ETV Bharat / sukhibhava

ସିଆଟିକା ଯନ୍ତ୍ରଣାର କାରଣ

ଅଣ୍ଟାରୁ ପାଦ ଯାଏଁ ଭିଷଣ ଜନ୍ତ୍ରଣା ଅନୁଭବ କରିବା ହେଉଛି ‘ସିଆଟିକା’ ର ମୁଖ୍ୟ ଲକ୍ଷଣ । ଆମ ଶରୀରରେ ‘ସିଆଟିକା’ ସ୍ନାୟୁରେ ସମସ୍ୟା ଥିଲା ଏପରି ହୁଏ । ତେଣୁ ଏପରି ସ୍ଥିତି ଉପୁଯିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ । ଅଧିକ ପଢନ୍ତୁ...

ସିଆଟିକା ଯନ୍ତ୍ରଣାର କାରଣ
ସିଆଟିକା ଯନ୍ତ୍ରଣାର କାରଣ
author img

By

Published : Dec 2, 2020, 11:02 AM IST

ଆଜିକାଲି ଅନେକ ଲୋକ ପିଠି ଓ ତଳିପିଠିରେ ଯନ୍ତ୍ରଣା ହେଉଥିବା ଅଭିଯୋଗ କରନ୍ତି । ବିଶେଷକରି ୪୦ ବର୍ଷ ବୟସ ପରେ ଏହି ଯନ୍ତ୍ରଣା ଅନୁଭୂତ ହୋଇଥାଏ । ଅସନ୍ତୁଳିତ ଜୀବନଶୈଳୀ, ଭୁଲ ଭାବେ ବସିବା ଓ ହାଡ ଏବଂ ସ୍ନାୟୁରେ ସମସ୍ୟା ଏଭଳି ଯନ୍ତ୍ରଣାର କାରଣ । ଏଭଳି ଯନ୍ତ୍ରଣା କଥା ଉଠିଲେ ‘ସିଆଟିକା’ ଶବ୍ଦ ମନକୁ ଆସିଥାଏ । ସିଆଟିକା ସହ ସମସ୍ତେ ଉଣା ଅଧିକେ ପରିଚିତ । ‘ସିଆଟିକା’ ବି ପିଠି ଯନ୍ତ୍ରଣାର କାରଣ ହୋଇଥାଇପାରେ । ଆମ ଶରୀରରେ ‘ସିଆଟିକା’ ସ୍ନାୟୁରେ ସମସ୍ୟା ଥିଲା ଏପରି ହୁଏ । ଏ ପ୍ରସଙ୍ଗରେ ଅଧିକ ଜାଣିବା ପାଇଁ ଇଟିଭି ଭାରତ ସୁଖିଭବଃ ଟିମ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ହେମ ଯୋଶୀଙ୍କ ସହ ଆଲୋଚନା କରିଥିଲା ।

ସିଆଟିକା କ’ଣ ?

ଡାକ୍ତର ଯୋଶୀ କହନ୍ତି ଯେ, ସିଆଟିକା ହେଉଛି ଶିରାରେ ହେଉଥିବା ଯନ୍ତ୍ରଣା । ଏହି ଯନ୍ତ୍ରଣା ଅଣ୍ଟାର ନିମ୍ନ ଭାଗରୁ ଆରମ୍ଭ ହୋଇ ଗୋଡର ନିମ୍ନ ଭାଗ ପର୍ଯ୍ୟନ୍ତ ଅନୁଭବ ହୁଏ । ସିଆଟିକ ହେଉଛି ଏକ ସ୍ନାୟୁର ନାମ ଯାହା ମେରୁଦଣ୍ଡରୁ ଆରମ୍ଭ ହୋଇ ଅଂଟା ଓ ନିତମ୍ବ ଦେଇ ଦୁଇ ଗୋଡକୁ ଯାଇଥାଏ । ଏହି ସ୍ନାୟୁରେ ଯେତେବେଳେ କୌଣସି ସମସ୍ୟା ସୃଷ୍ଟି ହୁଏ ବା କୌଣସି କାରଣରୁ ଶିରା ଦବିଯାଏ, ତାହା ହେଲେ ସିଆଟିକା ଯନ୍ତ୍ରଣା ଅନୁଭୂତ ହୁଏ । ସମସ୍ୟା ଆଗକୁ ବଢିଲେ ଯନ୍ତ୍ରଣା ସହ ପାଦରେ ଅସ୍ଥିରତା ଦେଖାଯାଏ । ଫୁଟ ଡ୍ରପ ବା ପାରାଲିସିସ ଭଳି ସ୍ଥିତି ସୃଷ୍ଟି ହୁଏ ବୋଲି ଡକ୍ଟର ଯୋଶୀ କହନ୍ତି ।

ସିଆଟିକାର ଲକ୍ଷଣ

ଡକ୍ଟର ଯୋଶୀ କହନ୍ତି ଯେ, ଯଦି ଆପଣ ପିଠି ବା ଗୋଟିଏ ଗୋଡରେ ପାଦ ପର୍ଯ୍ୟନ୍ତ ଯନ୍ତ୍ରଣା ଅନୁଭବ କରନ୍ତି, ତାହା ହେଲେ ତୁରନ୍ତ ଡାକ୍ତରୀ ପରାମର୍ଶ ଲୋଡିବା ଦରକାର । କାରଣ ଏହା ସାମାନ୍ୟ ପିଠ ଯନ୍ତ୍ରଣା ପରିବର୍ତ୍ତେ ସିଆଟିକା ଯନ୍ତ୍ରଣା ହୋଇପାରେ । ସିଆଟିକାର ଆଉ କିଛି ଲକ୍ଷଣ ବି ରହିଛି। ଯଦି ଏ ସବୁ ଲକ୍ଷଣ ଦେଖାଯାଏ, ତାହା ହେଲେ ଯଥାଶାୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ । ସିଆଟିକାର କିଛି ଲକ୍ଷଣ ନିମ୍ନରେ ଦିଆଗଲା ।

. ଅଣ୍ଟାରୁ ପାଦ ଯାଏଁ ଭୀଷଣ ଦରଜ ହେବ। ଏପରକି ଅସହ୍ୟ ଯନ୍ତ୍ରଣା ଯୋଗୁଁ ଆପଣ ଚଳପ୍ରଚଳ ସୁଦ୍ଧା ହୋଇପାରିବେ ନାହିଁ ।

. ବସିଥିବା ବେଳେ କେବଳ ଗୋଟିଏ ପାର୍ଶ୍ବରେ ହିଁ ଯନ୍ତ୍ରଣା ।

. ଶୋଇ କି ଉଠିଲା ପରେ ବା ବସିବା ଜାଗାରୁ ଉଠିଲା ପରେ ଯଦି ଆପଣ ଚାଲିବା ଆରମ୍ଭ କରିବେ, ତାହା ହେଲେ ଗୋଟିଏ ଗୋଡରେ ହିଁ ଯନ୍ତ୍ରଣା ହେବ ।

. ଦୀର୍ଘ ସମୟ ଧରି ଗୋଟିଏ ଜାଗାରେ ବସିଲେ ଗୋଟିଏ ଗୋଡରେ ଅସ୍ଥିରତ ସୃଷ୍ଟି ହୋଇଥାଏ । ପାଦରେ ଛୁଞ୍ଚି ଫୋଡାହେଲା ଭଳି ଲାଗିବ ।

. ଝାଡା ପରିସ୍ରାରେ ନିୟନ୍ତ୍ରଣ ରହିବ ନାହିଁ । ସିଆଟିକାର କାରଣ ସିଆଟିକ ସ୍ନାୟୁରେ ସମସ୍ୟା କେବଳ ସିଆଟିକା ଯନ୍ତ୍ରଣାର କାରଣ ହୋଇ ନ ଥାଏ । ମେରୁଦଣ୍ଡ ସମ୍ପର୍କିତ ବିଭିନ୍ନ ସମସ୍ୟା ବା ଶରୀରର ଅନ୍ୟ ସ୍ନାୟୁରେ ବି ସମସ୍ୟା ସୃଷ୍ଟି ହେଲେ ସିଆଟିକା ଯନ୍ତ୍ରଣା ହୁଏ । ସିଆଟିକାର କିଛି କାରଣ ନିମ୍ନରେ ଦିଆଗଲା ।

୧. ହର୍ନିଏଟେଡ ଡିସ୍କ – ଏହା ସ୍ଲିପ ଡିସ୍କ ନାମରେ ବି ଜଣାଶୁଣା । ଏଭଳି ସ୍ଥିତିରେ ପିଠିର ନିମ୍ନ ଭାଗରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ଗୋଡରୁ ପାଦ ପର୍ଯ୍ୟନ୍ତ ବି ଯନ୍ତ୍ରଣା ହୁଏ । ଏହା ହେଉଥି ସିଆଟିକାର ସବୁଠାରୁ ସାଧାରଣ କାରଣ ।

୨. ସ୍ପାଇନାଲ ଷ୍ଟେନୋସିସ– ମେରୁଦଣ୍ଡର ନିମ୍ନଭାଗରେ ସଙ୍କୋଚନ ଯୋଗୁଁ ସିଆଟିକା ଓ ଅନ୍ୟ ସ୍ନାୟୁ ଉପରେ ଚାପ ପଡିଥାଏ ।

୩. ସ୍ପଂଡୋଲିସଥେସିସ- ଡିଜେନେରେଟିଭ ଡିସ୍କ ଡିଜଅର୍ଡର ସହ ଏହି ସ୍ଥିତି ଜଡିତ ।

୪. ପିରିଫୋର୍ମିସ ସିଂଡ୍ରୋମ – ଏହି ସିଂଡ୍ରୋମ ହେଉଛି ଏକ ବିରଳ ନ୍ୟୁରୋମସକ୍ୟୁଲାର ବିକାର । ସିଆଟିକା ଦ୍ବାରା ଆପଣଙ୍କର ପିରିଫୋର୍ମିସ ମାଂସପେଶୀ ଅନିଚ୍ଛାକୃତ ଭାବେ ସଙ୍କୋଚନ ହୋଇଥାଏ । ଏଭଳି ସ୍ଥିତିରେ ସିଆଟିକ ସ୍ନାୟୁ ଉପରେ ଚାପ ପଡେ । ଫଳରେ ସିଆଟିକ ସୃଷ୍ଟି ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.