ETV Bharat / sukhibhava

World Hearing Day: ଏସବୁ କାରଣ ପାଇଁ ବଢୁଛି ବଧିରତା ସମସ୍ୟା, ରୁହନ୍ତୁ ସତର୍କ - ମାର୍ଚ୍ଚ 3 ବିଶ୍ବ ଶ୍ରବଣ ଦିବସ 2023

ଅନେକ ଲୋକଙ୍କୁ ଶ୍ରବଣ ଶକ୍ତିର ସମସ୍ୟା ରହୁଛି । କଣ ରହିଛି ଏହାର କାରଣ, ଓ ନିରାକରଣ ଏବଂ କାନର ଯତ୍ନ କିପରି ନେବେ ଜାଣନ୍ତୁ ।

World Hearing Day on March 3
World Hearing Day on March 3
author img

By

Published : Mar 3, 2023, 12:40 PM IST

ହାଇଦ୍ରାବାଦ: ଆଜି ହେଉଛି ବିଶ୍ବ ଶ୍ରବଣ ଦିବସ । ପ୍ରତିବର୍ଷ ମାର୍ଚ୍ଚ 3 ତାରିଖକୁ ବିଶ୍ବ ଶ୍ରବଣ ଦିବସ ଭାବେ ପାଳନ କରାଯାଉଛି । ଚଳିତ ବର୍ଷର ଥିମ୍‌ ରହିଛି ସମସ୍ତଙ୍କ ପାଇଁ କାନ ଏବଂ ଶ୍ରବଣର ଯତ୍ନ । ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଶ୍ରବଣ ଶକ୍ତି ହରାଉଛନ୍ତି । ଫଳରେ ସେମାନଙ୍କୁ ନାନା ଅସୁବିଧାର ସମ୍ମୁଖିନ ହେବାକୁ ପଡେ । ଅନେକ କ୍ଷେତ୍ରରେ ଲୋକେ ଥଟ୍ଟା ପରିହାସର ମଧ୍ୟ ସାମ୍ନା କରନ୍ତି । ତେବେ କେଉଁ କାରଣରୁ ଶ୍ରବଣ ଶକ୍ତି ହ୍ରାସ ପାଏ ବା ସମସ୍ୟା ଦେଖାଯାଏ । ଜାଣିଛନ୍ତି କି, ଅସେଚତନା ଯୋଗୁଁ ଆଜି ଅଧିକାଶଂ ଲୋକେ ଶୁଣି ପାରନ୍ତିନାହିଁ । ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟ ନେଇ ବିଶ୍ବ ଶ୍ରବଣ ଦିବସ ପାଳନ କରାଯାଉଛି ।ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି କି, ପ୍ରାଥମିକ ଚିକିତ୍ସାରେ କାନ, ଶ୍ରବଣ ଶକ୍ତି ଯାଞ୍ଚ ଏବଂ ଯତ୍ନ ଦ୍ବାରା ଶ୍ରବଣ ଶକ୍ତି ସମସ୍ୟା ନିର୍ଣ୍ଣୟ କରିବାରେ ସାଧାରଣ ଜନତାଙ୍କୁ ବହୁତ ଲାଭଦାୟକ ହୋଇପାରେ ।

ବିଭିନ୍ନ ୱେବସାଇଟରେ ଉପଲବ୍ଧ ତଥ୍ୟ ଅନୁଯାୟୀ ସଂଖ୍ୟା କହିଲେ, ସମଗ୍ର ବିଶ୍ବରେ ପ୍ରାୟ 1.5 ବିଲିୟନ ଲୋକ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ବଧିରତା କିମ୍ବା ଶ୍ରବଣ ଶକ୍ତି ହରାଇବାକୁ ଯାଉଛନ୍ତି । ଅନ୍ୟପକ୍ଷରେ, ଯଦି ଆମେ କେବଳ ଭାରତ ବିଷୟରେ ଆଲୋଚନା କରିବା, ତେବେ ଏଠାରେ ପ୍ରାୟ ସାଢେ 6 କୋଟିରୁ ଅଧିକ ଲୋକ ଆଂଶିକ କିମ୍ବା ସଂପୂର୍ଣ୍ଣ ବଧିର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହା ଚିନ୍ତାର ବିଷୟ ଯେ ବହୁ ସଂଖ୍ୟକ ଲୋକ କୌଣସି କାରଣରୁ ଶୁଣିବାର କ୍ଷମତା ହରାଇବାର ପ୍ରାରମ୍ଭିକ ଅବସ୍ଥାରେ ଏହି ସମସ୍ୟା ପ୍ରତି ଅଧିକ ଧ୍ୟାନ ଦିଅନ୍ତି ନାହିଁ । ଯେଉଁ କାରଣରୁ ସମସ୍ୟାର ନିରାକରଣରେ ବିଳମ୍ବ ହୁଏ ଏବଂ ଯାହା ବେଳେବେଳେ ସମସ୍ୟା ବୃଦ୍ଧି ହେବାର କାରଣ ହୋଇଯାଏ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ କଣ କହୁଛି: 2021 ମସିହାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଶ୍ରବଣ ବିକୃତି ବିଷୟରେ ପ୍ରଥମ ବିଶ୍ବସ୍ତରୀୟ ରିପୋର୍ଟ ପ୍ରକାଶ ପାଇଥିଲା । ଯେଉଁଥିରେ ଅନୁମାନ କରାଯାଉଛି କି, 2050 ସୁଦ୍ଧା ବିଶ୍ବରେ ପ୍ରାୟ 2.5 ବିଲିୟନ ଲୋକ କିମ୍ବା ପ୍ରତି 4 ଜଣଙ୍କ ମଧ୍ୟରୁ 1 ଜଣେ ଶ୍ରବଣ ଶକ୍ତି ହରାଇ ପାରନ୍ତି । ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ବିଶ୍ବ ସ୍ତରରେ ଶ୍ରବଣ ଶକ୍ତି ହରାଇବାର ଆଶଙ୍କା ଅଧିକ ଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢୁଛି ।

ରିପୋର୍ଟରେ, ଶ୍ରବଣ ଶକ୍ତି ଦୁର୍ବଳ ବା ନଷ୍ଟ ହେବା ଏବଂ ଉଚ୍ଚ ସ୍ବର ଶୁଣିବା କିମ୍ବା ଶବ୍ଦ ପ୍ରଦୂଷଣ ବୃଦ୍ଧି ହେବା ଏହାର ମୁଖ୍ୟ କାରଣ ମଧ୍ୟରୁ ଗୋଟିଏ ବୋଲି କୁହାଯାଇଛି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଯଦି ଶୀଘ୍ର ଏହି ଦିଗରେ କୌଣସି ଠୋସ୍ ପଦକ୍ଷେପ ନିଆ ନଯାଏ ଲୋକେ ଶ୍ରବଣ ଶକ୍ତି ହରାଇପାରନ୍ତି ।

ଶ୍ରବଣ ଦିବସ ପାଳନର ଇତିହାସ: ବିଶ୍ବରେ କ୍ରମାଗତ ଭାବେ ବଧିର ସଂଖ୍ୟା ବୃଦ୍ଧି ହେତୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ 2007 ମସିହାରେ 'ଅନ୍ତର୍ଜାତୀୟ କାନ ଯତ୍ନ ଦିବସ' ଆୟୋଜନ କରି ଶ୍ରବଣ ସମସ୍ୟା ତଥା ଆନୁସଙ୍ଗିକ କାରଣ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ଉଦ୍ୟମ କରିଥିଲା । ଏହା ପ୍ରଥମ ମାର୍ଚ୍ଚ 3ରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ନେଇ ଏହି ନାମରେ ଦିନଟିକୁ ପାଳନ କରାଯାଉଥିଲା । କିନ୍ତୁ ପରେ 2016 ମସିହାରୁ ଏହି ଦିନକୁ "ବିଶ୍ବ ଶ୍ରବଣ ଦିବସ" ଭାବରେ ପାଳନ କରାଯାଇଆସୁଛି ।

ଭାରତ ସରକାରଙ୍କ ଉଦ୍ୟମ: ସରକାରୀ ପରିସଂଖ୍ୟାନ ଅନୁଯାୟୀ, ପ୍ରତିବର୍ଷ ଭାରତରେ 27ହଜାରରୁ ଅଧିକ ପିଲା ବଧିର କିମ୍ବା ଶୁଣିବାରେ ଅସୁବିଧା ଭୋଗ କରନ୍ତି । କିନ୍ତୁ ସଚେତନତାର ଅଭାବ ଏବଂ ଠିକ୍ ସମୟରେ ସଠିକ୍ ଅନୁସନ୍ଧାନର ଅଭାବ ହେତୁ ଲୋକମାନେ ଆରମ୍ଭରେ ସେମାନଙ୍କ ସମସ୍ୟା ପ୍ରତି ଅଧିକ ଧ୍ୟାନ ଦିଅନ୍ତି ନାହିଁ, ଯେଉଁ କାରଣରୁ ଅଧିକାଂଶ କ୍ଷେତ୍ରରେ ରୋଗ ନିର୍ଣ୍ଣୟ ବିଳମ୍ବ ହୁଏ । ଯଦିଓ ଡାକ୍ତରମାନେ ବିଶ୍ବାସ କରନ୍ତି ଯେ ଅନେକ କ୍ଷେତ୍ରରେ ଶ୍ରବଣ ଶକ୍ତି ହ୍ରାସ ହୁଏ, ଯଦି ଠିକ୍ ସମୟରେ ଏହି ସମସ୍ୟା ଚିହ୍ନଟ ହୁଏ, କେବଳ ଶିଶୁ ନୁହଁନ୍ତି ବୟସ୍କମାନେ ମଧ୍ୟ ଉନ୍ନତ ଶ୍ରବଣ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଏହି ଦିଗରେ ଭାରତ ସରକାରଙ୍କ ଉଦ୍ୟମ ବିଷୟରେ କହିବାକୁ ଗଲେ, ଜାତୀୟ ବଧିର ନିରାକରଣ ଏବଂ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ ସରକାର ପରିଚାଳନା କରୁଛନ୍ତି ।

ଶ୍ରବଣ ସମସ୍ୟାର ମୁଖ୍ୟ କାରଣ: ଡାକ୍ତରଙ୍କ କହିବାନୁସାରେ, ଶ୍ରବଣ ସମସ୍ୟା ପାଇଁ ଅନେକ କାରଣ ଥାଇପାରେ | ଯେଉଁଥିରୁ ବୟସ ବଢିବା ହେଉଛି ଏକ ସାଧାରଣ କାରଣ । ବାସ୍ତବରେ, ବୟସ ବଢିବା ସହିତ, ଅନେକ ଥର ବ୍ୟକ୍ତିର କାନର ସ୍ନାୟୁ ଦୁର୍ବଳ ହେବାକୁ ଲାଗେ, ଯେଉଁ କାରଣରୁ ବଧିରତା କିମ୍ବା ଶ୍ରବଣ ଶକ୍ତି ହ୍ରାସ ହୁଏ । ପ୍ରାପ୍ତ ତଥ୍ୟ ଅନୁଯାୟୀ, 60 ବର୍ଷରୁ ଅଧିକ ବୟସର 33% ଲୋକଙ୍କ ମଧ୍ୟରେ ବଧିର ସମସ୍ୟା ଦେଖାଯାଏ, 74 ବର୍ଷ ବୟସରେ ଏହି ସଂଖ୍ୟା 50% କୁ ବୃଦ୍ଧି ପାଇଥାଏ । ଏହା ବ୍ୟତୀତ ଶବ୍ଦ ପ୍ରଦୂଷଣ, ଟ୍ରାଫିକ୍ ଶବ୍ଦ, ଇୟରଫୋନର ଅତ୍ୟଧିକ ବ୍ୟବହାର, ଦୀର୍ଘ ସମୟ ଧରି ମୋବାଇଲରେ ଗୀତ ଶୁଣିବା, ଦୁର୍ଘଟଣା କିମ୍ବା ମୁଣ୍ଡରେ ଆଘାତ, କାନ ସଂକ୍ରମଣ କିମ୍ବା କୌଣସି ରୋଗ ଏବଂ ବଂଶାନୁକ୍ରମିକତା ମଧ୍ୟ ଅନେକ କାରଣରୁ ଶ୍ରବଣ ଶକ୍ତି ହ୍ରାସ କିମ୍ବା ବଧିର ହୋଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.