ETV Bharat / sukhibhava

World Digestive Health Day: ଖାଇବା ପରେ କରନ୍ତୁ ଏହି କାମ, ଠିକ ରହିବ ପାଚନ କ୍ରିୟା

author img

By

Published : May 29, 2023, 6:01 AM IST

ଆଜି ବିଶ୍ବ ପାଚନ ସ୍ବାସ୍ଥ୍ୟ ଦିବସ(ୱାର୍ଲ୍ଡ ଡାଇଜେଷ୍ଟିଭ ହେଲଥ ଡେ )। ପାଚନ କ୍ରିୟା ବିଷୟରେ ଲୋକଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ଲକ୍ଷ୍ୟ। ଅଧିକ ପଢନ୍ତୁ

World Digestive Health Day
World Digestive Health Day

ହାଇଦ୍ରାବାଦ: ଖାଦ୍ୟ ଖାଇବା ପରେ ପାଚନ କ୍ରିୟା ଶରୀର ପାଇଁ ଗୁରୁତ୍ବପୂର୍ଣ୍ଣ । ଖାଦ୍ୟ ପାଚନ ନ ହେଲେ ବିଭିନ୍ନ ରୋଗକୁ ଡାକି ଆଣେ । ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ଖାଦ୍ୟ ପାଚନ ନେଇ ଲୋକେ ଭୋଗୁ ଥିବା ସମସ୍ୟା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବା ଉଦ୍ଦେଶ୍ୟ ପ୍ରତିବର୍ଷ ମେ’ 29ରେ ପାଳନ ହୁଅ ବିଶ୍ବ ପାଚନ ସ୍ବାସ୍ଥ୍ୟ ଦିବସ । ରୋଗର କାରଣ ଚିକିତ୍ସା, ପ୍ରତିକାର, ନିରାକରଣ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ବ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ସଂଗଠନ ଦ୍ବାରା ଏହି ଦିନ ଆରମ୍ଭ କରାଯାଇଥିଲା ।

ଏହି ବର୍ଷର ବିଷୟବସ୍ତୁ ହେଉଛି 'ହଜମକାରୀ ସ୍ୱାସ୍ଥ୍ୟ': ବିଶ୍ୱ ପାଚନ କ୍ରିୟା ସ୍ୱାସ୍ଥ୍ୟ ଦିବସ 2023ର ଥିମ ରହିଛି ହଜମକାରୀ ସ୍ବାସ୍ଥ୍ୟ । ଦିନର ଆରମ୍ଭ ପୃଷ୍ଟିକର ଖାଦ୍ୟରୁ କରିବା । ଯାହା ପାକସ୍ଥଳୀର କାର୍ଯ୍ୟ ଏବଂ ମାଇକ୍ରୋବିଓମ୍ ପ୍ରୋତ୍ସାହିତ କରିବା ପାଇଁ ଏକ ସୁସ୍ଥ ଖାଦ୍ୟର ଆବଶ୍ୟକତାକୁ ପ୍ରୋତ୍ସାହିତ କରେ । ଏହି ଅଭିଯାନ ମାଧ୍ୟମରେ, WGO (World Gastroenterology Organization ) ମେଦବହୁଳତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଅନ୍ତର୍ଜାତୀୟ ଫେଡେରେସନ୍ ଅଫ୍ ସର୍ଜନ ସହିତ ଭାଗିଦାରୀ କରିଛି ।

ବିଶ୍ବ ପାଚନ ସ୍ବାସ୍ଥ୍ୟ ଦିବସର ଇତିହାସ: 2005 ମସିହା ମେ 29 ତାରିଖ ଦିନ ପ୍ରଥମ ଥର ପାଇଁ ବିଶ୍ବ ପାଚନ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଇଥିଲା । ସେହି ଦିନ ଠାରୁ ହୁ ଏଣ୍ଡୋସ୍କୋପି, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ହେପାଟୋଲୋଜିର 4 ଟି ଆଞ୍ଚଳିକ ସଂଗଠନ ମାଧ୍ୟମରେ ବିଶ୍ବସ୍ତରୀୟ, ଜନସ୍ୱାସ୍ଥ୍ୟ ଅଭିଯାନ ଆରମ୍ଭ କରିଛି ।

ଦିବସ ପାଳନ ପଛର ଉଦ୍ଦେଶ୍ୟ: ଶରୀରକୁ ସୁସ୍ଥ ରଖିବା ପାଇଁ ସଠିକ୍ ହଜମ ପ୍ରକ୍ରିୟା ଜରୁରୀ ଅଟେ । ପାଚନ ପ୍ରକ୍ରିୟା ଠିକା ଭାବେ ନହେବା କାରଣରୁ ଅନେକ ପ୍ରକାର ରୋଗ ହୋଇଥାଏ । ହଜମ ପ୍ରକ୍ରିୟାରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହେଉଛି ପାଚନ। ଶରୀର ପ୍ରତିରକ୍ଷା କ୍ଷେତ୍ରରେ ଏହାର ଭୂମିକା 70 ପ୍ରତିଶତ ଅଟେ । ତେଣୁ ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ହଜମ ପ୍ରକ୍ରିୟାର ମହତ୍ବ ଏବଂ କେଉଁ ଉପାୟରେ ହଜମ ପ୍ରକ୍ରିୟାକୁ କ୍ରିୟାଶୀଳ କରିପାରିବା ସେନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ।

ପ୍ରକାଶଥାଉକି, କମ ତେଲ ମସଲା ଯୁକ୍ତ ଖାଦ୍ୟ ପାଚନ ପ୍ରକ୍ରିୟାକୁ ଠିକ ରଖିଥାଏ । ଏହାସହ ଉପଯୁକ୍ତ ହଜମ ପ୍ରକ୍ରିୟା ବଜାୟୀ ରଖିବା ପାଇଁ ଉତ୍ତମ ଖାଦ୍ୟ ସହ ବ୍ୟାୟାମ ମଧ୍ୟ ଗୁରୁତ୍ବପୂର୍ଣ୍ଣ । ଏହାସହ ଆପଣ ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀଭୋଜନ ପରେ 10 ମିନିଟ ଚାଲିବାର ଅଭ୍ୟାସ କରନ୍ତୁ । ଏହାଦ୍ବାରା ଗ୍ୟାଷ୍ଟିକ, ଏସିଡିଟି ଭଳି ସମସ୍ୟା ଦୂର ହୋଇଥାଏ । ଏହାକୁ ଆପଣାଇବା ଦ୍ବାରା ଆପଣ ସୁସ୍ଥ ରହିବା ସହ ପାଚନ ପ୍ରକ୍ରିୟା ମଧ୍ୟ ଠିକ ରହିବ।

ଏହା ମଧ୍ୟ ପଢନ୍ତୁ: international day to end obstetric fistula 2023: କଣ ପାଇଁ ହୁଏ ଏହି ରୋଗ? ଜାଣନ୍ତୁ କାରଣ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.