ETV Bharat / sukhibhava

Jelly Belly Cancer: ଜେଲି ବେଲି କ୍ୟାନ୍ସର କଣ? ଏହି ଲକ୍ଷଣରୁ ଜଣାପଡେ ମାରାତ୍ମକ ରୋଗ - ସ୍ୟୁଡୋମାଇଜୋମା ପେରିଟୋନି

ଜେଲି ବେଲି କ୍ୟାନ୍ସର କଣ? ଜାଣନ୍ତୁ କେଉଁ ଲକ୍ଷଣରୁ ଜଣାପଡେ ରୋଗ

Jelly Belly Cancer
Jelly Belly Cancer
author img

By

Published : Aug 21, 2023, 5:33 PM IST

ହାଇଦ୍ରାବାଦ: କର୍କଟ ରୋଗର ନାମ ଶୁଣିଲେ ସମସ୍ତଙ୍କ ମନରେ ଛନକା ଆସେ । ଆପଣ ଅନେକ ପ୍ରକାରର କ୍ୟାନ୍ସର ବିଷୟରେ ଶୁଣିଥିବେ, ହେଲେ କେବେ ଜେଲି ବେଲି କ୍ୟାନ୍ସର ବିଷୟରେ ଶୁଣିଛନ୍ତି କି ? ଏହା ଏକ ମାରାତ୍ମକ କ୍ୟାନ୍ସର । ଏହି ରୋଗ ଦ୍ବାରା ବ୍ରିଟେନରେ ପ୍ରତିବର୍ଷ 215 ଲୋକ ପ୍ରଭାବିତ ହୋଇଥାଆନ୍ତି । ଜେଲି ବେଲି କର୍କଟକୁ ସ୍ୟୁଡୋମାଇଜୋମା ପେରିଟୋନି ମଧ୍ୟ କୁହାଯାଏ ।

ଏହା ଏକ ପ୍ରକାର ଟ୍ୟୁମର, ଯାହା ଧୀରେଧୀରେ ପେଟରେ ବଢ଼ିଥାଏ । ଏହା ଏକ ତରଳ ପଦାର୍ଥ ଭଳି ରହିଥିବା ବେଳେ ଏହା ପ୍ରଥମେ ଗର୍ଭାଶୟରୁ ଆରମ୍ଭ ହୋଇ ପେଟରେ ମାଡ଼ି ଯାଇଥାଏ । ଏହା ଏକ ଜେଲିର ରୂପ ନେଇଥାଏ । ତେବେ ଗର୍ଭାଶୟ ବ୍ୟତୀତ ଏହା ଅନ୍ତନଳୀ, ଡିମ୍ବାଣୁ କିମ୍ବା ବ୍ଲାଡରରୁ ମଧ୍ୟ ବ୍ୟାପିବା ଆରମ୍ଭ ହୋଇଥାଏ । ସ୍ୟୁଡୋମାଇଜୋମା ପେରିଟୋନି ବା PMPକୁ ଏକ ବିରଳ କର୍କଟ ଭାବରେ ବିବେଚନା କରାଯାଏ । ଏହା ଶରୀରରେ ଏକ ଛୋଟ ପଲିପ୍ ଆକାରରେ ଉତ୍ପନ୍ନ ହୁଏ । ତା’ପରେ ଧୀରେଧୀରେ ବିସ୍ତାର ହୁଏ ଏବଂ ଆବଡୋମିନଲ କ୍ୟାବିଟିରେ କ୍ୟାନ୍ସର ସେଲକୁ ରଖିଥାଏ । ଏହାକୁ ପେରିଟୋନାମ୍ ମଧ୍ୟ କୁହାଯାଏ ।

ସ୍ୟୁଡୋମାଇଜୋମା ପେରିଟୋନି ଶରୀରରେ କିଭଳି ବ୍ୟାପିଥାଏ: ସ୍ୟୁଡୋମାଇଜୋମା ପେରିଟୋନି ବା PMP ରକ୍ତ କିମ୍ବା ଲିମ୍ଫୋଟିକ ସିଷ୍ଟମ ଦ୍ବାରା ବ୍ୟାପି ନଥାଏ । ଏହା ପେଟରେ ରହିଥାଏ ଏବଂ ଏହାର ଆକାର ମଧ୍ୟ ବୃଦ୍ଧି ପାଇଥାଏ । ଏହି କାରଣରୁ, ନିଶ୍ୱାସ ନେବା ଏବଂ ଚାଲିବାରେ ଅସୁବିଧା ହୁଏ । ଏହା ବ୍ୟତୀତ ଶରୀର ସଠିକ୍ ଭାବରେ ଖାଉଥିବା ଖାଦ୍ୟ ଗ୍ରହଣ କରିବାରେ ସକ୍ଷମ ହୁଏ ନାହିଁ । PMP ଅନ୍ୟ ପ୍ରକାରର କର୍କଟ ଭଳି ନୁହେଁ । ଏହା କେବଳ ପେଟ ଭିତରେ କିମ୍ବା ଚାରିପାଖରେ ଉପସ୍ଥିତ ଅଙ୍ଗରେ ବ୍ୟାପିଥାଏ ।

ଏହା ମଧ୍ୟ ପଢନ୍ତୁ: କ୍ୟାନ୍ସର କେତେ ପ୍ରକାରର, ଜାଣନ୍ତୁ କାରଣ ଏବଂ ଲକ୍ଷଣ

ସ୍ୟୁଡୋମାଇଜୋମା ପେରିଟୋନିର ଲକ୍ଷଣ: ଯେତେବେଳେ PMP କିମ୍ବା ଜେଲିବେଲି କର୍କଟ ବିସ୍ତାର ହୁଏ ସେତେବେଳେ ମ୍ୟୁକସ ଉତ୍ପନ୍ନ ହେବାକୁ ଲାଗେ । ଏହି ମ୍ୟୁକ୍‌ସ୍‌ ପେଟ ଭିତରେ ଜମା ହୋଇଥାଏ । ଏହାପରେ ଏହା ମାରାତ୍ମକ କର୍କଟର ରୂପ ନେଇଥାଏ । ଅନ୍ତନଳୀ ସହିତ ଅନୟ ଅଙ୍ଗରେ ମଧ୍ୟ ଏହା ପ୍ରଭାବ ପକାଇଥାଏ । କର୍କଟ ରିସର୍ଚ୍ଚ ୟୁକେ ଅନୁଯାୟୀ, ଅନେକ ଥର ଲୋକମାନେ PMPର ଲକ୍ଷଣକୁ ଓଭାରି କ୍ୟାନ୍ସରର ଲକ୍ଷଣ ଭାବିଥାଆନ୍ତି । କାରଣ ଓଭାରି କ୍ୟାନ୍ସର ଦ୍ବାରା ମଧ୍ୟ ପେଟ ଫୁଲିପାରେ ।

ଏହି ରୋଗ ଚିହ୍ନଟ କରିବା ଅତ୍ୟନ୍ତ କଷ୍ଟକର । କାରଣ ଏହି କର୍କଟ ହେବା ଦ୍ବାରା ଶରୀରର ପ୍ରଥମେ କୌଣସି ଲକ୍ଷଣ ଦେଖାଯାଏ ନାହିଁ ।

  • ପେଟ କିମ୍ବା ପେଲଭିକ୍ ଯନ୍ତ୍ରଣା
  • ଗର୍ଭବତୀ ନହେବା
  • ପେଟରେ ଫୁଲା
  • ହାର୍ନିଆ
  • ଭୋକ କମିଯିବା
  • ପେଟ ସର୍ବଦା ପୂର୍ଣ୍ଣ ଲାଗିବା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.