ETV Bharat / sukhibhava

ପୁରୁଷ-ମହିଳାଙ୍କୁ ଭିନ୍ନ ଉପାୟରେ ପ୍ରଭାବିତ କରିଥାଏ ହୃଦୟ ରୋଗ, ଜାଣନ୍ତୁ ଅନ୍ତର - ପୁରୁଷ ମହିଳାଙ୍କୁ ଭିନ୍ନ ଉପାୟରେ ପ୍ରଭାବିତ କରେ ହୃଦୟ ରୋଗ

ପୁରୁଷ-ମହିଳାଙ୍କୁ ଭିନ୍ନ ଉପାୟରେ ପ୍ରଭାବିତ କରିଥାଏ ହୃଦୟ ରୋଗ। ଜାଣନ୍ତୁ ଉଭୟଙ୍କ ମଧ୍ୟରେ କଣ ରହିଥାଏ ପାର୍ଥକ୍ୟ

heart disease differences in men and women

author img

By ETV Bharat Odisha Team

Published : Sep 29, 2023, 11:23 AM IST

ହାଇଦ୍ରାବାଦ: ଆଜି ବିଶ୍ବ ହୃଦୟ ଦିବସ। ହୃଦ୍‌ରୋଗର ଆଶଙ୍କା କେବଳ ବାର୍ଦ୍ଧକ୍ୟ ଜନିତ ସମସ୍ୟାରେ ସୀମିତ ନୁହେଁ। ସମୟ ସହ ପରିବର୍ତ୍ତନ ହୋଇଛି ପୀଡିତଙ୍କ ସଂଖ୍ୟା। ବର୍ତ୍ତମାନ ଯୁବପିଢିଙ୍କୁ ଅଧିକ ପ୍ରଭାବିତ କରୁଛି ହୃଦରୋଗ। 30 ବର୍ଷରୁ କମ ବୟସର ଯୁବକ ଯୁବତୀମାନେ ହୃଦଘାତର ଶିକାର ହେଉଛନ୍ତି। କିଛି ଦିନ ପୂର୍ବେ ଏକ ସ୍କୁଲ ଛାତ୍ର କ୍ଲାସରେ ପାଠ ପଢିବା ସମୟରେ ହୃଦଘାତର ଶିକାର ହୋଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଜୀବନଶୈଳୀ ଏବଂ ଖାଦ୍ୟପେୟରେ ବ୍ୟାଘାତ ହେତୁ ପ୍ରାୟ ସବୁ ବୟସର ଲୋକଙ୍କଠାରେ ହୃଦୟ ସମ୍ବନ୍ଧୀୟ ରୋଗ ଦେଖାଯାଉଛି । ତେଣୁ ରୋଗକୁ ରୋକିବାକୁ ହେଲେ କମ ବୟସରୁ ହିଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉଚିତ ଅଟେ ।

ହୃଦୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରଦାନ କରିବା ସହିତ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର 29 ତାରିଖରେ ବିଶ୍ବ ହୃଦୟ ଦିବସ ପାଳନ କରାଯାଏ । ଡାକ୍ତରମାନେ କହିଛନ୍ତି ଯେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ହୃଦରୋଗର ଅବସ୍ଥା ଭିନ୍ନ ଅଟେ। ମହିଳା ଏବଂ ପୁରୁଷଙ୍କ କ୍ଷେତ୍ରରେ ଅନେକ ଲକ୍ଷଣରେ ମଧ୍ୟ ପରିବର୍ତ୍ତନ ଦେଖାଯାଇଛି। ତେବେ ଜାଣନ୍ତୁ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ହୃଦଘାତର କେଉଁ ଲକ୍ଷଣ ଭିନ୍ନ ହୋଇଥାଏ।

ହୃଦଘାତର ଲକ୍ଷଣ ନେଇ କଣ କୁହନ୍ତି ବିଶେଷଜ୍ଞ: ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି, ହୃଦରୋଗର ଆଶଙ୍କା ସବୁ ବୟସ ଏବଂ ଲିଙ୍ଗରେ ଦେଖାଯାଏ । ଏହି ସମସ୍ୟା ପୁରୁଷ ଏବଂ ମହିଳାଙ୍କୁ ବିଭିନ୍ନ ଉପାୟରେ ପ୍ରଭାବିତ କରିପାରେ, ଯାହା ବିଷୟରେ ସମସ୍ତେ ସଚେତନ ହେବା ଜରୁରୀ ଅଟେ । ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ କୋଲେଷ୍ଟ୍ରଲର ସ୍ଥିତି, ହାର୍ଟଆଟାକ ଏବଂ ହୃଦୟ ରୋଗର କାରଣ ଭିନ୍ନ ହୋଇଥାଏ । ଯାହାକୁ ଗମ୍ଭୀର ଭାବେ ବିଚାର କରିବା ଜରୁରୀ ଅଟେ । ପୁରୁଷମାନଙ୍କ ମଧ୍ୟରେ ସାଧାରଣତଃ ରକ୍ତର ଆବଶ୍ୟକତା ପୂରଣ କରିବାକୁ ଧମନୀରେ ଏହି ପ୍ଲକ୍‌ ଜମା ହୋଇଥାଏ । ଯେତେବେଳେ କି ମହିଳାଙ୍କ ହୃଦୟର ସବୁଠାରୁ ଛୋଟ ରକ୍ତ ବାହିକାଗୁଡ଼ିକ ଯାହାକୁ ମାଇକ୍ରୋବେସ୍କୁଲାର କୁହାଯାଏ, ଏଥିରେ ଏହା ଜମା ହେବାର ଆଶଙ୍କା ଅଧିକ ଥାଏ ।

ଏହା ମଧ୍ୟ ପଢନ୍ତୁ: World Heart Day 2023: ହାର୍ଟକୁ ସୁସ୍ଥ ରଖନ୍ତୁ, ନିଜେ ସୁରକ୍ଷିତ ରୁହନ୍ତୁ

କୋଲେଷ୍ଟ୍ରଲ ସ୍ଥିତିରେ ପାର୍ଥକ୍ୟ: ବିଶେଷଜ୍ଞଙ୍କ କହିବା ଅନୁସାରେ, କୋଲେଷ୍ଟ୍ରଲ୍‌ର ବୃଦ୍ଧି ଏବଂ ଏହା ଯୋଗୁଁ ହେବାକୁ ଥିବା ରୋଗର ଆଶଙ୍କା ଯେକୌଣସି ବୟସର ଲୋକଙ୍କଠାରେ ହୋଇପାରେ । କିନ୍ତୁ ପୁରୁଷ ଏବଂ ମହିଳାମାନଙ୍କ ଠାରେ ଲକ୍ଷଣ ଅଲଗା ହୋଇଥାଏ ।

ହାର୍ଟଆର୍ଟାକର ଲକ୍ଷଣରେ ମଧ୍ୟ ପାର୍ଥକ୍ୟ: ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ହୃଦଘାତର ଲକ୍ଷଣରେ ମଧ୍ୟ ଏକ ପାର୍ଥକ୍ୟ ରହିଥାଏ । ପୁରୁଷମାନେ ସାଧାରଣତଃ ଛାତିରେ ଚାପକୁ ନେଇ ଅଧିକ ଅଭିଯୋଗ କରିଥାଆନ୍ତି । କିନ୍ତୁ ମହିଳାମାନଙ୍କ ଠାରେ ତାହା କମ୍‌ ଦେଖାଯାଇଥାଏ । ଏହା ବ୍ୟତୀତ ମହିଳାମାନେ ହୃଦ୍‌ଘାତ ସମୟରେ ବାନ୍ତି, ଅଧିକ ଝାଳ ବାହାରିବା, ବେକ, ଛାତି, ଗଳା, ପେଟ କିମ୍ବା ପିଠିରେ ଯନ୍ତ୍ରଣା ଭଳି ଅଧିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଏଭଳି ପାର୍ଥକ୍ୟ ପ୍ରତି ଧ୍ୟାନ ଦେବା ମଧ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।

ହୃଦୟ ସମ୍ବନ୍ଧୀୟ ରୋଗ ମଧ୍ୟ ଭିନ୍ନ ହୋଇଥାଏ: ଜଣେ ମହିଳାଙ୍କର ପ୍ରଜନନ ଇତିହାସ ହୃଦଘାତର ଆଶଙ୍କାକୁ ପ୍ରଭାବିତ କରିଥାଏ । ଏହାର ଅର୍ଥ କେତେକ ରୋଗ ଗର୍ଭାବସ୍ଥାରେ ବିକଶିତ ହୁଏ, ଯେପରିକି ପ୍ରିକ୍ଲମ୍ପସିଆ ଏବଂ ଗର୍ଭକାଳୀନ ମଧୁମେହ । ଯାହା ଭବିଷ୍ୟତରେ ହୃଦଘାତର ଆଶଙ୍କାକୁ ବୃଦ୍ଧି କରାଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.