ETV Bharat / sukhibhava

କମ ପାଣି ପିଇବା ଦ୍ବାରା ହୋଇଥାଏ ଏହି ରୋଗ, ବର୍ତ୍ତିବା ପାଇଁ ପ୍ରତ୍ୟହ ଏତିକି ପିଅନ୍ତୁ ପାଣି

ଶରୀରରେ ପାଣିର ମାତ୍ରା କମ ହେବା ଦ୍ବାରା ଅନେକ ରୋଗ ହୋଇଥାଏ । ତେବେ ଜାଣନ୍ତୁ ପ୍ରତ୍ୟହ କେତେ ପରିମାଣର ପାଣି ପିଇବା ଆବଶ୍ୟକ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Oct 4, 2023, 1:13 PM IST

Dehydration
Dehydration

ହାଇଦ୍ରାବାଦ: ସୁସ୍ଥ ରହିବା ପାଇଁ ଶରୀରକୁ ପାଣିର ଆବଶ୍ୟକତା ରହିଛି । ଆବଶ୍ୟକତା ଅନୁସାରେ ପାଣି ପିଇବା ଦ୍ବାରା ଶରୀର ସୁସ୍ଥ ରହିଥାଏ। ତେବେ ଶରୀରରେ ପାଣିରର ଅଭାବ ହେତୁ ଅନେକ ପ୍ରକାରର ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ। ପାଣି ଅଭାବରୁ ଅଧିକାଂଶ ଲୋକ ଡିହାଇଡ୍ରେସନର ଶିକାର ହୁଅନ୍ତି । ଏହି କାରଣରୁ ରକ୍ତ ସଞ୍ଚାଳନ, ଯକୃତ ଏବଂ କିଡନୀ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥାଏ । ପାଣି ଅଭାବରୁ ଅଙ୍ଗ ନଷ୍ଟ ବା ଡ୍ୟାମେଜ୍‌ ହେବାର ସମ୍ଭାବନା ମଧ୍ୟ ରହିଥାଏ । ତେବେ ଏହା ବ୍ୟତୀତ ଚର୍ମକୁ ଦେଖି ମଧ୍ୟ ଶରୀରରେ ପାଣିର ଅଭାବ ବିଷୟରେ ଆକଳନ କରାଯାଇଥାଏ । ଶୁଷ୍କ ଚର୍ମ, କୋଷ୍ଠକାଠିନ୍ୟ ସମସ୍ୟା, ମୁଣ୍ଡବିନ୍ଧା ଏବଂ ଯନ୍ତ୍ରଣା ଭଳି ଲକ୍ଷଣ ମଧ୍ୟ ଶରୀରରେ ପାଣିର ଅଭାବ ଯୋଗୁଁ ହୋଇଥାଏ ।

ଶରୀରରେ ପାଣି କମ ହେଲେ ହୋଇଥାଏ ଏହି ରୋଗ

UTI ସଂକ୍ରମଣ: ଶରୀରରେ ପାଣିର ଅଭାବ ହେତୁ ପ୍ରଥମେ ୟୁଟିଆଇ ସଂକ୍ରମଣ ହୋଇଥାଏ । ବାସ୍ତବରେ ପାଣି ଶରୀରର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ। PH ସନ୍ତୁଳନ ବଜାୟ ରଖିବା ସହିତ ଏହା ଶରୀରରୁ ବିପଜ୍ଜନକ ବ୍ଯାକ୍ଟେରିଆ ମଧ୍ୟ ବାହାର କରିବାରେ ସାହାଯ୍ୟ କରିଥାଏ। ଏହି ସଂକ୍ରମଣ ସାଧାରଣତଃ ଜୀବାଣୁ ଦ୍ବାରା ହୋଇଥାଏ । ଯାହା ମୂତ୍ରନଳୀ, ମୂତ୍ରାଶୟ ଏବଂ ବ୍ଲାଡରକୁ ସଂକ୍ରମିତ କରିଥାଏ । ଜୀବାଣୁ ମୁତ୍ରାଶୟରେ ପହଞ୍ଚି ସେଠାରେ ସଂକ୍ରମଣ ବ୍ୟାପିବା ଆରମ୍ଭ ହୋଇଥାଏ । ଏହି ସଂକ୍ରମଣ ବ୍ଲାଡରର ସ୍ତରକୁ କ୍ଷତି ପହଞ୍ଚାଇବାର ମଧ୍ୟ ସମ୍ଭାବନା ରହିଥାଏ ।

କିଡନୀ ଷ୍ଟୋନ: ଶରୀରରେ ପାଣିର ଅଭାବରୁ କିଡନୀରେ ଷ୍ଟୋନ ସମସ୍ୟା ଦେଖାଦେଇଥାଏ। ଶରୀରରେ ପାଣିର ଅଭାବ ଦେଖାଗଲେ ଅଧିକ ପରିମାଣରେ ପ୍ରଭାବିତ ହୋଇଥାଏ କିଡନୀ । ଏହାର କାର୍ଯ୍ୟ କରିବା କ୍ଷମତା କମିଯାଇଥାଏ। ପାଣିର ଅଭାବ ହେତୁ କିଡନୀରୁ ବର୍ଯ୍ୟବସ୍ତୁ ବାହାରି ପାରେ ନାହିଁ । ଫଳରେ ତାହା ଜମା ହୋଇ ଷ୍ଟୋନ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: ଖାଦ୍ୟ ଗ୍ରହଣ ସମୟରେ କାହିଁକି ପାଣି ପିଇବାକୁ ବାରଣ କରାଯାଏ? ଜାଣନ୍ତୁ କାରଣ

ଫିଟ୍ସ: ଶରୀରରେ ଇଲେକ୍ଟ୍ରୋଲାଇଟ୍ ଅଭାବ ହେତୁ ଫିଟ୍ସ ହୋଇଥାଏ । ଯେତେବେଳେ ଶରୀରରେ ପାଣିର ମାତ୍ରା କମ ହୋଇଯାଇଥାଏ ସେତେବେଳେ ଇଲେକ୍ଟ୍ରିକାଲ ଫଙ୍କ୍ସନ ପ୍ରଭାବିତ ହୋଇଥାଏ । ଫଳରେ ସୋଡିୟମ୍ ଏବଂ ପୋଟାସିୟମ୍ ମସ୍ତିଷ୍କରେ ସଠିକ୍ ଭାବରେ ପହଞ୍ଚେ ନାହିଁ । ଯେଉଁ କାରଣରୁ ମସ୍ତିଷ୍କ ଏବଂ ଶରୀର ମଧ୍ୟରେ ସମନ୍ୱୟ ଠିକ୍‌ ରହିପାରେ ନାହିଁ ।

ନିମ୍ନ ରକ୍ତଚାପ: ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଶରୀରରେ ରକ୍ତଚାପ ସର୍ବଦା ଠିକ ରହିବା ଆବଶ୍ୟକ । ରକ୍ତଚାପ କମ ବା ଅଧିକ ହେଲେ ଅନେକ ସମସ୍ୟା ଦେଖାଯାଇଥାଏ । କମ ପାଣି ପିଇବା ବା ଶରୀରରେ ପାଣିର ଅଭାବ ଦେଖାଗଲେ ରକ୍ତ ସଞ୍ଚାଳନ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥାଏ । ଯାହା ରକ୍ତ ପମ୍ପ୍‌ କରିବା ଗତିକୁ ମନ୍ଥର କରିଥାଏ । ଫଳରେ ନିମ୍ନ ରକ୍ତଚାପ ସମସ୍ୟା ଦେଖାଦେଇଥାଏ ।

ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା: ଗଣ୍ଠିର ହାଡ଼ ଘର୍ଷଣ ହେବା ଫଳରେ ଆର୍ଦ୍ରତା କମି ଯାଇଥାଏ । ଯାହାର ମୂଳ କାରଣ ଶରୀରରେ ଜଳର ଅଭାବ ବୋଲି କୁହାଯାଇଥାଏ । ଆଣ୍ଠୁଗଣ୍ଠି ସମସ୍ୟା ଦେଖାଦେଲେ ପ୍ରଥମେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପାଣି ପିଇବା ପାଇଁ ପରାମର୍ଶ ଦେଇଥାଆନ୍ତି । ତେଣୁ ଜଳ ଅଭାବରୁ ଦୂରେଇ ରହିବା ଉଚିତ ଏବଂ ଦୈନିକ 8 ଗ୍ଲାସ୍ ପାଣି ପିଇବା ଉଚିତ ବୋଲି ପରାମର୍ଶ ଦିଆଯାଇଛି । ଯାହା ଦ୍ବାରା ଶରୀର ସୁସ୍ଥ ରହିପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.