ETV Bharat / sukhibhava

World Kidney Day: ଏହି ସବୁ ଅଭ୍ୟାସ କିଡନୀ ଉପରେ ପକାଏ କୁପ୍ରଭାବ

ପରିସଂଖ୍ୟାନ ଅନୁସାରେ ପ୍ରତିବର୍ଷ ଲକ୍ଷଲକ୍ଷ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି । ଏହାର ମୂଳ କାରଣ ଖାଦ୍ୟପେୟରେ ଅନିୟମିତତା । ଜାଣନ୍ତୁ କେଉଁକେଉଁ ଅଭ୍ୟାସ କିଡନୀ ଉପରେ କୁପ୍ରଭାବ ପକାଏ...

Kidney
Kidney
author img

By

Published : Mar 9, 2023, 11:12 AM IST

ହାଇଦ୍ରାବାଦ: ଆଜି ବିଶ୍ବ କିଡନୀ ଦିବସ । କିଡନୀ ବା ବୃକକ ଆମ ସ୍ବାସ୍ଥ୍ୟ ପାଇଁ କେତେ ଜରୁରୀ ସେ ବାବଦରେ ପ୍ରତିଟି ବ୍ୟକ୍ତିଙ୍କୁ ସଚେତନ କରାଇବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ସଚେତନତା ଓ ଚିକିତ୍ସା ପ୍ରଣାଳୀର ଅଭିବୃଦ୍ଧି ସତ୍ତ୍ବେ ପ୍ରତିବର୍ଷ ଲକ୍ଷଲକ୍ଷ ଲୋକ କିଡନୀ ରୋଗରେ ପୀଡିତ ହେଉଛନ୍ତି ଏବଂ ଜୀବନ ହରାଉଛନ୍ତି । ଏଥିପାଇଁ ଆମ ଦାୟିତ୍ବହୀନତା ଏବଂ ଖାଦ୍ୟପେୟର ଅନିୟମିତତା ମୁଖ୍ୟତଃ ଭାବେ ଦାୟୀ । ତେବେ ଆମେ ସେବନ କରୁଥିବା କେଉଁ ଖାଦ୍ୟ କିଡନୀକୁ ପ୍ରଭାବିତ କରେ, ଜାଣନ୍ତୁ...

ଅଧିକ ଲୁଣ ଖାଇବା : ସୋଡିୟମ୍ ସମୃଦ୍ଧ ଖାଦ୍ୟ, ଅର୍ଥାତ୍ ଅତ୍ୟଧିକ ଲୁଣ ସେବନ ସିଧାସଳଖ ଆମ ରକ୍ତଚାପ ଉପରେ ପ୍ରଭାବ ପକାଇଥାଏ । ଫଳରେ ରକ୍ତଚାପ କିମ୍ବା ଉଚ୍ଚ ରକ୍ତଚାପର ସ୍ପାଇକ୍ କିଡନୀକୁ କ୍ଷତି ପହଞ୍ଚାଏ । ତେଣୁ ଖାଦ୍ୟରେ ସୀମିତ ପରିମାଣରେ ଲୁଣ ଗ୍ରହଣ କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି ।

ଅତ୍ୟଧିକ ଚିନି ଖାଇବା : ଅତ୍ୟଧିକ ଚିନି ଖାଇବା ଖାଇବା ଦ୍ବାରା ମଧୁମେହ ଏବଂ ମେଦବହୁଳତା ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୁଏ । ଏହି ସମସ୍ୟା ସିଧାସଳଖ କିଡନୀ ଉପରେ ପ୍ରଭାବ ପକାଏ । ତେବେ ମନେ ରଖନ୍ତୁ ଯେ, ଚିନିର ଅର୍ଥ କେବଳ ମିଠା ଜାତୀୟ ନୁହେଁ, ଆମେ ଖାଉଥିବା କୁକିଜ୍ ଏବଂ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ଯେଉଥିରେ ଅଧିକ ଶର୍କରା ଥାଏ ସେଗୁଡିକ କିଡନୀ ସ୍ବାସ୍ଥ୍ୟ ପାଇଁ ହାନିକାରକ ।

ପର୍ଯ୍ୟାପ୍ତ ପରିମାଣର ପାଣି ନ ପିଇବା : ନିଜକୁ ହାଇଡ୍ରେଟ୍ ରଖିବା ସବୁଠୁ ଗୁରୁତ୍ବପୂର୍ଣ୍ଣ । ଜଳ ଶରୀରରୁ ସୋଡିୟମ୍ ଏବଂ ବିଷାକ୍ତ ପଦାର୍ଥ ନିଷ୍କାସନ କରିବାରେ ସାହାଯ୍ୟ କରେ ଏବଂ କିଡନୀ ଷ୍ଟୋନ୍ ସମସ୍ୟାକୁ ମଧ୍ୟ ରୋକିଥାଏ । ସୁସ୍ଥ କିଡନୀ ଥିବା ଲୋକଙ୍କୁ 3-4 ଲିଟର ପାଣି ପିଇବାକୁ ଡାକ୍ତରମାନେ ପରାମର୍ଶ ଦିଅନ୍ତି କିନ୍ତୁ କିଡନୀ ସମସ୍ୟା ଥିବା ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ କ୍ରମେ ତରଳ ପଦାର୍ଥ ଗ୍ରହଣ କରିବା ଉଚିତ୍ ।

ଏହା ମଧ୍ୟ ପଢନ୍ତୁ:-World Kidney Day: କିଡନୀ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ, ସୁସ୍ଥ ରୁହନ୍ତୁ

ନିୟମିତ ପ୍ରକ୍ରିୟାକୃତ ଖାଦ୍ୟ ଖାଇବା : ସୋଡିୟମ୍ ଏବଂ ଫସଫରସ୍‌ରେ ଭର୍ତ୍ତି ହୋଇଥିବା ପ୍ରକ୍ରିୟାକୃତ ଖାଦ୍ୟ କିଡନୀ ରୋଗରେ ଆକ୍ରାନ୍ତ ଲୋକଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । କିଡନୀ ସମସ୍ୟା ନଥିବା ଲୋକ ମଧ୍ୟ ନିୟମିତ ପ୍ରକ୍ରିୟାକୃତ ଖାଦ୍ୟ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ, କିଡନୀ ସମସ୍ୟା, ରକ୍ତରେ ଶର୍କରା ବୃଦ୍ଧି ଇତ୍ୟାଦି ହୋଇପାରେ ।

ଧୂମପାନ : କେବଳ ହୃଦୟ ଏବଂ ଫୁସଫୁସ ନୁହେଁ, ଧୂମପାନ କରିବା ଦ୍ୱାରା କିଡନୀ ସମସ୍ୟା ମଧ୍ୟ ହୋଇପାରେ । ପରିସ୍ରାରେ ଥିବା ପ୍ରୋଟିନ୍, କିଡନୀ ଫେଲ୍ ହେବାର ଏକ ସଙ୍କେତ ।

ଅତ୍ୟଧିକ ମଦ୍ୟପାନ : ଅନେକ ଅଧ୍ୟୟନରୁ ଜଣାପଡିଛି ଯେ, ଦିନକୁ ଚାରିରୁ ଅଧିକ ଥର ମଦ୍ୟପାନ କ୍ରନିକ୍ କିଡନୀ ରୋଗ ହେବାର ଆଶଙ୍କାକୁ ବଢାଇଥାଏ । ଅଧିକ ମଦ୍ୟପାନ ଦ୍ବାରା ୟୁରିକ୍ ଏସିଡ୍ ଉତ୍ପାଦନ ହୁଏ, ଯାହା କିଡନୀକୁ ପ୍ରଭାବିତ କରିଥାଏ । ଅଧିକ ମଦ୍ୟପାନ କରୁଥିବା ଧୂମପାନକାରୀମାନେ କିଡନୀ ରୋଗରେ ମଧ୍ୟ ଅଧିକ ସଂକ୍ରମିତ ହୁଅନ୍ତି ।

ଅତ୍ୟଧିକ ମାଂସ ଖାଇବା : ପ୍ରାଣୀଙ୍କଠାରୁ ମିଳୁଥିବା ପ୍ରୋଟିନ୍ ରକ୍ତରେ ଅଧିକ ପରିମାଣର ଏସିଡ୍ ସୃଷ୍ଟି କରିପାରେ, ଯାହା କିଡନୀକୁ କ୍ଷତି ପହଞ୍ଚାଇପାରେ । ଅତ୍ୟଧିକ ମାଂସ ଖାଇବା ଦ୍ୱାରା ଏସିଡୋସିସ୍ ହୋଇପାରେ । ତେଣୁ ସନ୍ତୁଳିତ ଖାଦ୍ୟ ଖାଇବାକୁ ସର୍ବଦା ଚେଷ୍ଟା କରନ୍ତୁ ।

ବ୍ୟାୟାମ ନ କରିବା : ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସିବା ଫଳରେ କିଡନୀ ଉପରେ ଏହାର ପ୍ରଭାବ ପଡିପାରେ । ନିୟମିତ ବ୍ୟାୟାମ କରିବା ଦ୍ବାରା ମେଟାବୋଲିଜିମ୍‌ରେ ଉନ୍ନତି ହୋଇଥାଏ, ରକ୍ତଚାପ, ରକ୍ତରେ ଶର୍କରା ନିୟନ୍ତ୍ରଣ ହୁଏ ଏବଂ କିଡନୀ ସ୍ୱାସ୍ଥ୍ୟ ବଜାୟ ରଖିବାରେ ସାମଗ୍ରିକ ଭାବରେ ସାହାଯ୍ୟ କରେ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.