ETV Bharat / sukhibhava

Hyperhidrosis: ହାତ ପାପୁଲିରୁ ସବୁବେଳେ ଝାଳ ବାହାରୁଛି କି, ହୋଇଯାଆନ୍ତୁ ସାବଧାନ ! - ହାଇପରହାଇଡ୍ରୋସିସ କଣ

କିଛି ଜଣଙ୍କର ହାତରୁ ସବୁବେଳେ ଝାଳ ବାହାରିଥାଏ । ତେବେ ଦୀର୍ଘ ଦିନ ଧରି ଏଭଳି ସମସ୍ୟା ଲାଗି ରହିଲେ ହୋଇଯାଆନ୍ତୁ ସାବଧାନ ! ଏହା ଏକ ରୋଗର କାରଣ ବୋଲି କୁହାଯାଇଛି ।

Hyperhidrosis
Hyperhidrosis
author img

By ETV Bharat Odisha Team

Published : Sep 16, 2023, 11:18 AM IST

ହାଇଦ୍ରାବାଦ: କିଛି ଲୋକଙ୍କ ହାତ ସବୁବେଳେ ଝାଳ ହୋଇଥାଏ । ପରିଶ୍ରମ ବା ବ୍ୟାୟାମ ନକରିବା ଦ୍ବାରା ମଧ୍ୟ ଝାଳ ବାହାରିଥାଏ । ଫଳରେ ଯେତେବେଳେ ମଧ୍ୟ ହାତକୁ ଛୁଇଁଲେ ଝାଳ ଯୋଗୁଁ ହାତ ଥଣ୍ଡା ଲାଗିଥାଏ । ତେବେ କିଛି ଲୋକ ଏହାକୁ ଜେନେଟିକ ବୋଲି ଭାବିଥାଆନ୍ତି । ହାତ ପାପୁଲିରୁ ଝାଳ ବାହାରିଲେ ଏହାକୁ ସାଧାରଣ ଭାବେ ନେଇଥାଆନ୍ତି । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହାକୁ ସାଧାରଣ ଭାବେ ଭାବିବା ଉଚିତ ନୁହେଁ । ହାତରୁ ଅଧିକ ଝାଳ ବାହାରିବା ଏକ ପ୍ରକାର ରୋଗ ହୋଇପାରେ ବୋଲି କୁହାଯାଇଛି । ଏହାକୁ ହାଇପରହାଇଡ୍ରୋସିସ କୁହାଯାଏ । ଶରୀର ଫକ୍ସସନରେ କୌଣସି ଅଭାବ ଯୋଗୁଁ ଏଭଳି ରୋଗ ହୋଇଥାଏ ବୋଲି କୁହାଯାଏ ।

ହାତରୁ ଝାଳ ବାହାରିବାର କାରଣ: ସ୍ନାୟୁ ଅତ୍ୟଧିକ ନିଷ୍କ୍ରିୟ ହେବା କାରଣରୁ ହାତରୁ ଅତ୍ୟଧିକ ଝାଳ ବାହାରିଥାଏ । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ସ୍ନାୟୁ ଗୁଡ଼ିକ କିପରି ଅତ୍ୟଧିକ ନିଷ୍କ୍ରିୟ ହୋଇଯାଏ ? ବାସ୍ତବରେ ଏହା ଭିଟାମିନ୍ ଡି ଏବଂ ଭିଟାମିନ୍ B12ର ଅଭାବ ହେତୁ ହୋଇପାରେ । ଯେଉଁ କାରଣରୁ ଝାଳ ନିର୍ଗତ କରୁଥିବା ଗ୍ରନ୍ଥି ଗୁଡିକ ଅତ୍ୟଧିକ ସକ୍ରିୟ ହୋଇଯାଏ । ଭିଟାମିନର ଅଭାବ ଏବଂ ନ୍ୟୁରାଲ ଫଙ୍କ୍ସନର କାରଣ ଯୋଗୁଁ ଏହି ରୋଗ ହୋଇଥାଏ ।

ଏହି ରୋଗରେ ଆକ୍ରାନ୍ତ ହୋଇପାରନ୍ତି ବ୍ୟକ୍ତି: ଯଦି ଆପଣଙ୍କର ସାଧାରଣ କିମ୍ବା ନିମ୍ନ ତାପମାତ୍ରାରେ ଅତ୍ୟଧିକ ଝାଳ ବାହାରେ ତେବେ ଏହା ହାଇପରହାଇଡ୍ରୋସିସ ସହିତ ସିଧାସଳଖ ଜଡିତ ବୋଲି କୁହାଯାଏ । ଏହି ରୋଗରେ ପୀଡିତ ଲୋକଙ୍କ ଝାଳ ଗ୍ରନ୍ଥି ଅଧିକ ସକ୍ରିୟ ହୋଇଯାଏ । ଯେଉଁଥି ପାଇଁ ଅତ୍ୟଧିକ ଝାଳ ବାହାରିଥାଏ । ବିଶେଷ କରି ହାତ ପାପୁଲି, ଗୋଡରୁ ଅଧିକ ଝାଳ ବାହାରିଥାଏ ।

ଏହା ମଧ୍ୟ ପଢନ୍ତୁ: Prevent Excess Sweat: ହାତ-ଗୋଡରୁ ଅଧିକ ଝାଳ ବାହାରୁଝି କି, ଆପଣାନ୍ତୁ ଏହି ଟିପ୍ସ

ହାଇପରହାଇଡ୍ରୋସିସ ରୋଗ 2 ପ୍ରକାରର ଯଥା ପ୍ରାଇମେରୀ ଏବଂ ସେକେଣ୍ଡାରୀ ରହିଛି । ପ୍ରାଇମେରୀ ହାଇପରହାଇଡ୍ରୋସିସରେ ଝାଳ ବାହାରିବାର ଅନେକ କାରଣ ଥାଇପାରେ । ତେବେ ସେକେଣ୍ଡାରୀ ହାଇପରହାଇଡ୍ରୋସିସରେ ପୀଡିତ ବ୍ୟକ୍ତିଙ୍କୁ ଅଧିକ ରୋଗ ହେବାର ସମ୍ଭାବନା ରହିଥାଏ । କିଡନୀ ହାଇପରହାଇଡ୍ରୋସିସ୍ ଉଚ୍ଚ ରକ୍ତ ଶର୍କରା, କମ୍ ରକ୍ତ ଶର୍କରା, ହାଇପରଥାଇରଏଡିଜିମ୍ ଭଳି ଅନେକ ରୋଗ ମଧ୍ୟ ସୃଷ୍ଟି କରିପାରେ ।

କେତେବେଳେ ଜଣେ ବ୍ୟକ୍ତି ହାଇପରହାଇଡ୍ରୋସିସରେ ଆକ୍ରାନ୍ତ ହୁଅନ୍ତି: ଯେତେବେଳେ ଜଣେ ବ୍ୟକ୍ତିର ଝାଳ ଗ୍ରନ୍ଥି ସକ୍ରିୟ ହୋଇଯାଏ ସେତବେଳେ ଜଣେ ହାଇପରହାଇଡ୍ରୋସିସ ରୋଗରେ ପୀଡିତ ହୋଇଥାଆନ୍ତି। ଅତ୍ୟଧିକ ଧୂମପାନ, ଚାପ, ଗର୍ଭଧାରଣ ସମସ୍ୟା କିମ୍ବା ମେନୋପୋଜ କାରଣରୁ ଏହା ହେବାର ସମ୍ଭାବନା ଅଧିକ ରହିଥାଏ। ଏହା ବ୍ୟତୀତ ମଧୁମେହ, ମେନୋପାଜ, ଥାଇରଏଡ୍, କର୍କଟ ଏବଂ ମୋଟାପଣ ଭଳି ଅନ୍ୟ ଗୁରୁତର ରୋଗରେ ପୀଡିତ ରୋଗୀମାନେ ମଧ୍ୟ ଅତ୍ୟଧିକ ଝାଳ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ଘରୋଇ ଉପଚାର ଆପଣାନ୍ତୁ: ଅତ୍ୟଧିକ ଝାଳ ଶରୀରରେ ଦୁର୍ଗନ୍ଧ ସୃଷ୍ଟି କରେ । ଏହାକୁ ଏଡାଇବା ପାଇଁ ଲୋକମାନେ ଯଥାସମ୍ଭବ ଡିଓ ବ୍ୟବହାର କରନ୍ତି । ଏହାସହ ଘରେ ଲିକ୍ୟୁର ଟି ତିଆରି କରନ୍ତୁ ଏବଂ ଏହାକୁ ଏକ ପାତ୍ରରେ ନିଅନ୍ତୁ । ଏଥିରେ ହାତ ଏବଂ ପାଦକୁ ଅଧ ଘଣ୍ଟା ଭିଜାନ୍ତୁ । ଦୈନନ୍ଦିନ ଏହି ଅଭ୍ୟାସ କରିବା ଦ୍ବାରା ଝାଳ ବାହାରିବା ବନ୍ଦ ହୋଇଯାଇଥାଏ। ବେକିଂ ସୋଡା ଚର୍ମର pH ସନ୍ତୁଳନକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ବେକିଂ ସୋଡ଼ାକୁ ପାଣିରେ ମିଶାଇ ନିଜ ହାତରେ ଲଗାଇପାରିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.