ETV Bharat / sukhibhava

କେଉଁ ବ୍ଲଡ୍ ଗ୍ରୁପର ବ୍ୟକ୍ତିଙ୍କୁ ହୃଦଘାତ ଆଶଙ୍କା ଅଧିକ ଥାଏ, ଜାଣିଛନ୍ତି କି ?

author img

By

Published : Sep 30, 2022, 8:01 AM IST

ଜାଣନ୍ତି କି, କେଉଁ କାରଣରୁ ଆସୁଛି ହୃଦଘାତ ? ହୃଦଘାତ ଆସିବାର କାର କଣ ? ତେବେ ହୃଦଘାତ ଆସିବାର ବିଭିନ୍ନ କାରଣ ଥିବାବେଳେ କେଉଁ ବ୍ଲଡ୍ ଗ୍ରୁପ୍‌ର ବ୍ୟକ୍ତି ହୃଦଘାତର ଶିକାର ହେବାର ଆଶଙ୍କା ଅଧିକ, ସେନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ବିଶ୍ବ ହୃଦୟ ଦିବସ(World Heart Day) ଅବସରରେ ପଢନ୍ତୁ ଏହି ରିପୋର୍ଟ ।

Etv BharatWorld Heart Day: ଜାଣନ୍ତୁ କେଉଁ ବ୍ଲଡ୍ ଗ୍ରୁପର ବ୍ୟକ୍ତିଙ୍କୁ ହୃଦଘାତ ଆଶଙ୍କା ଅଧିକ ଥାଏ

ହାଇଦ୍ରାବାଦ: ଦିନକୁ ଦିନ ବୃଦ୍ଧି ପାଉଛି ହୃଦ ରୋଗୀଙ୍କ ସମସ୍ୟା(Heart Patient) । ଏକାଧିକ ବ୍ୟକ୍ତି ଏହି କାରଣରୁ ମଧ୍ୟ ପ୍ରାଣ ହରାଉଛନ୍ତି । ପ୍ରତିବର୍ଷ ସାରା ବିଶ୍ୱରେ ହୃଦରୋଗ(Heart Disease) ବୃଦ୍ଧି ପାଉଥିବା ନେଇ ରିପୋର୍ଟ ହୋଇଛି । ବୟସ୍କ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି କିଶୋର ଯୁବକମାନଙ୍କ କ୍ଷେତ୍ରରେ ହୃଦଘାତ ଦେଖାଯାଉଛି । ହୃଦରୋଗ କାରଣରୁ ଅନେକ ସେଲିବ୍ରିଟି ମଧ୍ୟ ଅଳ୍ପ ବୟସରେ ପ୍ରାଣ ହରାଇଛନ୍ତି ।

ସଠିକ୍ ସମୟରେ ରୋଗ ଚିହ୍ନଟ ନିୟମିତ ଔଷଧ ଏବଂ ସଚେତନତା ଫଳରେ ଏହାକୁ ପ୍ରତିହତ କରାଯାଇପାରିବ । ସେଥିପାଇଁ ପ୍ରତିବର୍ଷ ସେପ୍ଟେମ୍ବର 29 ତାରିଖକୁ ବିଶ୍ବ ହୃଦ୍ ଦିବସ ବା World Heart Day ରୂପେ ପାଳନ କରାଯାଉଛି । ସଚେତନତା ସୃଷ୍ଟି କରିବା ଏବଂ ହୃଦ୍ ରୋଗ ଆଶଙ୍କାକୁ ହ୍ରାସ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ।

ବିଶେଷଜ୍ଞଙ୍କ ଅନୁଯାୟୀ, ଖରାପ ଜୀବନଶୈଳୀ ଏବଂ ଆମ ଖାଦ୍ୟପେୟରେ ବ୍ୟାଘାତ ହେଉଛି ହୃଦରୋଗର ମୁଖ୍ୟ କାରଣ । ତଥାପି, ନିକଟରେ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, କେଉଁ ବ୍ୟକ୍ତିଙ୍କର ହୃଦ୍‌ଘାତ ଆଶଙ୍କା ଅଧିକ ଥାଏ, ତାହା ବ୍ଲଡ୍ ଗ୍ରୁପ୍‌ର ମାଧ୍ୟମରେ ଆକଳନ କରାଯାଇ ପାରିବ ।

ଏହା ମଧ୍ୟ ପଢନ୍ତୁ:- World Heart Day: ହୃଦୟର ଭାଷା ବୁଝନ୍ତୁ, ସୁସ୍ଥ ରୁହନ୍ତୁ

ଅନୁସନ୍ଧାନ ତଥ୍ୟ...

ନିକଟରେ ଆମେରିକୀୟ ହାର୍ଟ ଆସୋସିଏସନ ଏକ ଗବେଷଣା କରିଛି । ଏହି ଅନୁସନ୍ଧାନ ରିପୋର୍ଟରେ ଦାବି କରାଯାଇଛି ଯେ, ବର୍ତ୍ତମାନ ଲୋକମାନେ ସେମାନଙ୍କର ବ୍ଲଡ୍ ଗ୍ରୁପ୍ ଆଧାରରେ ହୃଦଘାତର ବିପଦ ବିଷୟରେ ମଧ୍ୟ ଅନୁମାନ କରିପାରିବେ । ଆମେରିକାନ୍ ହାର୍ଟ ଆସୋସିଏସନ(AHA) ରିପୋର୍ଟରେ କହିଛି ଯେ, କେତେକ ବ୍ଲଡ୍ ଗ୍ରୁପ୍ ଥିବା ଲୋକଙ୍କର ହୃଦଘାତ ହେବାର ଆଶଙ୍କା ଅଧିକ ରହିଛି ।

ଆମେରିକାନ୍ ହାର୍ଟ ଆସୋସିଏସନର ରିପୋର୍ଟରେ ଅନୁଯାୟୀ, ଟାଇପ୍ 'ଏ', ଟାଇପ୍ 'ବି' କିମ୍ବା ଟାଇପ୍ 'ଏବି' ଥିବା ବ୍ଲଡ୍ ଗ୍ରୁପ୍ ବ୍ୟକ୍ତି 'ଓ' ବ୍ଲଡ୍ ଗ୍ରୁପ୍ ବ୍ୟକ୍ତିଙ୍କ ଅପେକ୍ଷା ଅଧିକ ହୃଦଘାତର ଶିକାର ହେବା ଆଶଙ୍କା ଅଧିକ ଥାଏ । ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ, ଏହି ବ୍ଲଡ୍ ଗ୍ରୁପର ଲୋକଙ୍କର ହୃଦ୍‌ଘାତ ହେବାର ଆଶଙ୍କା ଅଧିକ ଥାଏ । ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ, 'ଓ' ବ୍ଲଡ୍ ଗ୍ରୁପର ଲୋକଙ୍କର ହୃଦଘାତ ହେବାର ଆଶଙ୍କା କମ୍ ଥାଏ ।

ଏହା ମଧ୍ୟ ପଢନ୍ତୁ:- World Heart Day: ଡାଏଟରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ, ଦୂର ହେବ ହୃଦ ସମସ୍ୟା

A ଏବଂ B ବ୍ଲଡ୍ ଗ୍ରୁପ୍ ସାବଧାନ ରହନ୍ତୁ...

ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଯେଉଁମାନଙ୍କର ବ୍ଲଡ୍ ଗ୍ରୁପ୍ A ଏବଂ B ଥାଏ, ସେମାନେ ଅଧିକ ଯତ୍ନବାନ ହେବା ଆବଶ୍ୟକ । ଏହି ବ୍ଲଡ୍ ଗ୍ରୁପ୍ ଥିବା ଲୋକମାନଙ୍କର ଅନ୍ୟ ବ୍ଲଡ୍ ଗ୍ରୁପର ଲୋକଙ୍କ ଅପେକ୍ଷା ହୃଦଘାତ ହେବାର ଆଶଙ୍କା ଅଧିକ ଥାଏ । ଏହି ଲୋକମାନଙ୍କର ହୃଦଘାତ ହେବାର ସମ୍ଭାବନା ଅଧିକ ରହିଛି । ତେଣୁ ସଚେତନା ଅବଲମ୍ବନ ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.