ETV Bharat / sukhibhava

World Hunger Day: କୁପୋଷଣ, ପୁଷ୍ଟିହୀନତା ସହ ଖାଦ୍ୟ ଅପଚୟ ରୋକିବାକୁ ସଂକଳ୍ପ

author img

By

Published : May 28, 2023, 6:07 AM IST

2011 ମସିହାରେ ଆରମ୍ଭ ହୋଇଥିଲା ଓ୍ବାର୍ଲ୍ଡ ହଙ୍ଗର ଡେ' । ପ୍ରତ୍ୟେକ ବର୍ଷ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ କରାଯାଉଛି । ଅଧିକ ପଢନ୍ତୁ

World Hunger Day
World Hunger Day

ହାଇଦ୍ରାବାଦ: ପ୍ରତିବର୍ଷ ମେ 28 ତାରିଖକୁ ଓ୍ବାର୍ଲ୍ଡ ହଙ୍ଗର ଡେ(ବିଶ୍ବ କ୍ଷୁଧା ଦିବସ) ଭାବେ ପାଳନ କରାଯାଇଥାଏ। ସାରା ବିଶ୍ବରେ ଭୋକରେ ରହୁଥିବା 690 ନିୟୁତରୁ ଅଧିକ ଲୋକଙ୍କ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ କରାଯାଇଥାଏ। ଏହି ଦିବସ ପ୍ରଥମେ 2011 ମସିହାରେ ଆରମ୍ଭ କରାଯାଇଥିଲା। ସେହି ଦିନ ଠାରୁ କେବଳ କ୍ଷୁଧା ବିଷୟରେ ସଚେତନ କରିବା ପାଇଁ ନୁହେଁ ବରଂ ନିରନ୍ତର ପଦକ୍ଷେପ ମାଧ୍ୟମରେ କ୍ଷୁଧା ଏବଂ ଦାରିଦ୍ର୍ୟ ଭଳି ସମସ୍ୟାର ସମାଧାନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି।

ଓ୍ବାର୍ଲ୍ଡ ହଙ୍ଗର ଡେର ଇତିହାସ: ଓ୍ବାର୍ଲ୍ଡ ହଙ୍ଗର ଡେ 2011 ମସିହାରେ ଆରମ୍ଭ ହୋଇଥିଲା। ହଙ୍ଗର ପ୍ରୋଜେକ୍ଟ ଦ୍ବାରା ଏହି ଦିବସ ଆରମ୍ଭ କରାଯାଇଥିଲା।

ଦିବସ ପାଳନର ଉଦ୍ଦେଶ୍ୟ: ଦୁନିଆରେ ଆଜି ବି କିଛି ଲୋକ ଅଛନ୍ତି ଯେଉଁମାନେ ଖାଦ୍ୟ ଅଭାବରୁ ମୃତ୍ୟୁବରଣ କରୁଛନ୍ତି। ଆଉ କିଛି ରହିଛନ୍ତି ଯେଉଁମାନେ ଖାଇବା ନଷ୍ଟ କରୁଛନ୍ତି। ବିଶ୍ବରେ ଭୋକରେ ପୀଡିତ ହୋଇ ପ୍ରାଣ ହରାଉଥିବା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ କରାଯାଉଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଭାରତରେ ସମସ୍ତେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ପାଆନ୍ତି ନାହିଁ। ଏହା ସତ୍ୟ ଯେ କ୍ଷୁଧା ଏକ ବିଶ୍ୱସ୍ତରୀୟ ସମସ୍ୟା, କିନ୍ତୁ ଆମେ ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ। ଅନେକ ଦେଶ ସୁଦୃଢ ନୀତି ପ୍ରସ୍ତୁତ କରି ଏଥିରୁ ମୁକ୍ତି ପାଇଛନ୍ତି। ତେଣୁ ଭାରତ ମଧ୍ୟ ଏଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। କ୍ଷୁଧା ଏବଂ ଦାରିଦ୍ର୍ୟର ନିରନ୍ତର ସମାଧାନ ପାଇଁ ପ୍ରତିଶୃତି ନେବା ଚଳିତବର୍ଷର ଥିମ ରହିଛି।

ଏହା ମଧ୍ୟ ପଢନ୍ତୁ: international day to end obstetric fistula 2023: କଣ ପାଇଁ ହୁଏ ଏହି ରୋଗ? ଜାଣନ୍ତୁ କାରଣ

ହଙ୍ଗର ଇନଡେକ୍ସରେ ଭାରତ: ଓ୍ବାର୍ଲ୍ଡ ହଙ୍ଗର ଇଣ୍ଡେକ୍ସରେ 107 ଦେଶ ମଧ୍ୟରେ ଭାରତ 94 ସ୍ଥାନରେ ରହିଛି। ଆଜି ମଧ୍ୟ ସାରା ବିଶ୍ୱରେ 690 ନିୟୁତରୁ ଅଧିକ ଲୋକ ଖାଇବାକୁ ନପାଇ ଭୋକର ସମ୍ମୁଖୀନ ହେଉଛନ୍ତି। 27.2 ସ୍କୋର ସହିତ ଏହାକୁ ଗମ୍ଭୀର ବର୍ଗରେ ରଖାଯାଇଛି। ବିଶ୍ବରେ 60 ପ୍ରତିଶତ ମହିଳା ଭୋକରେ ଜୀବନ କାଟୁଛନ୍ତି। COVID-19 ମହାମାରୀ ହେତୁ 130 ମିଲିୟନ ଲୋକ ଭୋକର ସମ୍ମୁଖୀନ ହେଉଛନ୍ତି। ବିଶ୍ବରେ ଏଡସ୍, ମାଲେରିଆ ଏବଂ ଯକ୍ଷ୍ମା ଅପେକ୍ଷା ଭୋକରେ ଅଧିକ ଲୋକଙ୍କ ପ୍ରାଣ ଯାଉଛି। ପୁଷ୍ଟିହୀନତାର ଭାରତ ବିଶ୍ବରେ ପ୍ରଥମ ସ୍ଥାନରେ ରହିଛି। ଦେଶର 189.2 ନିୟୁତ ବା ଜନସଂଖ୍ୟାର 14 ପ୍ରତିଶତ ଲୋକ ପୁଷ୍ଟିହୀନତାର ଶିକାର ହୋଇଛନ୍ତି। 15-49 ବର୍ଷ ବୟସରେ ପ୍ରାୟ 51.4 ପ୍ରତିଶତ ମହିଳା ରକ୍ତହୀନତାର ଶିକାର ହେଉଛନ୍ତି। ତେଣୁ ଖାଦ୍ୟର ଅପଚୟ କରିବା ଆବଶ୍ୟକ ନୁହେଁ।

ଭାରତରେ ଖାଦ୍ୟର ଅପଚୟ: ପ୍ରତିବର୍ଷ ଭାରତରେ ପ୍ରତି ବ୍ୟକ୍ତିଙ୍କ ପାଇଁ 50 କିଲୋଗ୍ରାମ ଖାଦ୍ୟ ନଷ୍ଟ ହୋଇଥାଏ। ଭାରତରେ 2011 ଜନଗଣନା ଅନୁଯାୟୀ ଜନସଂଖ୍ୟାର 14 ପ୍ରତିଶତ (169.4 ନିୟୁତ) ପୁଷ୍ଟିହୀନ ଅଟନ୍ତି। ଏହା ସତ୍ତ୍ବେ ମଧ୍ୟ ଚାରିବର୍ଷ ମଧ୍ୟରେ ଭାରତରେ 11,520 ଟନ୍ ଖାଦ୍ୟ ଶସ୍ୟ ନଷ୍ଟ କରାଯାଇଥିବା ନେଇ ରିପୋର୍ଟରେ ପ୍ରକାଶ ପାଇଛି। ଦକ୍ଷିଣ ଏସୀୟ ଦେଶମାନଙ୍କ ମଧ୍ୟରେ ଆଫଗାନିସ୍ତାନ ସର୍ବାଧିକ ଖାଦ୍ୟ ନଷ୍ଟ କରିବାରେ ଆଗରେ ରହିଛି (ବର୍ଷକୁ 82 କିଲୋଗ୍ରାମ)। ଏହା ପରେ ନେପାଳରେ 79 କିଲୋଗ୍ରାମ, ଶ୍ରୀଲଙ୍କାରେ 76 କିଲୋଗ୍ରାମ, ପାକିସ୍ତାନରେ 74 କିଲୋଗ୍ରାମ ଏବଂ ବାଂଲାଦେଶରେ 65 କିଲୋଗ୍ରାମ ଖାଦ୍ୟ ନଷ୍ଟ ହେଉଛି। ଖାଦ୍ୟ ଅପଚୟ ଦୃଷ୍ଟିରୁ ଭାରତ ନିମ୍ନରେ ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.