ETV Bharat / sukhibhava

ଭାରତରେ ପ୍ରଥମ, ବିଷପାନ କରିଥିବା ଯୁବକଙ୍କ ହେଲା ଫୁସଫୁସ ପ୍ରତିରୋପଣ

author img

By ETV Bharat Odisha Team

Published : Oct 14, 2023, 2:17 PM IST

ଭାରତରେ ପ୍ରଥମ ବିରଳ ଅସ୍ତ୍ରୋପଚାର । ସିକନ୍ଦରାବାଦର ଯଶୋଦା ହସ୍ପିଟାଲରେ ବିଷପାନ କରିଥିବା ଯୁବକଙ୍କ ହେଲା ଫୁସଫୁସ ପ୍ରତିରୋପଣ । ଅଧିକ ପଢନ୍ତୁ

Lung Fibrosis
Lung Fibrosis

ହାଇଦ୍ରାବାଦ: ସିକନ୍ଦରାବାଦର ଯଶୋଦା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର ହୋଇଛି । ପ୍ଲୁମୋନାରୀ ଫାଇବ୍ରୋସିସରେ ପୀଡିତ ଜଣେ ଯୁବକଙ୍କ ସଫଳତାର ସହ ଫୁସଫୁସ ଫୁସଫୁସ ପ୍ରତିରୋପଣ କରାଯାଇଛି । ଏନେଇ ଗତକାଲି(ଶୁକ୍ରବାର) ଗୋନୁଗାଣ୍ଟଲା ହସ୍ପିଟାଲରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଯୋଶଦା ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ପଓ୍ବନ ଗୋରୁକାନ୍ତି ଏବଂ ବରିଷ୍ଠ ଇଣ୍ଟରଭେନସନାଲ ପ୍ଲୁମୋନୋଲୋଜି ବିଶେଷଜ୍ଞ ଡାକ୍ତର ହରିକ୍ରିଷ୍ଣା । ଏହି ବିରଳ ଅସ୍ତ୍ରୋପଚାର ସଫଳ ହେବା ଦ୍ବାରା ଯୁବକ ଜଣକ ପୁର୍ନଜନ୍ମ ପାଇଥିବା କଥା ଡାକ୍ତର କହିଛନ୍ତି । ଯୁବକ ଜଣକ ହେଲେ ମେହେବୁବାବାଦର ମରୁଗୁଡମ ଅଞ୍ଚଳର 23 ବର୍ଷୀୟ ରୋହିତ ।

ସୂଚନା ଅନୁସାରେ, କୌଣସି ଏକ କାରଣକୁ ନେଇ ରୋହିତ ଗତମାସରେ ଘାସମରା ଔଷଧ ପିଇ ଦେଇଥିଲେ । ତେବେ ଶରୀରରେ ଏହା ବିଷକ୍ରିୟା ହୋଇ କିଡନୀ, ଲିଭର ଏବଂ ଫୁସଫୁସ ନଷ୍ଟ ହୋଇଯାଇଥିଲା । ତେବେ ପରୀକ୍ଷା କରିବା ପରେ ସେ ପ୍ଲୁମୋନାରୀ ଫ୍ରାଇବ୍ରୋସିସରେ ପୀଡିତ ବୋଲି ଜଣାପଡିଥିଲା । ଏହାପରେ ତାଙ୍କୁ ସିକନ୍ଦରାବାଦର ଯୋଶଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନେ ପରୀକ୍ଷା ନିରୀକ୍ଷା କରିବା ପରେ ଫୁସଫୁସ ପ୍ରତିରୋପଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ଜୀବନଦାନ ଦ୍ବାରା ରୋହିତଙ୍କର ଅଙ୍ଗ ପ୍ରତିରୋପଣ କରାଯାଇଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି ।

ଏହା ଏକ ବିରଳ ଅସ୍ତ୍ରୋପଚାର ବୋଲି କୁହାଯାଇଥିବା ବେଳେ ବିଷକ୍ରିୟାରେ ଜଡିତ ଥିବା ଯୁବକଙ୍କ କ୍ଷେତ୍ରରେ ଏହି ଅପରେସନ ଭାରତରେ ପ୍ରଥମ ବୋଲି ଜଣାପଡିଛି । ତେବେ ଏନେଇ ହସ୍ପିଟାଲର ଡାକ୍ତର ହରିକ୍ରିଷ୍ଣା କହିଛନ୍ତି, "ଏହି ଅସ୍ତ୍ରପୋଚାର କରିବା ପାଇଁ ଆମକୁ 6 ଘଣ୍ଟା ସମୟ ଲାଗିଥିଲା । ବର୍ତ୍ତମାନ ସୁଦ୍ଧା ଏହି କ୍ଷେତ୍ରରେ ବିଶ୍ବରେ 4ଜଣ ଫୁସଫୁସ ପ୍ରତିରୋପଣ କରିଥିବା ବେଳେ ଭାରତରେ ଏହା ପ୍ରଥମ ଅଟେ ।" ନୂଆ ଜୀବନ ପାଇବା ପରେ ରୋହିତ ମଧ୍ୟ ଡାକ୍ତରଙ୍କୁ ଧନ୍ୟବାଦ ଦେଇଥିବା ନେଇ ରିପୋର୍ଟରେ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଦେଶରେ ପ୍ରଥମ ଥର କୋରୋନା ରୋଗୀଙ୍କ ଦୁଇଥର ହେଲା ଫୁସଫୁସ ଟ୍ରାନ୍ସପ୍ଲାଣ୍ଟ

ପ୍ଲୁମୋନାରୀ ଫାଇବ୍ରୋସିସ କଣ?: ପ୍ଲୁମୋନାରୀ ଫାଇବ୍ରୋସିସ୍ ହେଉଛି ଫୁସଫୁସ ସହିତ ଜଡିତ ଏକ ରୋଗ । ଏଥିରେ ଫୁସଫୁସରେ ରହିଥିବା ଟିସୁ ନଷ୍ଟ ହୋଇଯାଇଥାଏ । ଏହି ରୋଗ କାରଣରୁ ଫୁସଫୁସର ଟିସୁ ସାମାନ୍ୟ ମୋଟା ଏବଂ କଠିନ ହୋଇଯାଇଥାଏ । ଯେଉଁ କାରଣରୁ ଶ୍ୱାସକ୍ରିୟା ପ୍ରଭାବିତ ହୁଏ ଏବଂ ଶ୍ୱାସକ୍ରିୟାରେ ମଧ୍ୟ କଷ୍ଟ ହୋଇଥାଏ । ଫୁସଫୁସ ସଠିକ୍ ଭାବରେ କାର୍ଯ୍ୟ କରେ ନାହିଁ ।

ପ୍ଲୁମୋନାରୀ ଫାଇବ୍ରୋସିସର କାରଣ?:

  • କିଛି ଲୋକଙ୍କ ବୟସ ବୃଦ୍ଧି କାରଣରୁ ଏହି ରୋଗ ହେବାର ସମ୍ଭବନା ଅଧିକ ରହିଥାଏ । ପ୍ରାୟତଃ 50ରୁ 70 ବର୍ଷ ବୟସରେ ଏହି ରୋଗ ହୋଇଥାଏ ।
  • ତେବେ ରିପୋର୍ଟ ଅନୁସାରେ, ଏହି ରୋଗ ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ଅଧିକ ହୋଇଥାଏ ।
  • ପ୍ଲୁମୋନାରୀ ଫାଇବ୍ରୋସିସର ମୁଖ୍ୟ କାରଣ ହେଉଛି ଧୂମ୍ରପାନ । ସିଗାରେଟ ଟାଣୁଥିବା ଲୋକଙ୍କୁ ପ୍ଲୁମୋନାରୀ ଫାଇବ୍ରୋସିସ ହେବାର ଆଶଙ୍କା ଅଧିକ ରହିଥାଏ ।
  • ଧୂଳି, ପରିବେଶ ପ୍ରଦୂଷଣ, ରାସାୟାନିକ ପଦାର୍ଥର ସ୍ପଂସର୍ଶରେ ଆସିବା ଦ୍ବାରା ମଧ୍ୟ ଏହା ହେବାର ସମ୍ଭାବନା ଅଧିକ ରହିଥାଏ ।
  • କ୍ୟାନ୍ସର ଚିକିତ୍ସା ପାଇଁ କରାଯାଇଥିବା ରେଡିଏସନ ଥେରାପୀ ମଧ୍ୟ ଫୁସଫୁସର ଟିସୁକୁ ପ୍ରଭାବିତ କରିଥାଏ । ଏହା ବ୍ୟତୀତ କେମୋ ଥେରାପୀ ଏବଂ ହୃଦୟ ସହିତ ଜଡିତ ରୋଗ ମଧ୍ୟ ଫୁସଫୁସ ଉପରେ ପ୍ରଭାବ ପକାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.