ETV Bharat / sukhibhava

ଚାଲିବା ଦ୍ବାରା ହ୍ରାସପାଏ ଟାଇପ-୨ ମଧୁମେହ

author img

By

Published : Jan 23, 2022, 6:42 PM IST

ମଧୁମେହ କବଳରୁ ମୁକ୍ତି ପାଇବା ପାଇଁ ନିୟମତି ଚାଲିବା ବା ୱାକ(Walk) କରିବା ଏକାନ୍ତ ଆବଶ୍ୟକ । ସର୍ଭେ ଅନୁଯାୟୀ, ଚାଲିବା ଦ୍ବାରା ମଧୁମେହ ହ୍ରାସ ପାଇଥାଏ । ଅଧିକ ପଢନ୍ତୁ

ଚାଲିବା ଦ୍ବାରା ହ୍ରାସପାଏ ଟାଇପ-୨ ମଧୁମେହ
ଚାଲିବା ଦ୍ବାରା ହ୍ରାସପାଏ ଟାଇପ-୨ ମଧୁମେହ

ହାଇଦ୍ରାବାଦ: ଡାଇବେଟିସ ବା ମଧୁମେହ, ପିଲା ଠୁ ବୁଢା ସବୁ ବର୍ଗଙ୍କୁ ଗ୍ରାସୁଛି । ବର୍ତ୍ତମାନ ସମୟରେ ଘରେ ଘରେ ମଧୁମେହ ରୋଗୀ । ତେଣୁ ଚିନ୍ତାରେ ପକାଇଛି ଏହି ରୋଗ । ମଧୁମେହ କବଳରୁ ମୁକ୍ତି ପାଇବା ପାଇଁ ନିୟମତି ଚାଲିବା ବା ୱାକ(Walk) କରିବା ଏକାନ୍ତ ଆବଶ୍ୟକ । ସର୍ଭେ ଅନୁଯାୟୀ, ଚାଲିବା ଦ୍ବାରା ଟାଇପ-୨ ମଧୁମେହ ହ୍ରାସ ପାଇଥାଏ ।

ଅଧ୍ୟୟନରୁ ଆକଳନ କରାଯାଇଛି ଯେ, ପ୍ରତିଦିନ 1000 ପାଦ ଚାଲିବା ଦ୍ବାରା 6 ପ୍ରତିଶତ କମ୍ ମଧୁମେହ ଦେଖା ଦେଇଥାଏ । ଏହାର ଅର୍ଥ ହେଉଛି, ଯଦି ସାଧାରଣ ବୟସ୍କମାନେ ପ୍ରତିଦିନ ମଧୁମେହରୁ ମୁକ୍ତିପାଇଁ ଅନ୍ୟାନ୍ୟ ପଦକ୍ଷେପ ବ୍ୟତୀତ ପ୍ରତିଦିନ 2,000 ରୁ ଅଧିକ ପାଦ ଚାଲନ୍ତି, ତେବେ ସେମାନଙ୍କ ଠାରେ ମଧୁମେହର ଆଶଙ୍କା 12 ପ୍ରତିଶତ ହ୍ରାସ ପାଇପାରିବ । କାଲିଫର୍ନିଆ ୟୁନିଭରସିଟିର ସାନ ଡିଏଗୋ ଏବଂ ସାନ ଡିଏଗୋ ଷ୍ଟେଟ ୟୁନିଭରସିଟିର ମିଳିତ ଡାକ୍ତରୀ ପରୀକ୍ଷାରେ ଏହି ତଥ୍ୟ ସାମ୍ନାକୁ ଆସିଛି ।

ହୃଦରୋଗ ଏବଂ ଆଗୁଆ ଅର୍ଥାତ୍ ୫୦ କିମ୍ବା ୫୧ ବର୍ଷ ପୂର୍ବରୁ ଋତୁସ୍ରାବ ବନ୍ଦ ହୋଇଯାଇଥିବା ମହିଳାମାନଙ୍କୁ ନେଇ ମଲ୍ଟି-ଇନଷ୍ଟିଟ୍ୟୁସନାଲ ଟିମ୍ ଏକ ସନ୍ଧାନ କରିଥିଲା । ସାମ୍ପ୍ରତିକ ଅଧ୍ୟୟନ ପାଇଁ, 65 ବର୍ଷରୁ ଅଧିକ ବୟସ୍କ ମହିଳାମାନଙ୍କର ଏକ ବିବିଧ ଗୋଷ୍ଠୀ, ଯେଉଁମାନଙ୍କ ଠାରେ ମଧୁମେହ ନଥିଲା, ଛାଡପତ୍ର ଦେଇଥିବା ମହିଳା ଏବଂ ଯେଉଁମାନେ ସ୍ବାଧୀନ ଭାବରେ ରହୁଥିଲେ, ସେମାନଙ୍କୁ ଏକ ସପ୍ତାହ ପାଇଁ ଦିନକୁ 24 ଘଣ୍ଟା ଡାହାଣ ଅଣ୍ଟାରେ ରିସର୍ଚ-ଗ୍ରେଡ୍ ଏକ୍ସିଲେରୋମିଟର ପିନ୍ଧିବାକୁ କୁହାଯାଇଥିଲା । ୭ ବର୍ଷ ପର୍ଯ୍ୟନ୍ତ ଏହି ଅଧ୍ୟୟନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:- ପ୍ରଜନନ କ୍ଷମତା ଉପରେ ନାହିଁ କୋରୋନା ଟିକା ପ୍ରଭାବ: ରିପୋର୍ଟ

ୟୁସି ସାନ୍ ଡିଏଗୋର ହର୍ବର୍ଟ ୱର୍ଟାଇମ୍ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲଥ୍ ଏବଂ ହ୍ୟୁମାନ ଲଙ୍ଗିଟିଭ ବିଜ୍ଞାନର ବରିଷ୍ଠ ଲେଖକ ତଥା PhD, MPH ଆସିଷ୍ଟାଣ୍ଟ ପ୍ରଫେସର ଜନ୍ ବେଲେଟ୍ଟିଅର୍ କହିଛନ୍ତି ଯେ, ଆମେ ଚାଲିବା ଦ୍ବାରା ମଧୁମେହ ହ୍ରାସରେ କି ପ୍ରଭାବ ପକାଏ ତା ଉପରେ ଅଧ୍ୟୟନ କରିଥିଲୁ । ଜାଣିବାକୁ ପାଇଲୁ ଯେ, ପ୍ରତିଦିନ ୧୦ ହଜାର ପାଦ ଚାଲିବା ଦ୍ବାରା ମଧୁମେହ ଆଶଙ୍କାକୁ ହ୍ରାସ ହୋଇପାରିବ ।

ଅଧ୍ୟୟନର ମୂଳ ଉଦ୍ଦେଶ୍ୟ ହେଉଛି କି, ମଧୁମେହର ବୃଦ୍ଧି ଏବଂ ଚାଲିବା ଦ୍ବାରା କି ପ୍ରଭାବ ପଡୁଛି, ଆକଳନ କରିବା । ଦ୍ବିତୀୟ ଉଦ୍ଦେଶ୍ୟ ହେଉଛି ଷ୍ଟେପ୍ ତୀବ୍ରତା କିମ୍ବା କ୍ୟାଡେନ୍ସ ମଧୁମେହ ବିପଦକୁ ପ୍ରଭାବିତ କରିଛି କି ନାହିଁ ତାହା ଆକଳନ କରିବା । ଅଧ୍ୟୟନରେ ଥିବା 4,838 ମହିଳାଙ୍କ ମଧ୍ୟରୁ ମାତ୍ର 395 କିମ୍ବା 8 ପ୍ରତିଶତ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ:- ଅଧିକ ସମୟ ମାସ୍କ ପିନ୍ଧିବା ଶ୍ବାସ ରୋଗୀଙ୍କ ପାଇଁ ହାନିକାରକ, ନିଅନ୍ତୁ ମାସ୍କ-ବ୍ରେକ୍‌

65 ବର୍ଷରୁ ଅଧିକ ବୟସ୍କମାନେ ପ୍ରାୟତ ଚାଲିବା କିମ୍ବା ବିଭିନ୍ନ ଅକ୍ଷମତାର ଶିକାର ହୋଇଥାନ୍ତି । ଏମାନଙ୍କ ଠାରେ ଶାରୀରିକ କାର୍ଯ୍ୟକଳାପ ହ୍ରାସ ହେବା ସହିତ ଟାଇପ୍-୨ ମଧୁମେହ ହେବାର ଆଶଙ୍କା ଅଧିକ ଥାଏ । ଆମେରିକୀୟ ଡାଇବେଟିସ୍ ଆସୋସିଏସନ୍ ଅନୁଯାୟୀ, ପ୍ରତିବର୍ଷ 1.5 ମିଲିୟନ୍ ଲୋକ ମଧୁମେହ ରୋଗରେ ଆକ୍ରାନ୍ତ ହୁଅନ୍ତି । ଅନୁସନ୍ଧାନ ଅନୁଯାୟୀ, ସେମାନଙ୍କ ମଧ୍ୟରୁ ଜନସଂଖ୍ୟାର ଏକ ତୃତୀୟାଂଶ ବୟସ୍କ ଅଟନ୍ତି ।

ତେବେ ଚାଲିବା ଦ୍ବାରା ମଧୁମେହକୁ ଏକ ପ୍ରକାର ହରାଇପାରିବା ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଶାରୀରିକ ବ୍ୟାୟାମ ବ୍ୟତୀତ ଚାଲିବା ଉପରେ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.