ETV Bharat / sukhibhava

World Cancer Day: ଏହି ସବୁ ଖାଦ୍ୟ କ୍ୟାନସର ବିପଦକୁ ଦୂରକରେ - କେଉଁ ଖାଦ୍ୟ ଖାଇଲେ କର୍କଟ ଆଶଙ୍କା କମ୍ ଥାଏ

ବିଶ୍ବ କର୍କଟ ଦିବସରେ ଜାଣନ୍ତୁ, କେଉଁ ସବୁ ଖାଦ୍ୟ ଖାଇବା ଦ୍ବାରା କର୍କଟ ଆଶଙ୍କା ହ୍ରାସ ପାଇଥାଏ...

Etv Bharat
Etv Bharat
author img

By

Published : Feb 4, 2023, 5:27 PM IST

ନୂଆଦିଲ୍ଲୀ: ସମଗ୍ର ବିଶ୍ବରୁ କର୍କଟର ଦୂରିକରଣ ପାଇଁ ନୂତନ ଚିକିତ୍ସା ପଦ୍ଧତି ଉଦ୍ଭାବନ କରାଯିବା ସହ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ ହେଉଛି । ମାତ୍ର ରୋଗର ବିନାଶ ତ ଦୂରର କଥା ଦିନକୁ ଦିନ ଏହାର ଭୟାବହତା ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ଜୀବନଶୈଳୀରେ ପରିବର୍ତ୍ତନକୁ ଏକ ମୁଖ୍ୟ କାରକ ଭାବେ ବିବେଚନା କରାଯାଉଛି । ତେବେ ବିଶ୍ବ କର୍କଟ ଦିବସରେ ଜାଣନ୍ତୁ କେଉଁ ଖାଦ୍ୟ ଖାଇବା ଦ୍ବାରା ଏହି ମାରାତ୍ମକ ରୋଗ ଆଶଙ୍କାକୁ ହ୍ରାସ କରିପାରିବ...

vegitables
vegitables

ସବୁଜ ପନିପରିବା:

କୋବି, ଫୁଲକୋବି, ଏବଂ ବ୍ରୋକଲି ଭଳି ପୁଷ୍ଟିକର ଉପାଦାନରେ ସମୃଦ୍ଧ ଖାଦ୍ୟ କର୍କଟ ରୋଗ ହେବାର ସମ୍ଭାବନାକୁ କମ୍ କରିବାରେ ସାହାଯ୍ୟ କରିଥାଏ । ଅଧ୍ୟୟନରୁ ଜଣାପଡିଛି ଯେ, ଏହି ପ୍ରକାରର ସବୁଜ ପନିପରିବାରୁ ମିଳୁଥିବା ରାସାୟନିକ ପଦାର୍ଥ ଦ୍ବାରା କେତେକ ପ୍ରକାରର କର୍କଟକୁ ରୋକାଯାଇପାରିବ ।

ବେରିଜ୍
ବେରିଜ୍

ବେରି:

ବେରି-ଷ୍ଟ୍ରବେରି, ରାସ୍‌ଫେବେରି ଏବଂ ବ୍ଲୁବେରିରେ ବହୁ ପରିମାଣର ଆଣ୍ଟୋସିୟାନିନ, ଆଣ୍ଟିଅକ୍ସିଡାଣ୍ଟ ବୈଶିଷ୍ଟ୍ୟ ଥାଏ, ଯାହା କର୍କଟ ରୋଗର ଆଶଙ୍କା କମ୍ କରିପାରେ ।

ଟୋମାଟୋ
ଟୋମାଟୋ

ଟମାଟୋ:

ଟମାଟୋରେ ମିଳୁଥିବା ଏକ ଆଣ୍ଟିଅକ୍ସିଡାଣ୍ଟ ଲାଇକୋପିନ୍ କର୍କଟ ରୋଗକୁ ବିଶେଷ କରି ପ୍ରୋଷ୍ଟେଟ୍ କର୍କଟକୁ ରୋକିବାରେ ସାହାଯ୍ୟ କରିଥାଏ । ଉଭୟ କଞ୍ଚା ଏବଂ ରନ୍ଧା ଟମାଟୋ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟର ଏକ ଉତ୍ତମ ଉତ୍ସ ।

ଆଲମଣ୍ଡ
ଆଲମଣ୍ଡ

ବାଦାମ ଏବଂ ମଞ୍ଜି:

ବାଦାମ ଖାଇବା ଦ୍ବାରା କିଛି କର୍କଟ ରୋଗ ହ୍ରାସ ପାଇଥାଏ । କର୍କଟ ଏବଂ ଅନ୍ୟାନ୍ୟ ଗୁରୁତର ରୋଗରୁ ରକ୍ଷା ପାଇବା ପାଇଁ ଏଗୁଡିକ ସ୍ୱାସ୍ଥ୍ୟକର ଖାଦ୍ୟ ମଧ୍ୟରେ ପରିଗଣିତ ହୁଏ । ବାଦାମ ଏବଂ ଆଲମଣ୍ଡରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ କର୍କଟ ରୋଗ ହେବାର ସମ୍ଭାବନାକୁ କମ କରିବାରେ ସାହାଯ୍ୟ କରିଥାଏ ।

ଫ୍ୟାଟି ଫିସ୍
ଫ୍ୟାଟି ଫିସ୍

ଫ୍ୟାଟି ଫିସ୍:

ପ୍ରତି ସପ୍ତାହରେ ଖାଦ୍ୟରେ ମାଛ ଖାଆନ୍ତୁ, ଯାହା କର୍କଟ ରୋଗ ହେବାର ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରେ । ବିଶେଷ କରି ଓମେଗା ଫ୍ୟାଟି ଏସିଡ ଥିବା ମାଛ ସେବନ କରନ୍ତୁ । ଏଥିରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଥାଏ ।

ଶସ୍ୟଜାତୀୟ ଖାଦ୍ୟ
ଶସ୍ୟଜାତୀୟ ଖାଦ୍ୟ

ଶସ୍ୟଜାତୀୟ ଖାଦ୍ୟ:

ସମ୍ପୂର୍ଣ୍ଣ ଗହମ ରୁଟି, ବାଦାମୀ ଚାଉଳ, ଓଟମିଲ୍‌ରେ ଫାଇବର ଥାଏ ଏବଂ ଏଥିରେ କର୍କଟ ବିରୋଧୀ ଗୁଣ ମଧ୍ୟ ରହିଥାଏ । ଏହି ସୁପରଫୁଡରେ ଥିବା ରାସାୟନିକ ପଦାର୍ଥ କଲୋରେକ୍ଟାଲ୍, ଅଗ୍ନାଶୟ, ସ୍ତନ ଏବଂ ପ୍ରୋଷ୍ଟେଟ୍ କର୍କଟ ସହିତ ସଂଯୁକ୍ତ କୋଷଗୁଡ଼ିକର ବୃଦ୍ଧିକୁ ପ୍ରତିରୋଧ କରିଥାଏ ।

ଆଲିୟମ୍ ଥିବା ଶାକାହାରୀ ଖାଦ୍ୟ
ଆଲିୟମ୍ ଥିବା ଶାକାହାରୀ ଖାଦ୍ୟ

ଆଲିୟମ୍ ଥିବା ଶାକାହାରୀ ଖାଦ୍ୟ:

ଲଙ୍କା, ରସୁଣ ଏବଂ ପିଆଜ ପରି ଖାଦ୍ୟରେ ମିଳୁଥିବା ଗୋଟିଏ ପଦାର୍ଥ କର୍କଟ କୋଷର ବିକାଶକୁ ବନ୍ଦ କରିବାରେ ସାହାଯ୍ୟ କରିଥାଏ । ଖାଦ୍ୟରେ ପରିବର୍ତ୍ତନ ଆଣିବା ଏବଂ ସୁସ୍ଥ ଖାଦ୍ୟ ଯୋଗାଇବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା କମ୍ ହୋଇପାରେ । ତେଣୁ ପ୍ରଥମେ ଜୀବନଶୈଳୀରେ ପରିବର୍ତ୍ତନ ଆଣିପାରିଲେ ଯେକୌଣସି ରୋଗର ମୁକାବିଲା କରାଯାଇ ପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.