ETV Bharat / sukhibhava

ବିଶ୍ୱ ହେପାଟାଇଟିସ୍ ଦିବସ ୨୦୨୦

author img

By

Published : Jul 28, 2020, 4:34 PM IST

ପ୍ରତିବର୍ଷ ଜୁଲାଇ ୨୮ ତାରିଖରେ ପାଳନ କରାଯାଏ ବିଶ୍ୱ ହେପାଟାଇଟିସ୍‌ ଦିବସ । ଏ ବର୍ଷର ଥିମ ରହିଛି ‘ହେପାଟାଇଟିସ୍ ମୁକ୍ତ ଭବିଷ୍ୟତ’ । ଭାଇରାଲ ହେପାଟାଇଟିସ ସଂପର୍କରେ ସଚେତନତା ପାଇଁ ସାରା ବିଶ୍ୱରେ ଆଜିର ଦିନ ପାଳନ ହୁଏ ହେପାଟାଇଟିସ୍ ଦିବସ । ମିଳିତ ଉଦ୍ୟମରେ ‘ହେପାଟାଇଟିସ୍ ମୁକ୍ତ ଭବିଷ୍ୟତ’ର ଲକ୍ଷ୍ୟ ହାସଲ କରିହେବ । ୨୦୩୦ ମସିହା ସୁଦ୍ଧା ଭାଇରାଲ ହେପାଟାଇଟିସ ବିପଦକୁ ଦୂର କରିବା ପାଇଁ ସବୁ ଦେଶକୁ ଆହ୍ୱାନ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ବିଶ୍ୱ ହେପାଟାଇଟିସ୍ ଦିବସ ୨୦୨୦
ବିଶ୍ୱ ହେପାଟାଇଟିସ୍ ଦିବସ ୨୦୨୦

ପ୍ରତିବର୍ଷ ଜୁଲାଇ ୨୮ ତାରିଖରେ ପାଳନ କରାଯାଏ ବିଶ୍ୱ ହେପାଟାଇଟିସ୍‌ ଦିବସ । ଏ ବର୍ଷର ଥିମ ରହିଛି ‘ହେପାଟାଇଟିସ୍ ମୁକ୍ତ ଭବିଷ୍ୟତ’ । ଭାଇରାଲ ହେପାଟାଇଟିସ ସଂପର୍କରେ ସଚେତନତା ପାଇଁ ସାରା ବିଶ୍ୱରେ ଆଜିର ଦିନ ପାଳନ ହୁଏ ହେପାଟାଇଟିସ୍ ଦିବସ । ମିଳିତ ଉଦ୍ୟମରେ ‘ହେପାଟାଇଟିସ୍ ମୁକ୍ତ ଭବିଷ୍ୟତ’ର ଲକ୍ଷ୍ୟ ହାସଲ କରିହେବ । ୨୦୩୦ ମସିହା ସୁଦ୍ଧା ଭାଇରାଲ ହେପାଟାଇଟିସ ବିପଦକୁ ଦୂର କରିବା ପାଇଁ ସବୁ ଦେଶକୁ ଆହ୍ୱାନ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ପ୍ରତିବର୍ଷ ହେପାଟାଇଟିସ୍‌ ବି ଓ ହେପାଟାଇଟିସ ସି ରୋଗରେ ୧ ଦଶମିକ ୩ ମିଲିଅନ ଲୋକଙ୍କ ଜୀବନ ଯାଉଛି । କୋଭିଡ-୧୯ ମହାମାରୀ ପରିପ୍ରେକ୍ଷୀରେ ଭାଇରାଲ୍‌ ହେପାଟାଇଟିସ୍ ବି ଏକ ବଡ ସ୍ୱାସ୍ଥ୍ୟ ବିପଦ ଭାବେ ଦେଖାଦେଇଛି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଏହି ରୋଗରେ ପ୍ରାଣ ହରାଉଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ସାରା ବିଶ୍ୱରେ ୩୨୫ ମିଲିଅନ ଲୋକ ଭାଇରାଲ୍‌ ହେପାଟାଇଟିସ୍ ବି ଓ ସିରେ ପୀଡିତ ଅଛନ୍ତି । ୧୯୬୭ରେ ଡକ୍ଟର ବାରୁଚ୍‌ ବ୍ଲୁମବର୍ଗ ହେପାଟାଇଟିସ୍ ବି ଭାଇରସ ଆବଷ୍କାର କରିଥିଲେ । ଦୁଇ ବର୍ଷ ପରେ ଭାଇରସର ଟୀକା ବିକଶିତ କରିଥିଲେ ଡକ୍ଟର ବ୍ଲୁମବର୍ଗ । ଏଥିପାଇଁ ସେ ମେଡିସିନ ନୋବେଲ୍ ପୁରସ୍କାର ହାସଲ କରିଥିଲେ । ତାଙ୍କ ଜନ୍ମ ଦିନ ଜୁଲାଇ ୨୮ ତାରିଖରେ ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ କରାଯାଏ ।

ହେପାଟାଇଟିସ୍ କଣ ?

ବିଶ୍ୱ ହେପାଟାଇଟିସ୍ ଆଲାଏନ୍ସ ଅନୁସାରେ ହେପାଟାଇଟିସ ହେଉଛି ଯକୃତର ପ୍ରଦାହ । ସାଧାରଣତଃ ଏହା ଭାଇରାଲ ସଂକ୍ରମଣ ଦ୍ୱାରା ହୋଇଥାଏ । ମୁଖ୍ୟତଃ ୫ ପ୍ରକାର ହେପାଟାଇଟିସ ଭାଇରସ ରହିଛି । ହେପାଟାଇଟିସ୍ ଏ, ବି, ସି , ଡି ଓ ଇ । ଏସବୁ ଭାଇରସ ଯକୃତକୁ ପ୍ରଭାବିତ କରନ୍ତି । ଅବଶ୍ୟ ଗମ୍ଭୀରତା ଓ ସଂକ୍ରମଣର ମାଧ୍ୟମ ଆଦି ଦୃଷ୍ଟିରୁ ଏହି ୫ ଭାଇରସ ଭିନ୍ନ ଭିନ୍ନ ହୋଇଥାନ୍ତି । ତେବେ,ହେପାଟାଇଟିସ୍ ବି ଓ ସି ସବୁଠୁ ବିପଜ୍ଜନକ । ଏ ଦୁଇ ହେପାଟାଇଟିସ୍ ଭାଇରସ ଯକୃତକୁ ଗୁରୁତର ଭାବେ ପ୍ରଭାବିତ କରିଥାନ୍ତି । ଏମାନେ କ୍ୟାନସରର ବି କାରଣ ହୋଇଥାନ୍ତି ।

ବିଶ୍ୱ ହେପାଟାଇଟିସ୍ ଆଲାଏନ୍ସ ଅନୁସାରେ ୯୦ ପ୍ରତିଶତ ହେପାଟାଇଟିସ୍‌ ବି ଓ ୮୦ ପ୍ରତିଶତ ଲୋକ ହେପାଟାଇଟିସ୍‌ ସି ଦ୍ୱାରା ସଂକ୍ରମିତ ହେଉଥିଲେ ମଧ୍ୟ ସେମାନେ ଯେ ରୋଗରେ ପୀଡିତ, ତାହା ଜାଣିପାରନ୍ତି ନାହିଁ । ତେଣୁ ସେମାନଙ୍କ ପାଇଁ ହେପାଟାଇଟିସ୍ ପରବର୍ତୀ ପର୍ଯ୍ୟାୟରେ ମାରାତ୍ମକ ହୋଇଥାଏ । କେହି କେହି ଯକୃତ କ୍ୟାନସରେ ବି ପୀଡିତ ହେବାର ବି ଆଶଙ୍କା ରହିଥାଏ । କେତେକ କ୍ଷେତ୍ରରେ ସେମାନେ ଅଜାଣତରେ ଅନ୍ୟମାନଙ୍କୁ ସଂକ୍ରମିତ କରିଥାନ୍ତି ।

ହେପାଟାଇଟିସ୍ ପ୍ରକାର ଭେଦ

୧. ହେପାଟାଇଟିସ ଏ – ସାଧାରଣତଃ ଦୂଷିତ ଖାଦ୍ୟ ଓ ପାଣି ଦ୍ୱାରା ଏହି ରୋଗ ବ୍ୟାପେ । ସଂକ୍ରମିତ ବ୍ୟକ୍ତିଙ୍କଠାରୁ ବି ଏହି ରୋଗ ବ୍ୟାପିଥାଏ ।

୨. ହେପାଟାଇଟିସ୍ ବି – ସଂକ୍ରାମକ ବଡି ଫ୍ଲୁଏଡ୍ ଯେପରିକି ରକ୍ତ, ଯୋନି ସ୍ରାବ ଓ ବୀର୍ଯ୍ୟ ସଂସ୍ପର୍ଶରେ ଆସିଲେ,ହେପାଟାଇଟିସ୍ ବି ବ୍ୟାପିଥାଏ । ଏଗୁଡିକରେ ହେପାଟାଇଟିସ ବି ଭାଇରସ

ରହିଥାଏ ।

୩. ହେପାଟାଇଟିସ୍ ସି –ସାଧାରଣତଃ ଇଂଜେକସନ୍ ଓ ଯୈାନ ସଂପର୍କ ଦ୍ୱାରା ପ୍ରଦୂଷିତ ବଡି ଫ୍ଲୁଏଡ୍ ର ସିଧାସଳଖ ସଂପ୍ସର୍ଶରେ ଆସିଲେ ଏହି ଭାଇରସ ସଂକ୍ରମିତ ହୋଇଥାଏ ।

୪. ହେପାଟାଇଟିସ ଡି – ସଂକ୍ରମିତ ରକ୍ତ ସହ ସିଧାସଳଖ ସଂସ୍ପର୍ଶରେ ଆସିଲେ ହେପାଟାଇଟିସ୍ ଡି ହୋଇଥାଏ । ଏହା ଦ୍ୱାରା ଜଟିଳ ଯକୃତ ରୋଗ ଦେଖାଯାଏ।

୫. ହେପାଟାଇଟିସ୍ ଇ – ଏହା ଏକ ଜଳବାହିତ ରୋଗ । ଅନୁପଯୁକ୍ତ ପରିମଳ ବ୍ୟବସ୍ଥା ନ ଥିବା ଓ ପ୍ରଦୂଷିତ ଜଳ ଯୋଗାଣ ଦ୍ୱାରା ଏହି ଭାଇରସ ବ୍ୟାପିଥାଏ । ଲକ୍ଷଣ ଅନେକ ଲୋକଙ୍କଠାରେ

ହେପାଟାଇଟିସର ସାମାନ୍ୟ ବା କୌଣସି ଲକ୍ଷଣ ଦେଖାଯାଇ ନ ଥାଏ । କିନ୍ତୁ କିଛି ଲକ୍ଷଣ ଅତି ଗୁରୁତର ହୋଇଥାଏ ।

୧. ହେପାଟାଇଟିସ୍ ଏ, ବି ଓ ସି ଲକ୍ଷଣ

. ଜ୍ୱର

. ଅସୁସ୍ଥତା

. ଭୋକ ନ ହେବା

. ଡାଇରିଆ

. ବାନ୍ତି ଆସିବା

. ଗାଢ ରଂଗର ପରିସ୍ରା

.କାମଳ ରୋଗ ( ଜଣ୍ଡିସ )

. କ୍ଲାନ୍ତି

. ତଳିପେଟରେ ଯନ୍ତ୍ରଣା

୨. ହେପାଟାଇଟିସ୍ ଡି ଲକ୍ଷଣ :

ହେପାଟାଇଟିସ୍ ବି ଦ୍ୱାରା ସଂକ୍ରମିତ ହୋଇସାରିଥିବା ଲୋକଙ୍କଠାରେ ହିଁ ହେପାଟାଇଟିସ ଡି ଲକ୍ଷଣ ଦେଖାଯାଏ । ବି ଓ ଡିର ଡବଲ୍ ପ୍ରଭାବ ଦ୍ୱାରା ସଂକ୍ରମଣ ଗୁରୁତର ହୋଇଥାଏ । ଏହାଦ୍ୱାରା ସିରୋସିସ୍ ବି ତ୍ୱରାନ୍ୱିତ ହୋଇଥାଏ ।

୩ . ହେପାଟାଇଟିସ ଇ ଲକ୍ଷଣ

. ସାମାନ୍ୟ ଜ୍ୱର

. ଭୋକ ନ ହେବା

. ବାନ୍ତି

. ତଳିପେଟ ଯନ୍ତ୍ରଣା

. ଚର୍ମ ମଳିନତା ଓ କୁଣ୍ଡିଆ

. ଆଣ୍ଠୁ ଗଣ୍ଠି ଯନ୍ତ୍ରଣା

. କାମଳ ରୋଗ (ଜଣ୍ଡିସ)

. ଗାଢ ପରିସ୍ରା

ଆରମ୍ଭରୁ ହିଁ ଚିହ୍ନଟ ହୋଇପାରିଲେ ଭାଇରାଲ୍‌ ହେପାଟାଇଟିସକୁ ରୋକା ଯାଇପାରିବ । ଉପଯୁକ୍ତ ଚିକିତ୍ସା ଓ ଟୀକାକରଣ ଦ୍ୱାରା ଏହି ରୋଗର ମୁକାବିଲା କରାଯାଇପାରିବ । ଡାକ୍ତରମାନଙ୍କୁ ଫ୍ରେସ୍ ଓ ଷ୍ଟରିଲିଆଇଜଡ୍ ଛୁଂଚି ଯେମିତି ବ୍ୟବହାର କରିବେ,ତାହା ନିଶ୍ଚିତ କରିବା ଦରକାର । ସ୍ୱଚ୍ଛ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ସହ ପରଷ୍କାର ପାଣି ପିଇବା ଦରକାର । ସତର୍କତା ଅବଲମ୍ବନ କଲେ ହେପାଟାଇଟିସର ମୁକାବିଲା ସମ୍ଭବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.