ETV Bharat / sukhibhava

କୋରୋନାଠୁ ଘାତକ ହୋଇପାରେ ଏହି ମହାମାରୀ, ଯାଇପାରେ 5 କୋଟି ଜୀବନ ! - ଡିଜିଜ ଏକ୍ସ ପାଇଁ ଭ୍ୟାକ୍ସିନ

କୋରୋନା ଭାଇରସ ଠାରୁ ସାତଗୁଣ ଘାତକ ହୋଇପାରେ ଡିଜିଜ ଏକ୍ସ । ଏହା ମହାମାରୀର ରୂପ ନେଇ 5 କୋଟି ଲୋକଙ୍କ ପ୍ରାଣ ନେଇପାରେ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି । ଅଧିକ ପଢନ୍ତୁ

disease x
disease x
author img

By ETV Bharat Odisha Team

Published : Sep 27, 2023, 2:48 PM IST

ହାଇଦ୍ରାବାଦ: କୋରୋନା ମହାମାରୀରେ ସାରା ବିଶ୍ବ 3 ବର୍ଷ ଧରି କବଳିତ ହୋଇଥିବା ବେଳେ ଲକ୍ଷଲକ୍ଷ ଲୋକଙ୍କ ଜୀବନ ମଧ୍ୟ ଯାଇଛି । ଏହି ଛାପ ମନରୁ ନଲିଭୁଣି ପୁଣି ଥରେ ଆଉ ଏକ ମହାମାରୀର ଖବର ଦେଶବାସୀଙ୍କ ମନରେ ଛନକା ସୃଷ୍ଟି କରିଛି । ପରବର୍ତ୍ତୀ ସମୟରେ ଡିଜିଜ ଏକ୍ସ ଏକ ମହାମାରୀର ରୂପ ନେବାକୁ ଥିବା ବେଳେ ଏଥି ଯୋଗୁଁ 5 କୋଟି ଲୋକଙ୍କ ଜୀବନ ଯାଇପାରେ ବୋଲି ବୈଜ୍ଞାନିକମାନେ ମତପୋଷଣ କରିଛନ୍ତି ।

ବିଶେଷଜ୍ଞମାନେ ଏହାକୁ 1918-1920ର ବିପଜ୍ଜନକ ସ୍ପାନିଶ ଫ୍ଲୁ ସହିତ ତୁଳନା କରିଛନ୍ତି । କହିରଖୁଛୁ କି, ଏହା ଏକ ସାଧାରଣ ଖବର ନୁହେଁ ବରଂ ଏକ ସମୟରେ ଲୋକମାନଙ୍କ ମଧ୍ୟରେ ଏହା ଏକ ଭୟ ଥଲା ଯାହା 2-3 ବର୍ଷ ପୂର୍ବେ ସମଗ୍ର ବିଶ୍ୱ ସାମ୍ନା କରିଥିଲା ​। ବିଶେଷଜ୍ଞମାନେ କହିଛନ୍ତି ଯେ, 2020 ମସିହାରେ କୋଭିଡ ଯେଉଁଭଳି ଭାବେ ଥଣ୍ଡା ଏହ କାଶରୁ ଆରମ୍ଭ ହୋଇ ପରବର୍ତ୍ତୀ ସମୟରେ ମହାମାରୀର ରୂପ ନେଇଥିଲା, ସେହିଭଳି ଆଉ ଏକ ମହାମାରୀ ଆସିବାକୁ ଯାଉଛି। ଭାରତ ସମେତ ଅନେକ ଦେଶରେ ଏହି ରୋଗ ରହିଛି କିନ୍ତୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି । ତେବେ ପରବର୍ତ୍ତୀ ସମୟରେ ଡିଜିଜ ଏକ୍ସ ଏକ ମହାମାରୀ ରୂପ ନେଇପାରେ । ଯାହାକି 5 କୋଟି ଲୋକଙ୍କ ପ୍ରାଣ ନେଇପାରେ ବୋଲି କୁହାଯାଇଛି ।

ମହାମାରୀରୁ ବର୍ତ୍ତିବା ନିଜ ପାଇଁ ଏକ ଚାଲେଞ୍ଜ ଅଟେ: 'ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ' ଏହାର ନାମ ରୋଗ X । WHOର ଡାକ୍ତରୀ ବିଶେଷଜ୍ଞମାନେ ଏହି ମହାମାରୀ ବିଷୟରେ ଚେତାବନୀ ଦେଇ କହିଛନ୍ତି ଯେ, "ଯଦି ଏହି ରୋଗ ଆସେ ତେବେ 20 ଗୁଣ ଅଧିକ ମୃତ୍ୟୁ ଘଟିବ । ଏହି କାରଣରୁ ପ୍ରାୟ 5 କୋଟି ଲୋକ ଜୀବନ ଯିବ ବୋଲି ଆଶଙ୍କା କରାଯାଉଛି ।" ବ୍ରିଟେନର ଟିକା ଟାସ୍କଫୋର୍ସର ଚେୟାରମ୍ୟାନ୍ ଡେମ୍ କେଟ୍ ବିଙ୍ଗହମ୍ କହିଛନ୍ତି ଯେ, "ଏହି ମହାମାରୀ ଅତି କମରେ 50 ନିୟୁତ ଲୋକଙ୍କ ଜୀବନ କରିପାରେ । ଏହା ଏକ ପ୍ରକାର ଚିନ୍ତାର ବିଷୟ ଅଟେ । ଏହାର ମୁକାବିଲା ପାଇଁ ଆମକୁ କିଛି ବିଶେଷ ସମାଧାନ ଖୋଜିବାକୁ ପଡିବ । ଏହି ମହାମାରୀ ଏତେ ବିପଜ୍ଜନକ ଯେ ଯଦି ପୃଥିବୀରେ ଗୋଟିଏ ମାତ୍ର ଭାଇରସ ରହିଯାଏ, ତେବେ ଏହା ବହୁଗୁଣିତ ହେବାକୁ ଲାଗିବ । 1918-19 ବର୍ଷରେ ସ୍ପାନିଶ ଜ୍ୱର ନାମକ ଏକ ମହାମାରୀ ହୋଇଥିଲା, ଯେଉଁଥି ପାଇଁ ଅନେକ ପ୍ରାଣ ଯାଇଥିଲା । ଏହି ମହାମାରୀକୁ କିପରି ନିୟନ୍ତ୍ରଣ କରାଯିବ ସେନେଇ ବୈଜ୍ଞାନିକମାନେ ଅଧିକ ସୂଚନା ସଂଗ୍ରହ କରୁଛନ୍ତି ।"

ଡିଜିଜ ଏକ୍ସ ପାଇଁ ଭ୍ୟାକ୍ସିନ: ବ୍ରିଟିଶ୍ ବୈଜ୍ଞାନିକମାନେ ଏକ୍ସ ଆସିବା ପୂର୍ବରୁ ଟିକା ପ୍ରସ୍ତୁତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଟିକା ପ୍ରସ୍ତୁତି ପାଇଁ ବୈଜ୍ଞାନିକମାନେ ପ୍ରସ୍ତୁତି ଆରମ୍ଭ କରିଥିବା ନେଇ ଏକ ରିପୋର୍ଟରେ କୁହାଯାଇଛି । ଏହାସହିତ 25 ପ୍ରକାର ଭାଇରସ ଉପରେ ମଧ୍ୟ ଅଧ୍ୟୟନ କରାଯାଉଛି । ଏହି ଭାଇରସ ପଶୁଙ୍କ ଠାରୁ ମଣିଷକୁ ବ୍ୟାପିବାର ସମ୍ଭାବନା ରହିଥିବାରୁ ସମୟ ପୂର୍ବରୁ ଏହି ଭାଇରସ ଉପରେ ଅନୁସନ୍ଧାନ ଆରମ୍ଭ କରାଯାଇଥିବା ନେଇ ବୈଜ୍ଞାନିକମାନେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ହୁ ମୁଖ୍ୟଙ୍କ ଚେତାବନୀ ପରେ ଚିନ୍ତା ବଢାଇଲା Disease X, ପଶୁଙ୍କ ପରେ ମଣିଷକୁ ବ୍ୟାପିବ

କଣ ଏହି ଡିଜିଜ ଏକ୍ସ: ଡିଜିଜ ଏକ୍ସ ଏକ ରୋଗ ନୁହେଁ ବରଂ ଏକ ଟର୍ମ ଅଟେ । ଯାହା ମାନବ ସଂକ୍ରମଣରୁ ସୃଷ୍ଟି ହୋଇଛି ଏବଂ ବର୍ତ୍ତମାନ ଚିକିତ୍ସା ବିଜ୍ଞାନ ପାଇଁ ଅଜ୍ଞାତ ଅଟେ । କହିବାକୁ ଗଲେ ଡିଜିଜ ଏକ୍ସ ଏମିତି ଏକ ରୋଗ ହୋଇପାରେ, ଯାହା ପରବର୍ତ୍ତୀ ସମୟରେ ଏକ ମହାମାରୀର ରୂପ ନେଇପାରେ । ଉଦାହରଣ ସ୍ୱରୂପ, କୋରୋନା ମଧ୍ୟ ପୂର୍ବରୁ 'ଡିଜିଜ X' ଥିଲା । 2018 ମସିହାରେ ପ୍ରଥମ ଥର ହୁ ଏହି ଡିଜିଜ ଏକ୍ସ ଟର୍ମର ବ୍ୟବହାର କରିଥିଲା । ପରବର୍ତ୍ତୀ ସମୟରେ ଡିଜିଜ ଏକ୍ସକୁ କୋଭିଡର ନାମ ଦିଆଯାଇଥିଲା । ଏଭଳି ଭାବେ ପରବର୍ତ୍ତୀ ସମୟରେ ମଧ୍ୟ ଡିଜିଜ ଏକ୍ସର ନାମକୁ ପରିବର୍ତ୍ତନ କରାଯିବ । ଯେତେବେଳେ ଏକ ମହାମାରୀ ସାମ୍ନାକୁ ଆସିବ ଏବଂ ନୂଆ ନାମ ଦିଆଯିବ ସେତେବେଳେ ଡିଜିଜ ଏକ୍ସର ନାମ ପରିବର୍ତ୍ତନ କରାଯାଇ ନୂଆ ନାମ ଦିଆଯିବ ।

ମ୍ୟୁଟେସନ କଣ: କୌଣସି ଜୀବ ଭିତରେ ଜେନେଟିକ ମେଟେରିଆର ପରିବର୍ତ୍ତନକୁ ମ୍ୟୁଟେସନ କୁହାଯାଏ । ଯେତେବେଳେ ଏକ ଭାଇରସ୍ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ଯାଏ, ଏହା ନିଜେ ଲକ୍ଷ ଲକ୍ଷ ଭାଇରସ ସୃଷ୍ଟି କରିପାରେ । ଯେଉଁଥିପାଇଁ କିଛି ସମୟ ପରେ ଏକ ନୂତନ ଷ୍ଟ୍ରେନ୍ ଉତ୍ପନ୍ନ ହୁଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.