ETV Bharat / sukhibhava

ବିଶେଷଜ୍ଞଙ୍କ ପରାମର୍ଶ, ଖାଦ୍ୟରେ ସାମିଲ କରନ୍ତୁ ଏହି ପୋଷକ ତତ୍ତ୍ବ

author img

By

Published : Aug 4, 2023, 11:06 AM IST

ଖାଦ୍ୟରେ ସାମିଲ କରନ୍ତୁ ମ୍ୟାଗ୍ନେସିୟମ । ଜାଣନ୍ତୁ ଶରୀର ପାଇଁ ମ୍ୟାଗ୍ନେସିୟମର ଆବଶ୍ୟକତା କଣ ରହିଛି ।

magnesium
magnesium

ହାଇଦ୍ରାବାଦ: ଶରୀରକୁ ସୁସ୍ଥ ରଖିବାକୁ ହେଲେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଟାମିନ୍ ଏବଂ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଖାଇବା ଆବଶ୍ୟକ । ଆମେ ଖାଉଥିବା ଖାଦ୍ୟରୁ ଏହି ପୋଷକ ତତ୍ତ୍ବ ମିଳିଥାଏ । ସେଥିପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ନିୟମିତ ଭାବରେ ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଖାଇବାକୁ ପରାମର୍ଶ ଦିଅନ୍ତି । ଖାଦ୍ୟପେୟ ବ୍ୟାଘାତ ହେତୁ ଶରୀରରେ ପୋଷକ ତତ୍ତ୍ୱର ଅଭାବ ହୋଇପାରେ । ଯାହା ଫଳରେ କେତେକ ସମୟରେ ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ଦେଖାଯାଇଥାଏ । ମ୍ୟାଗ୍ନେସିୟମ୍ ହେଉଛି ଏପରି ଏକ ଜରୁରୀ ଉପାଦାନ, ଯାହା ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ । ଉଭୟ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟକୁ ବଜାୟୀ ରଖିବା ପାଇଁ ଏହା ଆବଶ୍ୟକ ହୋଇଥାଏ ।

ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ମ୍ୟାଗ୍ନେସିୟମର ଅଭାବ ଅନେକ ରୋଗର ଜଟିଳତାର ଆଶଙ୍କା ମଧ୍ୟ ବୃଦ୍ଧି କରିଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ ମସ୍ତିଷ୍କ ଏବଂ ଶରୀର ପାଇଁ ମ୍ୟାଗ୍ନେସିୟମ୍ ଗୁରୁତ୍ୱପୂର୍ଣ୍ଣ । ଏହାସହ ହୃଦୟ, ରକ୍ତ ଶର୍କରା ସ୍ତର ପାଇଁ ଏହା ସର୍ବତ୍ତୋମ ହୋଇଥାଏ । ପନିପରିବା ଠାରୁ ଆରମ୍ଭ କରି ବାଦାମ, ମଞ୍ଜି ଏବଂ ଡାଲି ପର୍ଯ୍ୟନ୍ତ ଖାଦ୍ୟରେ ଏହା ମିଳିଥାଏ । ତେବେ ଜାଣନ୍ତୁ ଖାଦ୍ୟରେ କାହିଁକି ଆବଶ୍ୟକ ମ୍ୟାଗ୍ନେସିୟମ ଏବଂ କେଉଁ ପ୍ରକାର ଖାଦ୍ୟରୁ ଏହା ମିଳିଥାଏ ।

ଶରୀରରେ ମ୍ୟାଗ୍ନେସିୟମର ମାତ୍ରା କମ: ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଥିବା ନେଇ ରିପୋର୍ଟରେ ଏହା କୁହାଯାଇଛି ଯେ, ବୟସ୍କଙ୍କ ଶରୀରରେ ପ୍ରାୟ 25 ଗ୍ରାମ ମ୍ୟାଗ୍ନେସିୟମ୍ ଥାଏ । ଯେଉଁଥିରୁ କଙ୍କାଳ ପ୍ରଣାଳୀ 50-60% ଗଚ୍ଛିତ କରିଥାଏ । ଅବଶିଷ୍ଟ ଶରୀର ମାଂସପେଶୀ, ଟିସୁ ଏବଂ ତରଳ ପଦାର୍ଥରେ ଉପସ୍ଥିତ । ମ୍ୟାଗ୍ନେସିୟମର ଅଭାବ ଅନେକ ସ୍ୱାସ୍ଥ୍ୟଗତ ଜଟିଳତା ସୃଷ୍ଟି କରିପାରେ । ଏହି ଅବସ୍ଥା ସ୍ନାୟୁ ସମ୍ବନ୍ଧୀୟ ବ୍ୟାଧି ବ୍ୟତୀତ ଅଷ୍ଟିଓପୋରୋସିସ୍, ମାନସିକ ସ୍ବାସ୍ଥ୍ୟ ସମସ୍ୟା, ହଜମ ପ୍ରକ୍ରିୟା ଏବଂ ରକ୍ତରେ ଶର୍କରା ବୃଦ୍ଧି କରିଥାଏ । କହିରଖୁଛୁ କି, ମଣିଷର କଙ୍କାଳକୁ ଅକ୍ଷୀୟ କଙ୍କାଳ ଏବଂ ଉପାଙ୍ଗି କଙ୍କାଳରେ ବିଭକ୍ତ କରାଯାଇଛି । ଅକ୍ଷୀୟ କଙ୍କାଳ ମେରୁଦଣ୍ଡ, ପଟି ଏବଂ ଖପୁରୀ ଦ୍ୱାରା ଗଠିତ । ଉପାଙ୍ଗି କଙ୍କାଳଟି ଅକ୍ଷୀୟ କଙ୍କାଳ ସହିତ ସଂଲଗ୍ନ ହୋଇ ଅଙ୍ଗର ଗାର୍ଡଲ୍, ପେଲଭିକ୍ ଗାର୍ଡଲ୍ ଏବଂ ଗୋଡକୁ ନେଇ ଗଠିତ ।

ଏହା ମଧ୍ୟ ପଢନ୍ତୁ: My Plate: ସୁସ୍ଥ ରହିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ICMR ଡାଏଟ ଚାଟ୍‌

ହାଡ ପାଇଁ ଜରୁରୀ ମ୍ୟାଗ୍ନେସିୟମ: ଅନୁସନ୍ଧାନରୁ ଜଣାପଡିଛି ଯେ ଭିଟାମିନ୍-ଡି ଏବଂ କ୍ୟାଲସିୟମ୍ ସହିତ ହାଡ ପାଇଁ ମ୍ୟାଗ୍ନେସିୟମ୍ ମଧ୍ୟ ଆବଶ୍ୟକ ହୋଇଥାଏ । ସୁସ୍ଥ ହାଡ ଗଠନ ପାଇଁ ମ୍ୟାଗ୍ନେସିୟମ୍ ମଧ୍ୟ ଜରୁରୀ ଅନୁସନ୍ଧାନରୁ ଜଣାପଡିଛି ଯେ ମ୍ୟାଗ୍ନେସିୟମ୍ ଧାରଣ କରିଥିବା ଖାଦ୍ୟ ଖାଇବା ଦ୍ୱାରା ହାଡର ଘନତା ବଜାୟ ରଖିବା ସହିତ ମେନୋପୋଜ ପରେ ମହିଳାମାନଙ୍କ ଠାରେ ଅଷ୍ଟିଓପୋରୋସିସ୍ ହେବାର ଆଶଙ୍କା କମ୍ ହୋଇପାରେ । ଏହି ପୋଷକ ତତ୍ତ୍ୱ କ୍ୟାଲସିୟମ ଏବଂ ଭିଟାମିନ୍-ଡି ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

ରକ୍ତଶର୍କରାରର ସ୍ତରକୁ କମ କରେ: ଅନୁସନ୍ଧାନରୁ ଟାଇପ୍-୨ ଡାଇବେଟିସ୍ ହେବାର ଆଶଙ୍କା କମାଇବା ପାଇଁ ମ୍ୟାଗ୍ନେସିୟମ୍ ଯୁକ୍ତ ଖାଦ୍ୟ ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥାଆନ୍ତି । ଗ୍ଲୁକୋଜ ନିୟନ୍ତ୍ରଣ ଏବଂ ଇନସୁଲିନ୍ ମେଟାବୋଲିଜିମରେ ମ୍ୟାଗ୍ନେସିୟମ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ୱାର୍ଲ୍ଡ ଜର୍ନାଲ୍ ଅଫ୍ ଡାଇବେଟିସ୍ ରେ ପ୍ରକାଶିତ ଏକ 2015 ସମୀକ୍ଷା ରିପୋର୍ଟରେ ମ୍ୟାଗ୍ନେସିୟମ୍ ଅଭାବ ଇନସୁଲିନ୍ ପ୍ରତିରୋଧ ସହିତ ସଂଯୁକ୍ତ ଅଟେ ।

ଶରୀରରେ ମ୍ୟାଗ୍ନେସିୟମର ଅଭାବ ପୂରଣ ପାଇଁ ଏହି ଖାଦ୍ୟ ଖାଆନ୍ତୁ: ବୟସ୍କ ପୁରୁଷମାନଙ୍କ ପାଇଁ ପ୍ରତିଦିନ 400–420 ଗ୍ରାମ ମ୍ୟାଗ୍ନେସିୟମ ଆବଶ୍ୟକ ହେଉଥିବା ବେଳେ ମହିଳାମାନଙ୍କ ପାଇଁ 340–360 ଗ୍ରାମ ଆବଶ୍ୟକ ହୋଇଥାଏ । ବାଦାମ ଓ ଚିନାବାଦାମ, ସବୁଜ ପନିପରିବା, ଶସ୍ୟଜାତୀୟ ଖାଦ୍ୟ ଏବଂ ଲେମ୍ବୁରେ ଅଧିକ ମାତ୍ରାରେ ମ୍ୟାଗ୍ନେସିୟମ୍ ଥାଏ । ଶରୀର ପାଇଁ ଆବଶ୍ୟକ ପରିମାଣର ମ୍ୟାଗ୍ନେସିୟମ୍ ଆଭୋକାଡୋ, ଆଳୁ, ବନ୍ଧାକୋବି ଇତ୍ୟାଦିରୁ ମଧ୍ୟ ମିଳିପାରିବ । ଏହି ଜିନିଷ ଗୁଡିକ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯିବା ଜରୁରୀ ଅଟେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.