ETV Bharat / sukhibhava

ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଯୌନ ଶିକ୍ଷାର ଗୁରୁତ୍ବ - ଯୌନ ଶିକ୍ଷାର ଗୁରୁତ୍ବ

ଶିଶୁ ଯୌନ ଶୋଷଣର ବିଭିନ୍ନ ମାମଲା ପରେ ଆଜିକାଲି ଭାରତରେ ଯୌନ ଶିକ୍ଷାର ଲୋକପ୍ରିୟତା ବଢିଛି । ଏଥିପାଇଁ ଯୌବନ ପ୍ରାପ୍ତି ପରେ ଏବଂ ତା' ପୂର୍ବରୁ ମଧ୍ୟ ପିଲାଙ୍କୁ ଯୌନ ଶିକ୍ଷା ଦେବା ଜରୁରୀ ହୋଇପଡିଛି । ନ୍ୟୁରୋଟିପିକାଲ୍ ବା ସ୍ବାଭାବିକ ପିଲାଙ୍କ ଭଳି ନ୍ୟୁରୋଡାଇଭର୍ସ ବା ଦିବ୍ୟାଙ୍ଗ ପିଲାମାନେ ସମାନ ଶାରୀରିକ, ମାନସିକ, ଭାବପ୍ରବଣତା ଓ ଯୌନଗତ ପରିବର୍ତ୍ତନ ଦେଇ ଗତି କରନ୍ତି । ତେଣୁ ଏହି ଶାରୀରିକ ପରିବର୍ତ୍ତନ ଓ ଯୌନତା ବାବଦରେ ବାପା ମା' ଓ ସମ୍ପର୍କୀୟମାନେ ଅଟିଷ୍ଟିକ ପିଲାମାନଙ୍କୁ ବିସ୍ତୃତ ଭାବେ ବୁଝାଇବା ଦରକାର । ଅଧିକ ପଢନ୍ତୁ...

Why Explaining sexuality to specially-abled children is important
ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଯୌନ ଶିକ୍ଷାର ଗୁରୁତ୍ବ
author img

By

Published : Jul 16, 2020, 2:25 PM IST

Updated : Jul 16, 2020, 2:32 PM IST

ଶିଶୁ ଯୌନ ଶୋଷଣର ବିଭିନ୍ନ ମାମଲା ପରେ ଆଜିକାଲି ଭାରତରେ ଯୌନ ଶିକ୍ଷାର ଲୋକପ୍ରିୟତା ବଢିଛି । ଯୌବନ ପ୍ରାପ୍ତି ପରେ, ଏପରିକି ତା' ପୂର୍ବରୁ ମଧ୍ୟ ପିଲାଙ୍କୁ ଯୌନ ଶିକ୍ଷା ଦେବା ଜରୁରୀ ହୋଇପଡିଛି । ଏ କ୍ଷେତ୍ରରେ ଶିକ୍ଷକ ଓ ଅଭିଭାବକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ପିଲାମାନେ ବିକାଶ ଓ ସାମର୍ଥ୍ୟର ଯେଉଁ ପର୍ଯ୍ୟାୟରେ ଥାଆନ୍ତୁ ନା କାହିଁକି, ସେମାନଙ୍କୁ ଯୌନତା ସମ୍ପର୍କରେ କୁହାଗଲେ, ଶୋଷଣ ଓ ଲଜ୍ଜାରୁ ନିରାପଦ ରହିପାରିବେ ।

ତେବେ ଦିବ୍ୟାଙ୍ଗ ପିଲାମାନଙ୍କୁ ଯୌନତା ସମ୍ପର୍କରେ ଶିକ୍ଷା ପ୍ରଦାନ କରିବାକୁ ହେଲେ ଅତିରିକ୍ତ ଓ ଅଭିନବ ଉଦ୍ୟମ କରିବାକୁ ପଡିବ । ମନସ୍ତତ୍ବବିତ୍ ସମୃଦ୍ଧି ପାଟକର୍ ଦିବ୍ୟାଙ୍ଗ ଶିଶୁଙ୍କୁ ଯୌନ ଶିକ୍ଷା ପାଇଁ ୬ ଟି କୌଶଳ ସମ୍ପର୍କରେ କହିଛନ୍ତି । ସେଗୁଡିକ ହେଲା:-

  • ଦୃଶ୍ୟ ମାଧ୍ୟମର ସହାୟତା
  • ରୋଲ୍ ପ୍ଲେ
  • ମାର୍କିଂ ଓ ଲେବେଲିଂ
  • ଭିଡିଓ
  • ସାମାଜିକ କାହାଣୀ
  • ଡାକ୍ତରୀ ଶବ୍ଦର ବ୍ୟବହାର

ନ୍ୟୁରୋଟିପିକାଲ୍ ବା ସ୍ବାଭାବିକ ପିଲାଙ୍କ ଭଳି ନ୍ୟୁରୋଡାଇଭର୍ସ ବା ଦିବ୍ୟାଙ୍ଗ ପିଲାମାନେ ସମାନ ଶାରୀରିକ, ମାନସିକ, ଭାବପ୍ରବଣତା ଓ ଯୌନଗତ ପରିବର୍ତ୍ତନ ଦେଇ ଗତି କରନ୍ତି । ତେଣୁ ଏହି ଶାରୀରିକ ପରିବର୍ତ୍ତନ ଓ ଯୌନତା ବାବଦରେ ବାପା ମା' ଓ ସମ୍ପର୍କୀୟମାନେ ଅଟିଷ୍ଟିକ ପିଲାମାନଙ୍କୁ ବିସ୍ତୃତ ଭାବେ ବୁଝାଇବା ଦରକାର ।

ସାଧାରଣ ପିଲାମାନଙ୍କ ପରି ଏହି ଧରଣର ପିଲାମାନଙ୍କଠାରେ ବି ସ୍ବାଭାବିକ ଭାବେ ଯୌନତା ଆସେ । ନିଜର ଶାରୀରିକ ପରିବର୍ତ୍ତନକୁ ସେମାନେ ବି ଅନୁଭବ କରନ୍ତି । ସେମାନେ ନିଜର ଗୁପ୍ତାଙ୍ଗକୁ ସ୍ପର୍ଶ କରିବା ସହ ସର୍ବସାଧାରଣରେ ଏହା ପ୍ରକାଶ କରନ୍ତି । ମାଆ ବାପାମାନେ ପିଲାମାନଙ୍କ ଭାବପ୍ରବଣତାକୁ ଆଘାତ ନ ଦେଇ ସେମାନଙ୍କ ଏଭଳି ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବା ଜରୁରୀ । ଦିବ୍ୟାଙ୍ଗ ପିଲାମାନଙ୍କୁ ସେମାନଙ୍କ ମାଆ-ବାପାମାନେ ଭଲ ଭାବେ ବୁଝାଇବା ଦରକାର ଯେ, ସେମାନେ କେଉଁ କଥା ବାହାରେ କହିବେ ଓ କେଉଁ କଥା ଘରେ କହିବେ । ସେମାନେ କେଉଁ ପ୍ରସଙ୍ଗ ଉପରେ ଆଲୋଚନା କରିବେ, ତାହା ବି ବୁଝାଇବା ଦରକାର ବୋଲି ମନସ୍ତତ୍ତ୍ବବିତ୍ ସମୃଦ୍ଧି ପାଟକର କହିଛନ୍ତି । ତାଙ୍କ ମତରେ ବିଭିନ୍ନ ଦୃଶ୍ୟର ଉଦାହରଣ ଦେଇ ବାରମ୍ବାର ମନେପକାଇଲେ ହିଁ ପିଲାମାନେ ସେମାନଙ୍କ ଯୌନତା ସମ୍ପର୍କରେ ବୁଝିପାରିବେ ।

ପିଲାମାନଙ୍କ ସହ ଯୌନତା ଓ ଶାରୀରିକ ପରିବର୍ତ୍ତନ ବାବଦରେ କଥାବାର୍ତ୍ତା ହେବା ପାଇଁ ବାପା-ମାଆମାନେ ଦ୍ବିଧା ପ୍ରକାଶ କରିବା ଅନୁଚିତ । କାରଣ ବାପାମାଆଙ୍କ ସହ ହିଁ ପିଲାମାନେ ସହଜ ମନେ କରିଥାନ୍ତି । ଇଣ୍ଟରନେଟ ଭଳି ଅନ୍ୟ ମାଧ୍ୟମରେ ପିଲାମାନେ ଯୌନତା ବାବଦରେ ଶିଖିବା ଆଗରୁ ବାପା-ମାଆମାନେ ସେମାନଙ୍କୁ ଉପଯୁକ୍ତ ମାଧ୍ୟମ ଜରିଆରେ ତାହା ବୁଝାଇବା ଜରୁରୀ । ବୁଝାଇଲା ବେଳେ କୌଣସି କୋଡିଂ ଭାଷା ବଦଳରେ ଡାକ୍ତରୀ ଶବ୍ଦର ବ୍ୟବହାର କରିବା ଉଚିତ ।

ବାପା-ମାଆମାନେ ପିଲାମାନଙ୍କୁ କୌଣସି ଷ୍ଟୋର୍ ଓ ସୁପର ମାର୍କେଟକୁ ନେବା ଦରକାର । ଯାହାଫଳରେ କି ପିଲାମାନଙ୍କୁ କୌଣସି ଏକ ସାମଗ୍ରୀ ନିଜେ ବାଛିପାରିବେ (ଉଦାହରଣ ସ୍ବରୂପ ସାନିଟାରୀ ନାପକିନ୍) ଏହାହେଲେ ସେମାନେ ଯୌନତା ପ୍ରସଙ୍ଗରେ ସବୁ କଥା ଧୀରେ ଧୀରେ ବୁଝିପାରିବେ ।

ସାଧାରଣତଃ ଦେଖାଯାଇଥାଏ ଯେ, ଅଟିଷ୍ଟକ ପିଲାମାନେ ବିପରୀତ ଲିଙ୍ଗର ପିଲାଙ୍କୁ କୁଣ୍ଢାଇ ଧରିଥାନ୍ତି ବା ସ୍ପର୍ଶ କରିଥାନ୍ତି । ସର୍ବସାଧାରଣରେ ଏଭଳି ଏକ ପରିସ୍ଥିତି ସାମାଜିକ ଦୃଷ୍ଟିକୋଣରୁ ଟିକେ ଅସହଜ ଲାଗେ । ଏଥିରୁ ବର୍ତ୍ତିବା ପାଇଁ ପିଲାମାନଙ୍କୁ ବାପା-ମାଆମାନେ ଶିକ୍ଷା ଦେଇପାରିବେ । ଏଭଳି ଏକ ଆଲିଙ୍ଗନ ଆଗରୁ ଅନୁମତି ନେବା ଉପରେ ବାପାମାଆ ଜୋର୍ ଦେବା ଦରକାର । ଏହା ହେଲେ ଉଭୟ ପିଲା ଓ ବାପାମାଆ ଅସହଜ ପରିସ୍ଥିତିରୁ ବର୍ତ୍ତିପାରିବେ । ଏଥିସହ ପିଲାମାନେ ବି ଏ ନେଇ ସଚେତନ ହେବେ ବୋଲି ମନସ୍ତତ୍ତ୍ବବିତ୍ ସମୃଦ୍ଧି ପାଟକର କହନ୍ତି ।

ଦିବ୍ୟାଙ୍ଗ ପିଲାମାନଙ୍କୁ ସେମାନଙ୍କ ଯୌନତା ସମ୍ପର୍କରେ ଶିକ୍ଷା ଦେଲେ ସେମାନେ ନିଜର ସୀମିତତା ସମ୍ପର୍କରେ ଜାଣିପାରିବେ । ସେମାନଙ୍କ ସାମାଜିକ ବ୍ୟବହାରରେ ବି ଉନ୍ନତି ଆସିବ । ତେଣୁ ଦିବ୍ୟାଙ୍ଗ ଓ ଅଟିଷ୍ଟକ୍ ପିଲାମାନଙ୍କୁ ଯୌନ ଶିକ୍ଷା ଦେବା ବେଶ୍ ଗୁରୁତ୍ବପୂର୍ଣ୍ଣ ମନେ ହୁଏ ।

Last Updated : Jul 16, 2020, 2:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.