ହାଇଦ୍ରାବାଦ: ଛୁଆ ପ୍ଲାନିଂ କରୁଛନ୍ତି କି ? ସଠିକ ଶାରୀରିକ ବିକାଶ ହୋଇଥିବା ଛୁଆ ଚାହୁଁଛନ୍ତି କି ? ତେବେ ଆଉ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଏନେଇ ଏକ୍ସପର୍ଟ ଏକ ଖାଦ୍ୟ ଚାର୍ଟ ପ୍ରସ୍ତୁତ କରିଛନ୍ତି । ଏହି ଖାଦ୍ୟ ଖାଇବା ଦ୍ବାରା ଛୁଆର ସଠିକ ଶାରୀରିକ ବିକାଶ ହେବା ସହ ପ୍ରସବ ସମୟରେ ମଧ୍ୟ କୌଣସି ପ୍ରକାର ସମସ୍ୟା ରହିବ ନାହିଁ । ବେବି ପ୍ଲାନିଂ କରିବା ସମୟରେ ହେଲଦି ଫୁଡ୍ଠାରୁ ଆରମ୍ଭ କରିଛି ସୁସ୍ଥ ଜୀବନ ଶୈଳୀ, ଓଜନ ଏବଂ ବୟସ ସବୁ କିଛି ଠିକ ରଖିବା ଆବଶ୍ୟକ । ଏହି ସମୟରେ ଏଭଳି ଖାଦ୍ୟ ଖାଇବା ଆବଶ୍ୟକ ଯେଉଁ ଖାଦ୍ୟରେ କି କାର୍ବୋହାଇଡ୍ରେଟଠାରୁ ଆରମ୍ଭ କରି ପ୍ରୋଟିନ୍ ଏବଂ ମିନେରାଲ୍ସ ରହିବା ଆବଶ୍ୟକ । ଯାହାଦ୍ବାରା ଋତୁସ୍ରାବ ଠିକ୍ ସମୟରେ ହେବା ସହ ସହଜରେ ଛୁଆ ହେବାର ମଧ୍ୟ ସମ୍ଭାବନା ଅଧିକ ରହିଥାଏ ।
ସୁସ୍ଥ ଛୁଆ କିମ୍ବା ବେବି ପ୍ଲାନିଂ କରିବା ସମୟରେ ସହଜରେ ଗର୍ଭଧାରଣ ପାଇଁ ସମସ୍ତ ପ୍ରକାର ପୋଷକ ତତ୍ତ୍ବର ଆବଶ୍ୟକତା ରହିଛି ।
ଏହା ମଧ୍ୟ ପଢନ୍ତୁ: Obesity in pregnancy: ଗର୍ଭାବସ୍ଥାରେ ମେଦ ଉଭୟ ମାଆ-ଛୁଆ ପାଇଁ ବିପଦ
- ବିଟ୍ରୁଟ୍: ଗର୍ଭଧାରଣ କରିବା ପାଇଁ ମୁଖ୍ୟତଃ ଖାଦ୍ୟରେ ବିଟ୍ ଯୁକ୍ତ କରିବା ଆବଶ୍ୟକ ଅଟେ । ଏହା କେବଳ ଶରୀରରେ ରକ୍ତର ମାତ୍ରା ନୁହେଁ ବରଂ ଏହା ରକ୍ତ ସଞ୍ଚାଳନକୁ ମଧ୍ୟ ଠିକ ଭାବେ ରଖିଥାଏ । ଯାହାଫଳରେ ୟୁଟେରସ୍ରେ ବ୍ଲଡର ମାତ୍ରା ଠିକ ରହିଥାଏ ଏବଂ ଗର୍ଭଧାରଣରେ ମଧ୍ୟ କୌଣସି ଅସୁବିଧା ହୋଇନଥାଏ ।
- କଖାରୁ ମଞ୍ଜି ଏବଂ ସୂର୍ଯ୍ୟମୁଖୀ: କଖାରୁ ମଞ୍ଜି ଏବଂ ସୂର୍ଯ୍ୟମୁଖୀକୁ ଓମୋଗା-3ର ସର୍ବତ୍ତୋମ ଉତ୍ସ କୁହାଯାଏ। ଯେଉଁମାନେ ବେବି ପ୍ଲାନିଂ କରୁଛନ୍ତି ସେମାନେ ଏହାର ମଞ୍ଜିରେ ଡାଏଟରେ ସାମିଲ କରିବା ନିହାତି ଆବଶ୍ୟକ ଅଟେ । ଏହା ପୁରୁଷମାନଙ୍କଠାରେ ସ୍ପର୍ମର ମାତ୍ରାକୁ ବୃଦ୍ଧି କରିଥାଏ ଏହାସହ ସ୍ପର୍ମର ମୋଟେଲିଟି ରେଟ୍କୁ ମଧ୍ୟ ଠିକ୍ ରଖିଥାଏ ।
- ଆବୋକାଡୋ: ଏଥିରେ ଭରପୁର ଭାବେ ଭିଟାମିନ୍ କେ ରହିଥାଏ । ଏହା ଶରୀରକୁ ସମସ୍ତ ପ୍ରକାର ନ୍ୟୁଟ୍ରେସନ ପ୍ରଦାନ କରିଥାଏ । ଏହା ଖାଇବା ଦ୍ବରା ହରମୋନ ମଧ୍ୟ ବାଲାନ୍ସ ରହିଥାଏ ।
- ବିନ୍ସ ଏବଂ ଡାଲି: ବେବି ପ୍ଲାନିଂ କରୁଥିଲେ ପ୍ରତିଦିନ ବିନ୍ସ ଏବଂ ଡାଲି ଖାଆନ୍ତୁ । ଏଥିରେ ଅଧିକ ମାତ୍ରାରେ ଫାଇବର ଏବଂ ଫୋଲେଟ ରହିଥାଏ । ଯେତେବେଳେ ବେବି ପ୍ଲାନିଂ କରାଯାଏ, ସେତେବେଳେ ଶରୀରରେ ଫୋଲେଟର ମାତ୍ରା ଅଧକ ରହିଥିବା ଆବଶ୍ୟକ । ଏହା ହରମୋନକୁ ବାଲାନ୍ସ କରିଥାଏ। ଏହା ବ୍ୟତୀତ ଡାଲିରେ ଫାଲିମାଇନ ଭଳି ତତ୍ତ୍ବ ରହିଥାଏ । ଯାହାକି ସ୍ପର୍ମ ଏବଂ ଏଗ୍କୁ ଫର୍ଟିଲାଇଜ କରିବାରେ ସାହାଯ୍ୟ କରିଥାଏ ।
- ସବୁଜ ପନିପରିବା: ବ୍ରକୋଲି, ବନ୍ଧାକୋବି, ଏସପେରାଗସ ଏବଂ ପାଳଙ୍ଗ ଭଳି ସବୁଜ ପନିପରିବା ଖାଇବା ଆବଶ୍ୟକ । ଏଥିରେ ଭିଟାମିନ ବି'ର ମାତ୍ରା ଅଧିକ ରହିଥାଏ । ଯାହାକି ଗର୍ଭଧାରଣ ସମୟରେ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ଏଥିରେ ଭିଟାମିନ ସି' ମଧ୍ୟ ଅଧିକ ରହିଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ