ETV Bharat / sukhibhava

World Vegetarian Day 2023: ଶାକାହାରୀ ଭୋଜନ ଖାଆନ୍ତୁ, ସୁସ୍ଥ ରୁହନ୍ତୁ

ଶାକାହାରୀ ଜୀବନଶୈଳୀରେ ସ୍ୱାସ୍ଥ୍ୟ, ନୈତିକ, ମାନବିକତା ଏବଂ ପରିବେଶ ଉପକାରିତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ବ ଶାକାହାରୀ ଦିବସ ପାଳନ କରାଯାଉଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 1, 2023, 10:27 AM IST

World Vegetarian Day
World Vegetarian Day

ହାଇଦ୍ରାବାଦ: ଆଜି ବିଶ୍ବ ଶାକାହାରୀ ଦିବସ । ପ୍ରତିବର୍ଷ ଅକ୍ଟୋବର ୧ ତାରିଖକୁ ବିଶ୍ବ ଶାକାହାରୀ ଦିବସ ଭାବେ ପାଳନ କରାଯାଏ । ଶାକାହାରୀ ଭୋଜନ ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଉଦ୍ଦେଶ୍ୟ ଅଟେ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶାକାହାରୀ ଖାଦ୍ୟ ଖାଇବା ଉଚିତ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଥାଆନ୍ତି । କିନ୍ତୁ ଜନସାଧାରଣତଃ ଚିନ୍ତାଧାରା ଅଲଗା ରହିଥାଏ । ଶାକାହାରୀ ଖାଦ୍ୟ ସ୍ବାଦିଷ୍ଟ ହୋଇନଥିବା କାରଣରୁ ଏଥି ପ୍ରତି ଲୋକେ ଅସନ୍ତୁଷ୍ଟ ପ୍ରକାଶ କରିଥାଆନ୍ତି ।

ଉତ୍ତମ ସ୍ବାସ୍ଥ୍ୟ ପାଇଁ ସଠିକ ପୋଷକ ତତ୍ତ୍ବ ନିହାତି ଆବଶ୍ୟକ । ଏଭଳି ପରିସ୍ଥିତିରେ ଶାକାହାରୀ ଖାଦ୍ୟ ହିଁ ଶରୀରରେ ଭିଟାମିନର ଅଭାବକୁ ଦୂର କରିଥାଏ । ଫିଟ୍‌ ରହିବାକୁ ହେଲେ ତାଜା ଫଳ, ପନିପରିବା ଏବଂ ଶସ୍ୟଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ ।

ବିଶ୍ବ ଶାକାହାରୀ ଦିବସର ଇତିହାସ: ଉତ୍ତର ଆମେରିକୀୟ ଶାକାହାରୀ ସମାଜ ଦ୍ବାରା ୧୯୭୭ ମସିହାରେ ବିଶ୍ବ ଶାକାହାରୀ ଦିବସ ପ୍ରତିଷ୍ଠା ହୋଇଥିଲା । ଏହାପରେ ୧୯୭୮ ମସିହାରେ ଅନ୍ତର୍ଜାତୀୟ ଶାକାହାରୀ ସଂଘ ଏହାକୁ ଅନୁମୋଦନ ପ୍ରଦାନ କରିଥିଲେ । ଅକ୍ଟୋବର ମାସକୁ ସମଗ୍ର ବିଶ୍ବରେ ଶାକାହାରୀ ସଚେତନତା ମାସ ହିସାବରେ ପାଳନ କରାଯାଏ । ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ଭେଜ୍‌ ଡାଏଟ୍‌ ଓଜନ ହ୍ରାସ କରିବାରେ ସହାୟକ ହୋଇପାରେ । ବର୍ତ୍ତମାନ ପ୍ରତ୍ୟେକ ମହାଦେଶଗୁଡ଼ିକ ବିଭିନ୍ନ ଥିମ୍ ଏବଂ ଅଭିଯାନ ସହିତ ବିଶ୍ବ ଭେଜ୍‌ ଡେ ଏବଂ ସପ୍ତାହ କିମ୍ବା ମାସ ପାଳନ କରୁଛନ୍ତି ।

କିନ୍ତୁ ବହୁ ସଂଖ୍ୟକ ଲୋକ ବିଶ୍ୱାସ କରନ୍ତି ଯେ, ଭେଜ୍‌ ଡାଏଟ୍ ଶରୀରର ପୁଷ୍ଟିକର ଆବଶ୍ୟକତା ପୂରଣ କରେ ନାହିଁ । ଏହା ବ୍ୟତୀତ, ଭେଜ୍‌ ଡାଏଟ୍ ଏବଂ ଶାକାହାରୀ ଜୀବନଶୈଳୀ ବିଷୟରେ ଲୋକଙ୍କ ମଧ୍ୟରେ ଅନେକ ଭୁଲ ଧାରଣା ଅଛି । ଏହି ଇଭେଣ୍ଟ କେବଳ ଭେଜାନିଜିମ୍ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ବିସ୍ତାର କରେ ନାହିଁ ବରଂ ଭେଜ୍‌ ଡାଏଟ୍ ଏବଂ ଏହାର ପ୍ରଭାବ ବିଷୟରେ ଭୁଲ ଧାରଣାକୁ ଦୂର କରିବାର ସୁଯୋଗ ମଧ୍ୟ ଦେଇଥାଏ ।

ଏହା ମଧ୍ୟ ପଢନ୍ତୁ: World Vegan Day: ଶାକାହାରୀ ଜୀବନଶୈଳୀକୁ ପ୍ରୋତ୍ସାହିତ କରେ ନିରାମିଷ ଖାଦ୍ୟ

ଶାକାହାରୀ ଖାଦ୍ୟ ଖାଇବାର ଫାଇଦା:

ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ: ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିମାନେ ଶାକାହାରୀ ଖାଦ୍ୟ ଅନୁସରଣ କରି ସେମାନଙ୍କର ରକ୍ତଚାପକୁ ନିୟନ୍ତ୍ରଣ କରିପାରିବେ । କାରଣ ଶାକାହାରୀ ଖାଦ୍ୟରେ ଚର୍ବି ଏବଂ ସୋଡିୟମ୍ କମ୍ ଥାଏ, ଯାହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ । ଅନେକ ଫଳ ଏବଂ ପନିପରିବାରେ ପୋଟାସିୟମ୍ ଭରପୂର ମାତ୍ରାରେ ରହିଥାଏ ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

ହାଡକୁ ସୁସ୍ଥ ରଖେ: ଶାକାହାରୀମାନଙ୍କଠାରେ ଅସ୍ଥି ରୋଗ ହେବାର ସମ୍ଭାବନା କମ୍ ଥାଏ । କ୍ଷୀର, ପନିର, ବାଦାମ, ଟୋଫୁ, ସୋୟାବିନ୍ ଏବଂ ସବୁଜ ପନିପରିବାରେ କ୍ୟାଲସିୟମ୍ ଅଧିକ ମାତ୍ରାରେ ରହିଥାଏ, ଯାହାକି ହାଡକୁ ମଜଭୁତ କରିବାରେ ସାହାଯ୍ୟ କରିଥାଏ ।

ଓଜନ ହ୍ରାସ କରିବାରେ ସାହାଯ୍ୟ କରେ: ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଓଜନ ନିୟନ୍ତ୍ରଣ କରିବାକୁ ହେଲେ ଶାକାହାରୀ ଖାଦ୍ୟ ଖାଇବା ଜରୁରୀ ଅଟେ । ଶାକାହାରୀ ଖାଦ୍ୟ ଓଜନ ହ୍ରାସ କରିବାରେ ସହାୟକ ବୋଲି କୁହାଯାଏ । ଚିକେନ୍, ମାଛ ଇତ୍ୟାଦିରେ କ୍ୟାଲୋରୀର ପରିମାଣ ଅଧିକ ରହିଥାଏ, ଯାହାକି ଓଜନ ବୃଦ୍ଧିର କାରଣ ହୋଇଥାଏ ।

ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିଥାଏ: ମଧୁମେହ ରୋଗୀମାନେ ଭେଜ୍ ଡାଏଟ୍ ଅନୁସରଣ କରିବା ଉଚିତ ବୋଲି କୁହାଯାଇଛି । କାରଣ ଶାକାହାରୀ ଖାଦ୍ୟ ରକ୍ତରେ ଶର୍କରାକୁ ନିୟନ୍ତ୍ରିତ କରିଥାଏ । ତେଣୁ ସର୍ବଦା ଶସ୍ୟ, ଡାଲି ଏବଂ ସବୁଜ ପନିପରିବା ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ପାଇଁ ପରାମର୍ଶ ଦିଆଯାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.