ETV Bharat / sukhibhava

World Diabetes Day: କାହିଁକି ନଭେମ୍ବର 14ରେ ପାଳନ ହୁଏ ବିଶ୍ବ ମଧୁମେହ ଦିବସ, ଜାଣନ୍ତୁ - ମଧୁମେହ କେତେ ପ୍ରକାରର

ସମୟ ଏପରି ହେଲାଣି ଘରେ ଘରେ ମଧୁମେହ ରୋଗୀ ଚିହ୍ନଟ ହେଉଛନ୍ତି । ଯଦି ଜୀବନଶୈଳୀରେ ପରିବର୍ତ୍ତନ ନ ଆସେ ତେବେ ଏହା ଏକ ମୁଖ୍ୟ ସମସ୍ୟା ପାଲଟିବ । ତେଣୁ ପ୍ରତିଟି ବ୍ୟକ୍ତିଙ୍କୁ ମଧୁମେହ ବାବଦରେ ସଚେତନତା କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ(ନଭେମ୍ବର 14) ବିଶ୍ବ ମଧୁମେହ ଦିବସ(World Diabetes Day) ରୂପେ ପାଳନ କରାଯାଉଛି । ଅଧିକ ପଢନ୍ତୁ

World Diabetes Day: କାହିଁକି ନଭେମ୍ବର 14ରେ ପାଳନ ହୁଏ ବିଶ୍ବ ମଧୁମେହ ଦିବସ, ଜାଣନ୍ତୁ

author img

By

Published : Nov 14, 2022, 6:01 AM IST

ହାଇଦ୍ରାବାଦ: ଆଜିର ଜୀବନଶୈଳୀରେ ମଧୁମେହ ଏକ ପ୍ରମୁଖ ସମସ୍ୟା ଭାବରେ ଉଭା ହୋଇଛି । ଘରେ ଘରେ ବର୍ତ୍ତମାନ ନିଶ୍ଚିତ ରୂପେ ଜଣେ କିମ୍ବା ଦୁଇ ଜଣ ମଧୁମେହ ରୋଗୀ ଥିବେ । ଏଥିରେ କେବଳ ଯେ, ବୟସ୍କ ବର୍ଗର ଅଛନ୍ତି ତାହା ନୁହେଁ, ଯୁବପିଢି ମଧ୍ୟ ମଧୁମେହର ଶିକାର ହେଉଛନ୍ତି । ଆମ ଦେଶରେ ମଧ୍ୟ ଯୁବ ଜନସଂଖ୍ୟାରେ ଅନେକ ମଧୁମେହ ରୋଗୀ ଅଛନ୍ତି ଏବଂ ଏହି ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ମଧ୍ୟ ପାଉଛି । ତେଣୁ ମଧୁମେହ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ 14 ନଭେମ୍ବରରେ ବିଶ୍ୱ ମଧୁମେହ ଦିବସ(World Diabetes Day) ପାଳନ କରାଯାଏ ।

ମଧୁମେହ ରୋଗୀମାନେ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳର ଜନସଂଖ୍ୟାରେ କମ୍ ଦେଖାଯାଏ, ଖାଦ୍ୟ ଗ୍ରହଣରେ ପାର୍ଥକ୍ୟ ଏହାର ମୁଖ୍ୟ କାରଣ ହୋଇପାରେ । ଏହି ରୋଗକୁ ରୋକିବା ପାଇଁ କେବଳ ସଚେତନତା ନୁହେଁ ଜୀବନଶୈଳୀରେ ପରିବର୍ତ୍ତନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଅନିୟମିତ ଖାଦ୍ୟ ଅଭ୍ୟାସ ଏବଂ କମ୍ ଶାରୀରିକ କାର୍ଯ୍ୟକଳାପ ହେତୁ ମଧୁମେହ ରୋଗୀମାନେ ସହରରେ ଦେଖାଯିବାର ସମ୍ଭାବନା ଅଧିକ ବୋଲି ବିଶେଷଜ୍ଞଙ୍କ ମତ ।

ବିଶ୍ୱ ମଧୁମେହ ଦିବସ ଇତିହାସ(History of World Diabetes Day):-

1922 ରେ ଚାର୍ଲ୍ସ ବେଷ୍ଟଙ୍କ ସହ ମିଳିତ ଭାବେ ଇନସୁଲିନ୍ ଆବିଷ୍କାର କରିଥିବା ସାର୍ ଫ୍ରେଡେରିକ୍ ବେଣ୍ଟିଂଙ୍କ ଜନ୍ମଦିନ ଅବସରରେ ବିଶ୍ବ ମଧୁମେହ ଦିବସ ପାଳନ କରାଯାଏ । ମଧୁମେହ ବାବଦରେ ପ୍ରତିଟି ବ୍ୟକ୍ତିଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି । ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଆଧାରରେ ଏହି ଦିବସ ପାଳନ କରାଯାଏ । ଚଳିତ ବର୍ଷ ବିଶ୍ୱ ମଧୁମେହ ଦିବସ ବିଷୟବସ୍ତୁ ହେଉଛି 'access to diabetes education' ।

ବିଶ୍ୱ ମଧୁମେହ ଦିବସ ମହତ୍ତ୍ବ(Significance of World Diabetes Day):-

ବିଶ୍ୱ ମଧୁମେହ ଦିବସ ହେଉଛି ବିଶ୍ବର ସର୍ବ ବୃହତ ମଧୁମେହ ସଚେତନତା ଅଭିଯାନ, ଯାହା 160 ରୁ ଅଧିକ ଦେଶରେ 1 ବିଲିୟନରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିଛି । ଏହି ଅଭିଯାନ ମଧୁମେହ ସମସ୍ୟା ପ୍ରତି ବିଶ୍ବର ଦୃଷ୍ଟି ଆକର୍ଷଣ କରେ । ବର୍ଷସାରା ମଧୁମେହ ସମ୍ବନ୍ଧୀୟ ସମସ୍ୟା ପାଇଁ ଏହା ଏକ ବିଶ୍ୱସ୍ତରୀୟ ଫୋରମ୍ ମଧ୍ୟ ପ୍ରଦାନ କରେ । ଏହା ବ୍ୟତୀତ ବିଶ୍ୱ ମଧୁମେହ ଦିବସରେ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ ମଧ୍ୟ କରାଯାଏ ।

ଏହି ଅଭିଯାନ ନୀଳ ଲୋଗୋ ଦ୍ୱାରା ପ୍ରତିନିଧିତ୍ବ ହୋଇଛି ଯାହା 2007 ରେ ନିଆଯାଇଥିଲା । ମିଳିତ ଜାତିସଂଘରେ ଏହି ସଂକଳ୍ପ ପାରିତ ହେବା ପରେ ଏହାକୁ ଗ୍ରହଣ କରାଯାଇଥିଲା । ମଧୁମେହ ରୋଗର ପ୍ରତିକ୍ରିୟାରେ ଏହା ବିଶ୍ୱ ସମାଜର ଏକତାକୁ ପ୍ରତିଫଳିତ କରେ । ସେଥିପାଇଁ ମଧୁମେହ ଦିବସ ଅଭିଯାନ ପ୍ରତିବର୍ଷ ଏକ ଉତ୍ସର୍ଗୀକୃତ ଥିମ୍ ସହିତ ଚାଲିଥାଏ ଏବଂ ମଧୁମେହ ବିଷୟରେ ସଚେତନତା ହେଉଛି ଏହି ଦିନ ଏବଂ ଅଭିଯାନର ମୂଳ ଲକ୍ଷ୍ୟ ।

ମଧୁମେହର କାରଣ ଓ ପ୍ରକାର(Cause and type of Diabetes):-

ଅଗ୍ନାଶୟ(Pancreas)ରୁ ଇନ୍‌ସୁଲିନ୍ କ୍ଷରଣ ନ ହେଲେ ବା ନିର୍ଗତ ଇନ୍‌ସୁଲିନ୍ ପ୍ରତି ଦେହର ଜୀବକୋଷ ପ୍ରତିକ୍ରିୟାହୀନ ହେଲେ ମଧୁମେହ ରୋଗ ହୁଏ । ମୂଖ୍ୟତଃ ଦୁଇ ପ୍ରକାର ମଧୁମେହ ରୋଗ ଦେଖାଯାଏ ।

ମଧୁମେହ ଟାଇପ-୧(Type 1 Diabetes):- ଯଥେଷ୍ଟ ଇନ୍‌ସୁଲିନ୍ ସ୍ରାବ ନ ହେବାରୁ ଏହି ରୋଗ ହୁଏ । ଏହି ରୋଗକୁ ପୂର୍ବେ ଇନ୍‌ସୁଲିନ୍ ଡିପେଣ୍ଡେଣ୍ଟ ଡାଏବେଟିସ୍ ମେଲିଟସ୍ କିମ୍ବା ଜୁଭେନାଏଲ ଡାଏବେଟିସ୍ (insulin-dependent diabetes mellitus, IDDM or juvenile diabetes) କୁହାଯାଉଥିଲା ।

ମଧୁମେହ ଟାଇପ ୨ (Type 2 Diabetes):- ଏହି ରୋଗରେ ଇନ୍‌ସୁଲିନ ପ୍ରତି ଜୀବକୋଷ ପ୍ରତିକ୍ରିୟାହୀନ ହୁଏ । ରୋଗ ବୃଦ୍ଧି ଘଟିଲେ ଇନ୍‌ସୁଲିନ ଅଭାବ ମଧ୍ୟ ଦେଖାଯାଏ । ପୂର୍ବରୁ ଏହାକୁ ନନ୍-ଇନ୍‌ସୁଲିନ୍ ଡିପେଣ୍ଡେଣ୍ଟ ଡାଏବେଟିସ୍ (NIDDM) ବା ଆଡଲ୍ଟ ଅନସେଟ ଡାଏବେଟିସ୍ କୁହାଯାଉଥିଲା । ଏହି ରୋଗର ମୂଖ୍ୟ କାରଣ ମଧ୍ୟରେ ଅତ୍ୟଧିକ ଓଜନ ଓ ବ୍ୟାୟାନ ଅଭାବ ବୋଲି ବିବେଚନା କରାଯାଏ ।

ମଧୁମେହ ନିରାକରଣ(how to prevent Diabetes):-

ସ୍ୱାସ୍ଥ୍ୟ ଉପକାରୀ ଖାଦ୍ୟ ଗ୍ରହଣ, ବ୍ୟାୟାମ, ଧୁମ୍ରପାନ ବା ଟୋବାକୋ ବର୍ଜନ ଏବଂ ଶାରୀରିକ ଓଜନ ନିୟନ୍ତ୍ରଣରେ ରହିପାରିଲେ ଏହି ରୋଗର ପ୍ରତିଷେଧ ହୋଇପାରିବ । ଏହି ରୋଗରେ ରକ୍ତଚାପ ନିୟନ୍ତ୍ରଣ ନିତାନ୍ତ ଆବଶ୍ୟକ । ଇନ୍‌ସୁଲିନ୍ ଇଞ୍ଜେକସନ୍ ଦେଇ ମଧୁମେହ ଟାଇପ-୧ ରୋଗ ଚିକିତ୍ସା କରାଯାଏ ।

ମଧୁମେହ ଟାଇପ-୨ ରୋଗକୁ ଔଷଧ ସାହାଯ୍ୟରେ ଇନ୍‌ସୁଲିନ୍‌ରେ ବିନା ସାହାଯ୍ୟରେ ଚିକିତ୍ସା କରାଯାଏ । କେତେକ ଔଷଧ ପାଟିବାଟେ ଖାଇବାକୁ ଦେଇ ରକ୍ତଶର୍କରା ସ୍ତର କମାଯାଏ । ମୋଟାପଣ ଥିଲେ ଓଜନ କମେଇବା ଅପରେଶନ (Weight loss surgery) କରି ଟାଇପ-୨ର ଚିକିତ୍ସା କରାଯାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.