ETV Bharat / sukhibhava

ଭିଟାମିନ D 60 ବର୍ଷ ପରେ ହୃଦଘାତ ଆଶଙ୍କାକୁ କମାଇପାରେ: ରିପୋର୍ଟ

author img

By

Published : Jul 1, 2023, 12:48 PM IST

ହୃଗରୋଗ କ୍ଷେତ୍ରରେ ଭିଟାମିନ-Dକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଭିଟାମିନ D 60 ବର୍ଷ ପରେ ହୃଦଘାତ ଆଶଙ୍କାକୁ କମାଇପାରେ ବୋଲି କୁହାଯାଇଛି । ଅଧିକ ପଢନ୍ତୁ

Vitamin D
Vitamin D

ହାଇଦ୍ରାବାଦ: ଭିଟାମିନ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ । ଏହା ସହ କିଛି ଦିନ ପୂର୍ବରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଥିଲା ଯେ, ଦୈନିକ Vitamin D ସେବନ ଦ୍ବାରା କ୍ୟାନ୍ସର ମୃତ୍ୟୁ ବିପଦ 12 ପ୍ରତିଶତ କମିଥାଏ । ଏହାରି ଭିତରେ ଆଉ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ଏକ ଅଧ୍ୟୟନରୁ ଜଣାପଡିଛି ଯେ ଭିଟାମିନ୍ ଡି ସପ୍ଲିମେଣ୍ଟ ଗୁଡିକ 60ରୁ ଅଧିକ ବୟସର ଲୋକଙ୍କ ମଧ୍ୟରେ ହୃଦୟ ସମ୍ବନ୍ଧୀୟ ରୋଗ ଅର୍ଥାତ ହୃଦରୋଗର ଆଶଙ୍କାକୁ କମ କରୁଛି । ଯଦି କହିବା ବର୍ତ୍ତମାନ ସମୟରେ ସମୟରେ ହୃଦ୍‌ରୋଗ (CVD) ଦ୍ବାରା ଅନେକ ଲୋକଙ୍କ ମୃତ୍ୟୁ ହେଉଛି । ତେବେ ଏଭଳି କ୍ଷେତ୍ରରେ ଭିଟାମିନ ଡିର ସେବନ ରାମବାଣ ଭଳି କାମ କରିବ ବୋଲି କୁହାଯାଇଛି ।

ବିଏମଜେ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ, 21,315 ଲୋକଙ୍କୁ ନେଇ ଅଧ୍ୟୟନ କରାଯାଇଥିଲା । ଏଥିରୁ ଜଣାପଡିଛି ଯେ ହୃଦଘାତରେ ମୃତ୍ୟୁ ହୋଇଥିବା ଲୋକଙ୍କ ମଧ୍ୟରେ ଭିଟାମିନ ଡିର ମାତ୍ରା 9 ପ୍ରତିଶତ କମ ରହିଥିଲା । ଭିଟାମିନ୍ ଡି ଗ୍ରୁପରେ ହୃଦଘାତର ହାର 19 ପ୍ରତିଶତ କମ୍ ଥିଲା । ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡର QIMR Berghofer ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଅନୁସନ୍ଧାନକାରୀଙ୍କୁ ଅନ୍ତର୍ଭୁକ୍ତ କରି ସେମାନଙ୍କ ଅନୁସନ୍ଧାନରୁ ଜଣାପଡିଛି ଯେ ଭିଟାମିନ୍ ଡି ସପ୍ଲିମେଣ୍ଟେସନ୍ ହୃଦ୍‌ରୋଗର ଆଶଙ୍କା ହ୍ରାସ କରିପାରେ । ପରୀକ୍ଷା ଆରମ୍ଭରେ ଯେଉଁମାନେ ଷ୍ଟାଟିନ୍ କିମ୍ବା ଅନ୍ୟାନ୍ୟ ହୃଦ୍‌ରୋଗ ଔଷଧ ବ୍ୟବହାର କରୁଥିଲେ ସେମାନଙ୍କ ମଧ୍ୟରେ ଏକ ଶକ୍ତିଶାଳୀ ପ୍ରଭାବର କିଛି ସୂଚନା ଥିଲା । କିନ୍ତୁ ଭିଟାମିନ-ଡି ପ୍ରଭାବ ପକାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଦୈନିକ Vitamin D ସେବନ ଦ୍ବାରା କ୍ୟାନ୍ସର ମୃତ୍ୟୁ ବିପଦ 12 ପ୍ରତିଶତ କମିଥାଏ : ରିପୋର୍ଟ

ମୋଟ ଉପରେ, ଅନୁସନ୍ଧାନକାରୀମାନେ ରିପୋର୍ଟରେ କହିଛନ୍ତି ଯେ, ପ୍ରମୁଖ ହୃଦଘାତକୁ ରୋକିବା ପାଇଁ 172 ଜଣଙ୍କୁ ମାସିକ ଭିଟାମିନ୍ ଡି ସପ୍ଲିମେଣ୍ଟ ନେବାକୁ ପଡିବ । ଅନ୍ୟ ଅନୁସନ୍ଧାନକାରୀଙ୍କ ସହ QIMRର ପ୍ରଫେସର ରାହୁଲ ଇ ନିଲ୍ କହିଛନ୍ତି ଯେ, ବେସ୍ ଲାଇନ ଷ୍ଟାଟିନ୍ କିମ୍ବା ଅନ୍ୟାନ୍ୟ ହୃଦ୍‌ରୋଗ ଔଷଧ ସେବନ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ପ୍ରତିରକ୍ଷା ପ୍ରଭାବ ଅଧିକ ହୋଇପାରେ । ଏହି ଅନୁସନ୍ଧାନରୁ ଜଣାପଡିଛି ଯେ ଭିଟାମିନ୍ ଡି ସପ୍ଲିମେଣ୍ଟେସନ୍ ଅକାଳ ହୃଦଘାତର ଆଶଙ୍କାକୁ ରୋକିବାରେ ଫଳଦାୟୀ ଅଟେ । ଏହି ଅଧ୍ୟୟନ 2014 ରୁ 2020 ପର୍ଯ୍ୟନ୍ତ ଚାଲିଥିଲା ​​ଏବଂ 60-84 ବର୍ଷ ବୟସ୍କ 21,315 ଅଷ୍ଟ୍ରେଲୀୟଙ୍କୁ ଜଡିତ କରାଯାଇଥିଲା । ପ୍ରତ୍ୟେକ ମାସ ଆରମ୍ଭରେ ସେମାନଙ୍କୁ 5,000 ପର୍ଯ୍ୟନ୍ତ 60,000 IU ଭିଟାମିନ୍ ଡି (10,662 ଅଂଶଗ୍ରହଣକାରୀ) କିମ୍ବା ପ୍ଲେସେବୋ (10,653 ଅଂଶଗ୍ରହଣକାରୀ)ର କ୍ୟାପସୁଲ ଦିଆଯାଇଥିଲା । ତେବେ ଶେଷରେ କୁହାଯାଇଛି ଯେ, ଭିଟାମିନ ଡି ଏବଂ ହୃଦରୋଗକୁ ନେଇ ଏହା ଏକ ବଡ ପରୀକ୍ଷଣ ରହିଥିଲା । ଏଥିରୁ ସ୍ପଷ୍ଟ ହୋଇଛି ଯେ, 60 ବର୍ଷ ବୟସ ପରେ ହୃଦରୋଗର ଆଶଙ୍କାକୁ ରୋକିବାରେ ସାହାଯ୍ୟ କରିଥାଏ ଭିଟାମିନ-D ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.