ETV Bharat / sukhibhava

ଗର୍ଭାବସ୍ଥାର ପ୍ରାରମ୍ଭରେ କାହିଁକି ହୁଏ ବାନ୍ତି, ଏହା କହିଲେ ବିଶେଷଜ୍ଞ - ଗର୍ଭାବସ୍ଥାରେ ବାନ୍ତି

Vomiting In Pregnancy: ଗର୍ଭାବସ୍ଥାରେ ବାନ୍ତି ଦେବା ସ୍ବାଭାବିକ କଥା । କିନ୍ତୁ ଏହାର କାରଣ କଣ ଜାଣିଛନ୍ତି କି ? ପଢନ୍ତୁ ପୁରା ଖବର

Vomiting In Pregnancy
Vomiting In Pregnancy
author img

By ETV Bharat Odisha Team

Published : Dec 26, 2023, 1:11 PM IST

ହାଇଦ୍ରାବାଦ: ଗର୍ଭାବସ୍ଥାର ପ୍ରାରମ୍ଭରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ବିଶେଷ କରି ବାନ୍ତି ସମସ୍ୟା ଦେଖାଯାଇଥାଏ । ଏହାକୁ ହାଇପରମେସିସ ଗ୍ରାଭିଡାରମ୍ (HG) କୁହାଯାଏ। ଏହା ଦ୍ବାରା ଶରୀରରେ ଓଜନ ଏବଂ ଜଳର ପରିମାଣ କମ୍ ହୋଇଯାଇଥାଏ । ତେବେ କେତେକ ମହିଳାଙ୍କ କ୍ଷେତ୍ରରେ ଅଧିକ ବାନ୍ତି ହେବା ଯୋଗୁଁ ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି କରାଯାଇଥାଏ । ତେବେ ଏନେଇ ଅନେକ ଦେଶରେ ଅନୁସନ୍ଧାନ କରାଯାଇଥିଲା । ଏଥିପାଇଁ GDF15 ଦାୟୀ ବୋଲି ଅନେକ ଅଧ୍ୟୟନରେ ପ୍ରକାଶିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ: Tips For Pregnant Women: ଗର୍ଭାବସ୍ଥାରେ ସକାଳେ ଖାଲି ପେଟରେ କଣ ଖାଇବା ଉଚିତ୍‌, ଜାଣନ୍ତି କି

ସାଧାରଣତଃ ଗର୍ଭାବସ୍ଥାରେ GDF15 ସ୍ତର ବୃଦ୍ଧି ପାଇଥାଏ । କିନ୍ତୁ ସମସ୍ତ ଗର୍ଭବତୀଙ୍କ କ୍ଷେତ୍ରରେ ଏହା ସମାନ ପ୍ରତିକ୍ରିୟା ଦେଖାଇନଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ଯେଉଁମାନେ ଏହି ସମସ୍ୟା ପାଇଁ ଅପେକ୍ଷାକୃତ ଭାବେ କମ ଔଷଧ ଖାଉଛନ୍ତି ସେମାନଙ୍କ କ୍ଷେତ୍ରରେ ଏହାର ଲକ୍ଷଣ ଅଧିକ ଦେଖାଯାଇଥାଏ ବୋଲି କୁହାଯାଇଛି । ତେବେ ଏହାର ଚିକିତ୍ସା ପାଇଁ ଅନୁସନ୍ଧାନକାରୀମାନେ ଏକ ଚିକିତ୍ସା ପଦ୍ଧତି ମଧ୍ୟ ବାହାର କରିଛନ୍ତି । ଏନେଇ ମୂଷା ମାନଙ୍କ ଉପରେ ଏକ ପରୀକ୍ଷା କରାଯାଇଥିଲା । ଯେଉଁମାନେ ଗର୍ଭାବସ୍ଥା ପୂର୍ବରୁ GDF15 ସ୍ତର କମ୍ କରିବା ପାଇଁ ଔଷଧ ସେବନ କରୁଥିଲେ ସେମାନଙ୍କ ଠାରେ ଫଳାଫଳ ସଠିକ ଦେଖାଯାଇଥିଲା । ଏହି ଆଣ୍ଟିବଡି ଥେରାପୀ ହରମୋନ କ୍ଷରଣକୁ ରୋକିଥାଏ । ଫଳରେ ଗର୍ଭାବସ୍ଥାରେ ବାନ୍ତିକୁ ରୋକିବା ଏହା ଏକ ଉତ୍ତମ ଉପାୟ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Drug Use in Pregnancy: ଗର୍ଭାବସ୍ଥାରେ ଖାଆନ୍ତୁ ଏହି ଔଷଧ, ଉଭୟ ସୁସ୍ଥ ରହିବେ ମା' ଓ ଶିଶୁ

ତେବେ ପ୍ରକାଶଥାଉକି, ଖାଦ୍ୟ ପ୍ୟାକେଜ୍, ପ୍ରସାଧନ ସାମଗ୍ରୀ ଏବଂ ଅନ୍ୟାନ୍ୟ ଦୈନନ୍ଦିନ ଜିନିଷରେ ପେର୍‌ ଆଣ୍ଡ୍‌ ପଲିଫ୍ଲୋରୋଆକିଲ୍ (PFA) ରାସାୟନିକ ପଦାର୍ଥ ରହିଥିବା କାରଣରୁ ଶିଶୁମାନଙ୍କ କ୍ଷେତ୍ରରେ ହାଡ଼ର ଘନତା ହ୍ରାସ ପାଇଥିବା ବୋଲି ଏକ ଅଧ୍ୟୟନରେ ପ୍ରକାଶ ପାଇଛି । PFAଗୁଡିକ କଦାପି କ୍ଷୟ ହୁଏ ନାହିଁ । ସେଥିପାଇଁ ଏହାକୁ ଇମୋର୍ଟାଲ କେମିକାଲ ବୋଲି କୁହାଯାଏ । ତେବେ ଆଉ ଏକ ଅଧ୍ୟୟନରେ ଦର୍ଶାଯାଇଥିଲା ଯେ ଏହା ବନ୍ଧ୍ୟାକରଣ ଏବଂ କର୍କଟ ରୋଗର କାରଣ ମଧ୍ୟ ହୋଇପାରେ । ତେବେ ଯେଉଁ ଗର୍ଭବତୀଙ୍କୁ 3 ମାସ ପରେ ମଧ୍ୟ ବାନ୍ତି ହୋଇଥାଏ, ସେମାନଙ୍କ କ୍ଷେତ୍ରରେ ଏଚ୍‌ସିଜି ହରମୋନ ଦାୟୀ ବୋଲି କୁହାଯାଇଛି । ଅପ୍ୟପଟେ ଗର୍ଭରେ ଏକରୁ ଅଧିକ ଭ୍ରୁଣ ରହିଥିଲେ ମଧ୍ୟ ବାନ୍ତି ହୋଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.