ETV Bharat / sukhibhava

କଚୋଟିରେ ରିଷ୍ଟବ୍ୟାଣ୍ଡ ପିନ୍ଧୁଥିଲେ ହୋଇଯାଆନ୍ତୁ ସାବଧାନ! ରିସର୍ଚ୍ଚରେ ଆଶ୍ଚର୍ଯ୍ୟଜନକ ଖୁଲାସା - ରିଷ୍ଟବ୍ୟାଣ୍ଡ ରୋଗର କାରଣ

କଚୋଟିରେ ରିଷ୍ଟବ୍ୟାଣ୍ଡ ପିନ୍ଧୁଥିଲେ ହୋଇଯାଆନ୍ତୁ ସାବଧାନ! ହୋଇପାରନ୍ତି ରୋଗର ଶିକାର। ଅଧିକ ପଢନ୍ତୁ

Wristbands Hosting Harmful Bacteria
Wristbands Hosting Harmful Bacteria
author img

By

Published : Aug 17, 2023, 6:01 PM IST

Updated : Aug 17, 2023, 6:27 PM IST

ହାଇଦ୍ରାବାଦ: ଆଜିକାଲି ସମସ୍ତେ ନିଜକୁ କୁଲ ଏବଂ ଆକ୍ଟିଭ ଦେଖାଯିବାକୁ ଚାହାନ୍ତି। ଏଥିପାଇଁ ବେକରେ ମୋଟା ଚେନ ପିନ୍ଧିବାଠୁ ଆରମ୍ଭ କରି ହାତରେ ଘଣ୍ଟା, ବ୍ରେସଲେଟ ଏବଂ ଟାଟୋ କରିଥାଆନ୍ତି। ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ କି ହାତରେ ବେଣ୍ଡ ପିନ୍ଧିବା ପାଇଁ ପସନ୍ଦ କରିଥାଆନ୍ତି। ତେବେ ଏହା ଦେଖିବା ପାଇଁ ଆକର୍ଷଣୀୟ ହୋଇଥିଲେ ମଧ୍ୟ ଏହାର କୁପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡିଥାଏ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି। ରିସର୍ଚ୍ଚ ଅନୁଯାୟୀ, ସ୍ମାର୍ଟୱାଚ୍, ଫିଟନେସ୍ ଟ୍ରାକର୍ ଏବଂ ବେଣ୍ଡ ପିନ୍ଧିବା ବିପଦଜ୍ଜନକ ବୋଲି ଜଣାପଡିଛି। କାରଣ ଏହି ସବୁ ଜିନିଷ ପରିଧାନ କରିବା ଦ୍ବାରା ସେହି ସ୍ଥାନରେ କ୍ଷତିକାରକ ବ୍ୟକ୍ଟେରିଆ ଜମା ହେବା ସହିତ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ରହିଥାଏ ବୋଲି ଜଣାପଡିଛି।

ଫ୍ଲୋରିଡା ଆଟଲାଣ୍ଟିକ୍ ବିଶ୍ୱବିଦ୍ୟାଳୟର ଏକ ଅନୁସନ୍ଧାନକାରୀଙ୍କ ଦ୍ବାରା ଏହି ଅନୁସନ୍ଧାନ କରାଯାଇଥିଲା। ଶିମଟ କଲେଜ୍ ଅଫ୍ ସାଇନ୍ସର ଉଦ୍ଦେଶ୍ୟ ଥିଲା ରିଷ୍ଟବ୍ୟାଣ୍ଡ ମାଇକ୍ରୋବିୟଲ କଣ୍ଟ୍ରୋମିନେସନ ବିଷୟରେ ଜାଣିବା। ବିଭିନ୍ନ ଲୋକଙ୍କଠାରୁ ସଂଗୃହିତ ନମୁନା ପରୀକ୍ଷା କରିବା ପରେ ଏକ ଚକିତ ହେଲା ଭଳି ଫଳାଫଳ ସାମ୍ନାକୁ ଆସିଛି। ଏହି ଅଧ୍ୟୟନରେ କୁହାଯାଇଛି ଯେ ଲୋକମାନେ କଚଟିରେ ବିଭିନ୍ନ ଜିନିଷ ପିନ୍ଧିଥାଆନ୍ତି। ତେବେ ପରୀକ୍ଷଣ ସମୟରେ ଜଣାପଡିଲା ଯେ, ଉକ୍ତ ସ୍ଥାନରେ ଏବଂ ଜିନିଷରେ ଇ କୋଲି ଏବଂ ଷ୍ଟାଫିଲୋକୋକସ୍ ପରି ବିପଜ୍ଜନକ ବ୍ୟାକ୍ଟେରିଆ ରହିଥାଆନ୍ତି। କେବଳ ଏତିକି ନୁହେଁ ଚର୍ମ ଏବଂ ଶ୍ବାସକ୍ରିୟା ସଂକ୍ରମଣ ସହିତ ଜଡିତ କେତେକ ଜୀବାଣୁଙ୍କ ଉପସ୍ଥିତି ମଧ୍ୟ ଚିହ୍ନଟ ହୋଇଛି।

ରୋଗର ଆଶଙ୍କା ବୃଦ୍ଧି: ଇ କୋଲି ବ୍ୟାକ୍ଟେରିଆ ମନୁଷ୍ୟଙ୍କ ସହିତ ପଶୁମାନଙ୍କ ଠାରେ ମଧ୍ୟ ଦେଖାଯାଏ। ଏହି ଜୀବାଣୁ ଖାଦ୍ୟ ବିଷାକ୍ତ ହେବା କହିତ ଏବଂ ମୂତ୍ରନଳୀ ସଂକ୍ରମଣର ଆଶଙ୍କା ମଧ୍ୟ ବୃଦ୍ଧିପାଇଥାଏ। ଷ୍ଟାଫାଇଲୋକୋକସ୍ ଏକ ବ୍ୟାକ୍ଟେରିଆ ଯାହା ଠିକ୍ ସମୟରେ ନିୟନ୍ତ୍ରିତ ନହେଲେ ଚର୍ମ ସଂକ୍ରମଣ ଏବଂ ନିମୋନିଆ ଭଳି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। କଚଟିରେ ଏହି ବିପଜ୍ଜନକ ଏବଂ କ୍ଷତିକାରକ ବ୍ୟାକ୍ଟେରିଆର ଉପସ୍ଥିତି ଚିନ୍ତାର କାରଣ ପାଲଟିଛି।

ଏହା ମଧ୍ୟ ପଢନ୍ତୁ: Work From Park: ହାଇଦ୍ରାବାଦର ଅତ୍ୟାଧୁନିକ ପାର୍କ, ପ୍ରାକୃତିକ ପରିବେଶରେ ଅଫିସ କାମ

କଚଟିରେ କିପରି ବୃଦ୍ଧିପାଏ ବ୍ୟାକ୍ଟେରିଆ: କଚଟିରେ କୌଣସି ଜିନିଷ ପିନ୍ଧିବା ଦ୍ବାରା ଏହା ଚର୍ମ ସହିତ ଲାଗି ରହିଥାଏ। ତେବେ ଏହା ପରିବର୍ତ୍ତି ସମୟରେ ଶରୀରରେ ପ୍ରବେଶ କରିବାରେ ସହଜ ହୋଇଥାଏ।

ଶରୀରରୁ ବାହାରୁଥିବା ଝାଳ ସାଧାରଣତଃ ପୋଷାକ ସହିତ କଚଟିରେ ଜମା ହୋଇଯାଏ। କହିରଖୁଛୁ କି କଚଟିରେ ବ୍ୟାକ୍ଟେରିଆ ରହିଥାଏ ଯାହା ରିଷ୍ଟବେଣ୍ଡରେ ଲାଗିଥାଏ। ଏହାସହିତ ଝାଳରେ ଲୁଣ ସହିତ ପୋଷକ ତତ୍ତ୍ବ ମଧ୍ୟ ରହିଥାଏ। ଯାହା ବ୍ୟାକ୍ଟେରିଆଙ୍କ ଆହାର ହୋଇଥାଏ। ଏଭଳି ଭାବେ ବ୍ୟାକ୍ଟେରିଆମାନେ ଉକ୍ତ ସ୍ଥାନରେ ବଂଶବୃଦ୍ଧି କରିଥାଆନ୍ତି।

ଅଧିକାଂଶ ଲୋକ ସ୍ମାର୍ଟଫୋନ୍, ଲାପଟପ୍, ରିଷ୍ଟଓ୍ବାଚ, ସ୍ମାର୍ଟୱାଚ୍ ଭଳି ଉପକରଣ ସଫା କରିବା ଆବଶ୍ୟକ କରନ୍ତି ନାହିଁ। ତେବେ କୌଣସି ଜିନିଷ ପ୍ରଭାବରେ ସେଥିରେ ବ୍ୟାକ୍ଟେରିଆ ରହିଥାଆନ୍ତି। ଯାହାକି ପରବର୍ତ୍ତି ସମୟରେ ରୋଗର କାରଣ ସାଜିଥାଆନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 17, 2023, 6:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.