ETV Bharat / sukhibhava

ଭାରତର 7 କଫସିରଫ ବ୍ୟାନ, ଏମିତି କହିଲେ ସ୍ବାସ୍ଥ୍ୟମନ୍ତ୍ରୀ - ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ଭାରତ, ଇଣ୍ଡୋନେସିଆର କଫସିରପ ପିଇ 300 ଶିଶୁଙ୍କ ମୃତ୍ୟୁ ଅଭିଯୋଗ । 7 ଭାରତୀୟ କଫସିପରକୁ ବ୍ଲାକଲିଷ୍ଟ କଲା ହୁ । ଅଧିକ ପଢନ୍ତୁ

who banned 7 indian cough syrup
who banned 7 indian cough syrup
author img

By

Published : Jun 21, 2023, 12:20 PM IST

ହାଇଦ୍ରାବାଦ: ଗାମ୍ବିଆ ସମେତ ସାରା ବିଶ୍ୱରେ 300 ଶିଶୁଙ୍କ ମୃତ୍ୟୁକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ବା ହୁ । ଭାରତରେ ନିର୍ମିତ ୭ ସିରପ୍‌କୁ ବ୍ଲାକଲିଷ୍ଟ ବା ପ୍ରତିବନ୍ଧକ ଲଗାଇଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି ଯେ, ନକଲି ଔଷଧକୁ ବରଦାସ୍ତ କରାଯିବ ନାହିଁ । ଔଷଧର ଗୁଣବତ୍ତା ଉପରେ ଭାରତ କଦାପି ଆପୋଷ ବୁଝାମଣା କରିବ ନାହିଁ । ଅନ୍ୟପକ୍ଷରେ, ଗାମ୍ବିଆରେ 66 ପିଲାଙ୍କ ମୃତ୍ୟୁ ପାଇଁ WHO ଏହି କଫସିରପକୁ ଦାୟୀ କରିଛି । ଆନ୍ତର୍ଜାତୀୟ ଏଜେନ୍ସିରୁ ମିଳିଥିବା ସୂଚନା ଅନୁଯାୟୀ କମ୍ପାନୀ ଏବଂ ନିୟାମକ କର୍ତ୍ତୃପକ୍ଷ ଏହି କମ୍ପାନୀଗୁଡିକର ଅନୁସନ୍ଧାନ କରୁଛନ୍ତି ।

ସୂଚନା ଅନୁଯାୟୀ, ଭାରତ ଏବଂ ଇଣ୍ଡୋନେସିଆରେ କଫସିରପ ଏବଂ ଭିଟାମିନ୍ ଉତ୍ପାଦନ କରୁଥିବା 20ଟି କମ୍ପାନୀର ଅନୁସନ୍ଧାନ କରୁଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ଜଣେ ଏଜେନ୍ସି ଅଧିକାରୀ କହିଛନ୍ତି ଯେ, ସେମାନଙ୍କ ଔଷଧର ବିସ୍ତୃତ ବିଶ୍ଳେଷଣରୁ ଜଣାପଡିଛି ଯେ ଏଥିରେ ଡାୟଥିଲିନ ଗ୍ଲାଇକଲ୍ ଏବଂ ଏଥିଲିନ ଗ୍ଲାଇକଲ୍ ମିଳିଛି । ଏଥି ସହିତ ଏଜେନ୍ସିର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଆଦନହେମ ଗେବ୍ରେହେସ କହିଛନ୍ତି ଯେ, କଫସିରପରୁ ଦୂଷିତ ପଦାର୍ଥ ମିଳିବା କାରଣରୁ ତାଙ୍କ ବିରୋଧରେ ଆଲର୍ଟ ଜାରି କରାଯାଇଛି । ଏହି ଔଷଧ ଯୋଗୁଁ ଗାମ୍ବିଆର 66 ପିଲା କିଡନୀ ଫେଲ କାରଣରୁ ମୃତ୍ୟୁବରଣ କରିଥିଲେ । ଗତ କିଛି ମାସ ମଧ୍ୟରେ ବିଶ୍ବର ଅନେକ ଦେଶରେ ଦୂଷିତ କଫସିରପ ଯୋଗୁଁ 300 ପିଲାଙ୍କର ମୃତ୍ୟୁ ଘଟିଛି । କଫସିରପ ବ୍ୟତୀତ ଭିଟାମିନ୍ ତିଆରି କମ୍ପାନୀ ଗୁଡ଼ିକର ମଧ୍ୟ ତଦାରଖ କରିଛି ହୁ । ଏହି ବିଷାକ୍ତ କଫସିରପ ବିକ୍ରିକୁ ନେଇ ଏପର୍ଯ୍ୟନ୍ତ 9ଟି ଦେଶରେ ଏକ ସତର୍କ ସୂଚନା ଜାରି କରାଯାଇଛି ।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏକ ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ, ଔଷଧର ଗୁଣବତ୍ତାକୁ ନେଇ ଆମର ତଦନ୍ତ ଜାରି ରହିଛି । ଔଷଧର ଗୁଣବତ୍ତାକୁ ନେଇ ଭାରତ କେବେ ବି ବୁଝାମଣା କରେନାହିଁ । ବିଷାକ୍ତ ବା ନକଲି ଔଷଧ ଖାଇ ଯେପରି କୌଣସି ଗୋଟିଏ ବି ଜୀବନ ପ୍ରଭାବିତ ନହୁଏ, ସେଥିପ୍ରତି ଆମେ ସବୁବେଳେ ସତର୍କ ରହିଛୁ । ଭାରତ ବିଶ୍ବର ପ୍ରମୁଖ ଔଷଧ ନିର୍ମାଣକାରୀ ମଧ୍ୟରେ ଅନ୍ୟତମ । ତେଣୁ ଆମେ ଗୁଣବତ୍ତା ସମ୍ପନ୍ନ ଔଷଧ ଉତ୍ପାଦନ କରି ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ।"

ଏହା ମଧ୍ୟ ପଢନ୍ତୁ: Cough Syrup: କଫ୍‌ ସିରପ୍‌ କେବଳ ଶିଶୁଙ୍କୁ ନୁହଁ ବୟସ୍କଙ୍କ ପାଇଁ ବି ବିପଜ୍ଜନକ

କହିରଖୁଛୁ କି, ଭାରତ ଏବଂ ଇଣ୍ଡୋନେସିଆର ଔଷଧ ନିର୍ମାଣକାରୀ କମ୍ପାନୀ ଗୁଡିକ ଦ୍ବାରା ପ୍ରସ୍ତୁତ 20ଟି କଫସିରପକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ବ୍ଲାକଲିଷ୍ଟ କରିଛି । ସେଥିମଧ୍ୟରୁ ଭାରତରେ ପ୍ରସ୍ତୁତ 7ଟି କଫସିରପ ରହିଛି । ଗତବର୍ଷ ଉଜବେକିସ୍ତାନ,ଗାମ୍ବିଆ ଏବଂ ନାଇଜେରିଆ ସମେତ କେତେକ ଦେଶରେ କଫସିରପ ପିଇ 300 ଶିଶୁଙ୍କ ମୃତ୍ୟୁ ହୋଇଥିଲା । ଏନେଇ କଫସିରପକୁ ବ୍ଲାକଲିଷ୍ଟ କରିବା ସହ ଭାରତରେ ନିର୍ମିତ ଅପମିଶ୍ରିତ ଔଷଧ ଗୁଡିକୁ ନେଇ ସତର୍କତା ଜାରି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.