଆଂଠୁକୁ ଅଲଗା ଅଲଗା ରଖନ୍ତୁ

. ଆପଣଙ୍କ ଡାହାଣ ବାହୁ ଉପରକୁ ଷ୍ଟ୍ରେଚ କରନ୍ତୁ ଓ ବାହାରୁ ଡାହାଣ ଆଣ୍ଠୁରେ ରଖନ୍ତୁ

. ପଛପଟୁ ବାମ ହାତ ସହ ଡାହାଣ ହାତ ଲକ୍ କରନ୍ତୁ

. ମେରୁଦଣ୍ଡ ଯଥାସମ୍ଭବ ସିଧା ରଖି ଆଗକୁ ଚାହାନ୍ତୁ

. ଅନ୍ୟ ପାଶ୍ୱର୍ରେ ରିପିଟ୍ କରନ୍ତୁ

ଦଣ୍ଡାସନ

ଆସନର ସୂତ୍ର

. ଗୋଡକୁ ବିସ୍ତାର କରି ବସନ୍ତୁ

. ପାଦକୁ କ୍ରିୟାଶୀଳ କରି ଫ୍ଲେକ୍ସଡ ପୋଜିସନରେ ରଖନ୍ତୁ

. ପିଠି ସିଧା ରଖନ୍ତୁ

. ଉଭୟ ବାହୁ ଷ୍ଟ୍ରେଚ୍ କରନ୍ତୁ । ଚଙ୍କାଣ ସହ ସମାନ୍ତରାଳ ଭାବେ ରଖନ୍ତୁ ବିଶେଷଜ୍ଞମାନେ କହନ୍ତି ଯେ, ଯୋଗ ମୁଦ୍ରା ଶରୀରର ଅଭ୍ୟନ୍ତରୀଣ ଅଂଗର ପୂର୍ଣ୍ଣ କାର୍ଯ୍ୟକ୍ଷମ ପାଇଁ ଉଦ୍ଦିଷ୍ଟ । ଏହା ଦ୍ୱାରା ଆପଣଙ୍କ ଶରୀର ପ୍ରଦୂଷିତ ସାମଗ୍ରୀରୁ ମୁକ୍ତ ହୋଇପାରିବ । ପାଚନ କ୍ଷମତା ବିକଶିତ ଓ ଦୃଢ ହୋଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.